ନାଳରୁ ମିଳିଲା ନିଖୋଜ ଶିଶୁ କନ୍ୟାର ମୃତଦେହ

କାମାକ୍ଷାନଗର: ଗତ କାଲିଠୁ ନିଖୋଜ ଜଣେ ୪ ବର୍ଷ ଶିଶୁ କନ୍ୟାର ମୃତଦେହ ଆଜି ସକାଳୁ ଏକ ନାଳରୁ ଉଦ୍ଧାର ହୋଇଛି। ଏପରି ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା  କଙ୍କଡ଼ାହାଡ଼ ବ୍ଲକ ଅଞ୍ଚଳରେ ଘଟିଛି। ଶିଶୁଟିର ମୃତଦେହରେ କ୍ଷତବିକ୍ଷତ ଚିହ୍ନ ଥିବାରୁ କିଏ ଓ କାହିଁକି ଏପରି କାଣ୍ଡ ଘଟାଇଲା  ସେ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟା ସମୟରେ ଶିଶୁ କନ୍ୟାଟି ଘର ପାଖରେ ଖେଳୁଥିଲା। ହେଲେ କିଛି ସମୟ ପରେ […]

deadbody

Niharika Rout
  • Published: Friday, 13 November 2020
  • , Updated: 13 November 2020, 10:00 AM IST

କାମାକ୍ଷାନଗର: ଗତ କାଲିଠୁ ନିଖୋଜ ଜଣେ ୪ ବର୍ଷ ଶିଶୁ କନ୍ୟାର ମୃତଦେହ ଆଜି ସକାଳୁ ଏକ ନାଳରୁ ଉଦ୍ଧାର ହୋଇଛି। ଏପରି ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା  କଙ୍କଡ଼ାହାଡ଼ ବ୍ଲକ ଅଞ୍ଚଳରେ ଘଟିଛି। ଶିଶୁଟିର ମୃତଦେହରେ କ୍ଷତବିକ୍ଷତ ଚିହ୍ନ ଥିବାରୁ କିଏ ଓ କାହିଁକି ଏପରି କାଣ୍ଡ ଘଟାଇଲା  ସେ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟା ସମୟରେ ଶିଶୁ କନ୍ୟାଟି ଘର ପାଖରେ ଖେଳୁଥିଲା। ହେଲେ କିଛି ସମୟ ପରେ ପରିବାର ଲୋକେ ଖୋଜିବାରୁ ଆଉ ସନ୍ଧାନ ପାଇନଥିଲେ। ଏହାପରେ ରାତିରେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇଥିଲେ। ଆଜି ସକାଳୁ ଶିଶୁଟିର ମୃତଦେହ ଘରଠୁ ଅଧ କି.ମି ଦୂର ଏକ ନାଳରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପରିବାର ଲୋକଙ୍କୁ ଖବର ଦେଇଥିଲେ।

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚିବେ ବୋଲି ସୂଚନା ମିଳିଛି। ଅପରପକ୍ଷେ ଶିଶୁଟିର ଶରୀରରେ କ୍ଷତ ଚିହ୍ନ ଥିବାରୁ କିପରି ପରିସ୍ଥିତିରେ ଓ କାହିଁକି ଶିଶୁଟିକୁ ହତ୍ୟା କରାଗଲା ତାକୁ ନେଇ ନାନା ସନ୍ଦେ ସୃଷ୍ଟି ହୋଇଛି।

Related story