ସଉଦା କିଣିବାକୁ ଯାଇ ଫେରି ନଥିଲେ ସୁନା; ଆଜି ମିଳିଲା ମୃତଦେହ

ସୋନପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ବ୍ରାହ୍ମଣୀ ଗାଁର ବେହେରାମାଲ ରାସ୍ତାରୁ ଆଜି ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ସୁନା ମନାହୀର। ତାଙ୍କ ଘର ଅଇଁଲାପାଲି ଗାଁରେ। ୯ ତାରିଖ ଦିନ ସେ ପୁତୁରା ବାହାଘର ପାଇଁ ସଉଦା କିଣିବାକୁ ବନ୍ଧପଡ଼ା ବଜାରକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ  ପାଇ ନ ଥିଲେ। ତେବେ ଆଜି […]

deadbody8888888888888

Tapaswini Nayak
  • Published: Saturday, 11 May 2019
  • , Updated: 11 May 2019, 12:57 PM IST

ସୋନପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ବ୍ରାହ୍ମଣୀ ଗାଁର ବେହେରାମାଲ ରାସ୍ତାରୁ ଆଜି ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ସୁନା ମନାହୀର। ତାଙ୍କ ଘର ଅଇଁଲାପାଲି ଗାଁରେ।

୯ ତାରିଖ ଦିନ ସେ ପୁତୁରା ବାହାଘର ପାଇଁ ସଉଦା କିଣିବାକୁ ବନ୍ଧପଡ଼ା ବଜାରକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ  ପାଇ ନ ଥିଲେ। ତେବେ ଆଜି ତାଙ୍କ ମୃତଦେହ ମିଳିଥିଲା।

ସୁନାଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିବା ସହିତ ଏନେଇ ତରଭା ଥାନାରେ ଏତଲା ଦେଇଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ଆଜି ଆଉ ଦୁଇଟି ଜିଲ୍ଲାରୁ ମଧ୍ୟ ମୃତଦେହ ଉଦ୍ଧାର ହୋଇଥିବା ଖବର ଆସିଛି। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ ଏକ ପୋଲ ତଳୁ ଜଣେ ବସ୍‌ ହେଲ୍‌ପର୍‌ଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ବାଲେଶ୍ୱର ଜିଲ୍ଲା ବାହାନଗା ବଜାରର ଏକ ଦୋକାନ ସମ୍ମୁଖରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।

 

 

Related story