ରେଳ ଧାରଣାରେ ଯୁବତୀଙ୍କ ମୃତଦେହ, ଅଲଗା ହୋଇଯାଇଛି ମୁଣ୍ଡଗଣ୍ଡି

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ରେଳ ଧାରଣାରୁ ଉଦ୍ଧାର ହୋଇଛି ଜଣେ ଯୁବତୀଙ୍କ ମୃତଦେହ। ତାଙ୍କର ମୁଣ୍ଡଗଣ୍ଡି ଅଲଗା ହୋଇଯାଇଛି। ବଲାଙ୍ଗିର ରେଲୱେ ଷ୍ଟେସନ ନିକଟରେ ଥିବା ଖୁଜେନପାଲି ରେଲୱେ ଫାଟକ ଠାରେ ଘଟିଛି ଏହି ଘଟଣା। ମୃତ ଯୁବତୀଙ୍କ ନାଁ ସାରିକା ସାଏ। ତାଙ୍କ ଘର ବଲାଙ୍ଗିର ତାଲପାଳି ପଡ଼ାରେ। ସେ ଏକ ବୀମା କମ୍ପାନୀରେ ଚାକିରି କରୁଥିଲେ ବୋଲି ଜଣାପଡ଼ିଛି। ଆଜି ସକାଳେ ଏହି ଘଟଣା ଘଟିଥିବା କୁହାଯାଉଛି। ରେଳ ଧାରଣାରେ ସାରିକାଙ୍କ ମୃତଦେହ ପଡ଼ିଥିବା […]

Sarika

  • Published: Sunday, 06 November 2022
  • , Updated: 06 November 2022, 08:46 AM IST

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ରେଳ ଧାରଣାରୁ ଉଦ୍ଧାର ହୋଇଛି ଜଣେ ଯୁବତୀଙ୍କ ମୃତଦେହ। ତାଙ୍କର ମୁଣ୍ଡଗଣ୍ଡି ଅଲଗା ହୋଇଯାଇଛି। ବଲାଙ୍ଗିର ରେଲୱେ ଷ୍ଟେସନ ନିକଟରେ ଥିବା ଖୁଜେନପାଲି ରେଲୱେ ଫାଟକ ଠାରେ ଘଟିଛି ଏହି ଘଟଣା।

ମୃତ ଯୁବତୀଙ୍କ ନାଁ ସାରିକା ସାଏ। ତାଙ୍କ ଘର ବଲାଙ୍ଗିର ତାଲପାଳି ପଡ଼ାରେ। ସେ ଏକ ବୀମା କମ୍ପାନୀରେ ଚାକିରି କରୁଥିଲେ ବୋଲି ଜଣାପଡ଼ିଛି।

ଆଜି ସକାଳେ ଏହି ଘଟଣା ଘଟିଥିବା କୁହାଯାଉଛି। ରେଳ ଧାରଣାରେ ସାରିକାଙ୍କ ମୃତଦେହ ପଡ଼ିଥିବା ନେଇ ପ୍ରଥମେ ସ୍ଥାନୀୟ ଲୋକେ ଦେଖିଥିଲେ। ସେମାନେ ଘଟଣା ସମ୍ପର୍କରେ ଜିଆରପିକୁ ଖବର ଦେଇଥିଲେ।

ରେଳ ଧାରଣା ନିକଟ ଦେଇ ଯାଇଥିବା ରାସ୍ତାରେ ଏକ କାର ରହିଥିଲା। ତାହା ସାରିକାଙ୍କର ବୋଲି ଜଣାପଡ଼ିଛି। ତେବେ ସାରିକା କାର୍‌ରେ ଆସି ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଇଛି, ତାହା ଜଣାପଡ଼ିନାହିଁ। ବଲାଙ୍ଗିର ଜିଆର୍‌ପି ଘଟଣାର ତଦନ୍ତ କରୁଛି।

Related story