ଷ୍ଟେସନ୍‌ରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

ପିପିଲି (ଦ୍ୱିତିକୃଷ୍ଣ ପଟ୍ଟନାୟକ): ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍‌ କଣାସ ରୋଡ୍‌ ଷ୍ଟେସନରୁ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି l ତାଙ୍କ ନାଁ ଧିରେନ୍ କୁମାର ରାଉତରାୟ। ତାଙ୍କ ଘର ସ୍ଥାନୀୟ ଜଗଦଳପୁରରେ ବୋଲି ଜଣାପଡ଼ିଛି। ଧିରେନ୍‌ଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ତାଙ୍କ ଗାଁ ଲୋକେ ଅଭିଯୋଗ କରିଛନ୍ତି। ତାଙ୍କ ମୃତଦେହ ଠାବ କରାଯିବା ପରେ ଉତ୍ତ୍ୟକ୍ତ ଲୋକେ ପୁରୀ-କଟକ ପାସେଞ୍ଜର ଟ୍ରେନକୁ ଅଟକାଇଥିଲେ। ଫଳରେ ରେଳ ଚଳାଚଳ ବାଧାପ୍ରାପ୍ତ […]

train

Jitendra Garnayak
  • Published: Sunday, 30 December 2018
  • , Updated: 30 December 2018, 12:22 PM IST

ପିପିଲି (ଦ୍ୱିତିକୃଷ୍ଣ ପଟ୍ଟନାୟକ): ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍‌ କଣାସ ରୋଡ୍‌ ଷ୍ଟେସନରୁ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି l ତାଙ୍କ ନାଁ ଧିରେନ୍ କୁମାର ରାଉତରାୟ। ତାଙ୍କ ଘର ସ୍ଥାନୀୟ ଜଗଦଳପୁରରେ ବୋଲି ଜଣାପଡ଼ିଛି।

ଧିରେନ୍‌ଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ତାଙ୍କ ଗାଁ ଲୋକେ ଅଭିଯୋଗ କରିଛନ୍ତି।

ତାଙ୍କ ମୃତଦେହ ଠାବ କରାଯିବା ପରେ ଉତ୍ତ୍ୟକ୍ତ ଲୋକେ ପୁରୀ-କଟକ ପାସେଞ୍ଜର ଟ୍ରେନକୁ ଅଟକାଇଥିଲେ। ଫଳରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଦେଢ଼ ଘଣ୍ଟା ପରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିଲା।

Related story