ମହାନଦୀକୁ ଡେଇଁ ପଡ଼ିଥିବା ଲ୍ୟାବ୍ ଆସିଷ୍ଟାଣ୍ଟଙ୍କ ମୃତଦେହ ମିଳିଲା

ସାଲେପୁର/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ ଜଗତପୁରରେ ଗତକାଲି ମହାନଦୀ ବ୍ରିଜ୍‌ରୁ ଡେଇଁ ନିଖୋଜ ଥିବା ଲ୍ୟାବ୍ ଆସିଷ୍ଟାଣ୍ଟ ଦେବାଶିଷ ଦାସଙ୍କ ମୃତଦେହ ମିଳିଛି। କଟକ ଜିଲ୍ଲା କିଷନନଗର ଥାନା ସିର୍ଲୋ ବ୍ରାହ୍ମଣଖଣ୍ଡ ମହାନଦୀ ପଠାରୁ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିବା ସାଲେପୁର ଏସ୍‌ଡିପିଓ ପ୍ରଶାନ୍ତ କୁମାର ମାଝୀ ସୂଚନା ଦେଇଛନ୍ତି। ମୃତକଙ୍କ ପରିବାର ଲୋକେ ଆସି ଶବ ଚିହ୍ନଟ କରିଥିବା ସେ କହିଛନ୍ତି। ଭୁବନେଶ୍ୱରରେ ଏକ କଲେଜରେ ଲ୍ୟାବ୍‌ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ ଦେବାଶିଷ ଦାସ। […]

Debashis Das

Debashis Das

Jitendra Garnayak
  • Published: Monday, 27 September 2021
  • Updated: 27 September 2021, 04:30 PM IST

Sports

Latest News

ସାଲେପୁର/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ ଜଗତପୁରରେ ଗତକାଲି ମହାନଦୀ ବ୍ରିଜ୍‌ରୁ ଡେଇଁ ନିଖୋଜ ଥିବା ଲ୍ୟାବ୍ ଆସିଷ୍ଟାଣ୍ଟ ଦେବାଶିଷ ଦାସଙ୍କ ମୃତଦେହ ମିଳିଛି। କଟକ ଜିଲ୍ଲା କିଷନନଗର ଥାନା ସିର୍ଲୋ ବ୍ରାହ୍ମଣଖଣ୍ଡ ମହାନଦୀ ପଠାରୁ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିବା ସାଲେପୁର ଏସ୍‌ଡିପିଓ ପ୍ରଶାନ୍ତ କୁମାର ମାଝୀ ସୂଚନା ଦେଇଛନ୍ତି। ମୃତକଙ୍କ ପରିବାର ଲୋକେ ଆସି ଶବ ଚିହ୍ନଟ କରିଥିବା ସେ କହିଛନ୍ତି।

ଭୁବନେଶ୍ୱରରେ ଏକ କଲେଜରେ ଲ୍ୟାବ୍‌ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ ଦେବାଶିଷ ଦାସ। ତାଙ୍କ ଘର କଟକର ଚାଉଳିଆଗଞ୍ଜରେ।

ଗତକାଲି ଜଗତପୁର ପୁଲିସ୍ ଦେଇଥିବା ସୂଚନା ଅନୁଯାୟୀ, ସେ କାର୍‌ରେ ତାଙ୍କ ଚାଉଳିଆଗଞ୍ଜ ସ୍ଥିତ ଘରୁ ଟାଙ୍ଗୀ ଅଭିମୁଖେ ଯାଉଥିଲେ। ତାଙ୍କ ସାଙ୍ଗରେ ଡ୍ରାଇଭର ମଧ୍ୟ ଥିଲେ। ମହାନଦୀ ବ୍ରିଜ୍ ଉପରେ ସେ କାର୍‌କୁ ଅଟକାଇଥିଲେ। କାର୍ ଅଟକିବା ପରେ ସେ ଓହ୍ଲାଇ ହଠାତ୍ ନଦୀକୁ ଡେଇଁ ପଡ଼ିଥିଲେ।

ଡ୍ରାଇଭରଙ୍କ ବୟାନ ଆଧାରରେ ପୁଲିସ୍ ଏହି ସୂଚନା ଦେଇଥିଲା। ତେବେ ପୁଲିସ୍ ଘଟଣାକୁ ଗୁରୁତର ସହିତ ନେଇଛି। ସଂପୃକ୍ତ ଡ୍ରାଇଭରଙ୍କୁ ମଧ୍ୟ ପୁଲିସ୍ ପଚରାଉଚରା କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଲ୍ୟାବ୍‌ ଆସିଷ୍ଟାଣ୍ଟ ଦେବାଶିଷ ଦାସ କିଛି ଦିନ ଧରି ଚିନ୍ତିତ ରହୁଥିଲେ। ପାରିବାରିକ ସମସ୍ୟା ନେଇ ସେ ଚିନ୍ତିତ ଥିଲେ। ତେବେ ସମସ୍ତ ଦିଗକୁ ତର୍ଜମା କରି ପୁଲିସ୍ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos