ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ  ଝରାଡ଼ିହି ଗାଁ ନାଳ ନିକଟରେ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ଢିପସାହି  ଗାଁର ଲଖିନ୍ଦର ମୁଣ୍ଡା(୩୦)। ଲଖିନ୍ଦରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଗତକାଲି ଠାରୁ ସେ ନିଖୋଜ ଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିଛି। ତେବେ ହତ୍ୟାର କାରଣ ଜଣାପଡ଼ି ନାହିଁ। ଧାରୁଆ ଅସ୍ତ୍ରରେ ତାଙ୍କୁ ମୁଣ୍ଡକୁ ହାଣି ହତ୍ୟା କରିଥିବା କୁହାଯାଉଛି।