ନିଖୋଜ ଥିଲେ, ୨୨ ଦିନ ପରେ ମିଳିଲା ଝୁଲନ୍ତା ମୃତଦେହ

ମୋହନା (ମିହିର ଜତି): ନବମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀ ଗତ ୧୦ ତାରିଖରୁ ନିଖୋଜ ଥିଲେ। ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଆଜି ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ନାବାଳିକା ଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି, ତାହା ଜଣାପଡ଼ି ନାହିଁ। ତେବେ ଝିଅକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଥିବା ତାଙ୍କ ବାପା ଆର୍‌.ଉଦୟଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗକୁ ଭିତ୍ତିକରି ଘଟଣାର […]

dead

dead

Tapaswini Nayak
  • Published: Wednesday, 02 January 2019
  • Updated: 02 January 2019, 01:36 PM IST

Sports

Latest News

ମୋହନା (ମିହିର ଜତି): ନବମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀ ଗତ ୧୦ ତାରିଖରୁ ନିଖୋଜ ଥିଲେ। ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଆଜି ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।

ନାବାଳିକା ଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି, ତାହା ଜଣାପଡ଼ି ନାହିଁ। ତେବେ ଝିଅକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଥିବା ତାଙ୍କ ବାପା ଆର୍‌.ଉଦୟଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗକୁ ଭିତ୍ତିକରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୂରା ଘଟଣା ଏମିତି। ଗଜପତି ଜିଲ୍ଲା ରାମଗିରି ଗମାଙ୍ଗ ସାହିର ତ୍ରିନାଥ ଗମାଙ୍ଗଙ୍କ ଝିଅ ଛେଳିଗଡ଼ ଆଦର୍ଶ ବିଦ୍ୟାଳୟରେ ୯ମ ଶ୍ରେଣୀରେ ପଢ଼ନ୍ତି। ଘରଠାରୁ ବିଦ୍ୟାଳୟ ଦୂର ହୋଇଥିବାରୁ ଝିଅକୁ ଏକ ଭଡ଼ା ଘରେ ରଖିଥିଲେ। ଝିଅ ସହିତ ତାଙ୍କର ଆଉ କିଛି ସାଥୀ ମଧ୍ୟ ଥିଲେ। ତେବେ ଡିସେମ୍ୱର ୧୦ ତାରିଖରୁ ଝିଅ କେଉଁ ଆଡ଼େ ଚାଲି ଯାଇଥିଲା। ଏନେଇ ତାଙ୍କ ସାଙ୍ଗମାନେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ବନ୍ଧୁ ବାନ୍ଧବ ଓ ସମ୍ପର୍କୀୟଙ୍କ ଘରେ ଖୋଜିଥିଲେ ମଧ୍ୟ ପାଇନଥିଲେ। ଡିସେମ୍ୱର ୨୪ ତାରିଖରେ ନିଖୋଜ ନେଇ ଝିଅଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମାତ୍ର ଝିଅର ପତ୍ତା ପାଇ ନଥିଲା ପୁଲିସ୍‌।

ଆଜି ଏହି ନାବାଳିକାଙ୍କ ଝୁଲନ୍ତା ମୃତଦେହ ପାତ୍ରବସା ଛକରେ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଏନେଇ ପୁଲିସକୁ ଖବର ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos