ଭୁବନେଶ୍ୱରରେ ମହିଳା ଆଇନଜୀବୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ ଲିଙ୍ଗିପୁରର ଏକ ଘରୁ ଗତକାଲି ରାତିରେ ଜଣେ ମହିଳା ଆଇନଜୀବୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଅତି ସନ୍ଦେହଜନକ ସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ଦୀପାଳି ପ୍ରିୟଦର୍ଶନୀ ଜେନା। ତାଙ୍କ ଘର ଭଦ୍ରକ ଜିଲ୍ଲାରେ। ସେ ଏଠାରେ ଭଡ଼ା ଘରେ ରହୁଥିଲେ। ସୂଚନା ଅନୁଯାୟୀ, ଗତକାଲି ଦୀପାଳି ଓ ତାଙ୍କ ପୁରୁଷ ବନ୍ଧୁ ଘରେ ଥିଲେ। ସେତେବେଳେ ଦୀପାଳିଙ୍କ ସାନ ଭଉଣୀ ବାହାରକୁ ଯାଇଥିଲେ। ରାତିରେ ସେହି ବ୍ୟକ୍ତି […]

deadbody

Jyoshna Pradhan
  • Published: Sunday, 20 October 2019
  • , Updated: 20 October 2019, 03:01 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ ଲିଙ୍ଗିପୁରର ଏକ ଘରୁ ଗତକାଲି ରାତିରେ ଜଣେ ମହିଳା ଆଇନଜୀବୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଅତି ସନ୍ଦେହଜନକ ସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ଦୀପାଳି ପ୍ରିୟଦର୍ଶନୀ ଜେନା। ତାଙ୍କ ଘର ଭଦ୍ରକ ଜିଲ୍ଲାରେ। ସେ ଏଠାରେ ଭଡ଼ା ଘରେ ରହୁଥିଲେ।

ସୂଚନା ଅନୁଯାୟୀ, ଗତକାଲି ଦୀପାଳି ଓ ତାଙ୍କ ପୁରୁଷ ବନ୍ଧୁ ଘରେ ଥିଲେ। ସେତେବେଳେ ଦୀପାଳିଙ୍କ ସାନ ଭଉଣୀ ବାହାରକୁ ଯାଇଥିଲେ। ରାତିରେ ସେହି ବ୍ୟକ୍ତି ଜଣଙ୍କ ଦୀପାଳିଙ୍କ ସାନ ଭଉଣୀଙ୍କୁ ଫୋନ୍ କରିଥିଲେ ଓ ଦୀପାଳି ଘର ଭିତର ପଟୁ କବାଟ ଦେଇ ଦେଇଥିବା କହିଥିଲେ। ଏପରିକି ଡାକିଲେ ମଧ୍ୟ ସେ କବାଟ ଖୋଲୁ ନଥିବା କହିଥିଲେ। ଏହି ଖବର ପାଇ ଦୀପାଳିଙ୍କ ସାନ ଭଉଣୀ ସହ ତାଙ୍କ ପରିବାର ଆଉ କିଛି ଲୋକ ଆସି ସେଠାରେ ପହଞ୍ଚିଥିଲେ। ସେମାନେ ଘରୁ ଦୀପାଳିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲେ। ଅନ୍ୟପକ୍ଷରେ ତାଙ୍କ ପୁରୁଷ ବନ୍ଧୁଙ୍କ ପତ୍ତା ମିଳୁନି। ଧଉଳି ଥାନା ପୁଲିସ୍‌ ଘଟଣାର ତଦନ୍ତ କରୁଛି।

Related story