ଘରୁ ଦୁଇ ଛୁଆ ଓ ରେଳ ଧାରଣାରୁ ମିଳିଲା ମା’ର ମୃତଦେହ

ଭବାନୀପାଟଣା( ରାଜକୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଝରଣ ଗାଁରେ ଜଣେ ମହିଳାଙ୍କ ସହ ଦୁଇ ଶିଶୁଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ବିମଳା ମାଝି ଓ ତାଙ୍କ ଦୁଇ ଶିଶୁ ଦୁଷ୍ମନ୍ତ ଓ ରବୀନ୍ଦ୍ର। ଶିଶୁଦ୍ୱୟଙ୍କ ମୃତଦେହ ଘରେ ଭିତରେ ପଡ଼ିଥିଲା। ସେମାନଙ୍କ ତଣ୍ଟିରେ କଟା ଦାଗ ରହିଛି। ଅନ୍ୟପକ୍ଷରେ ବିମଳାଙ୍କ ମୃତଦେହ ତାଙ୍କ ଗାଁ ପାଖ ରେଳ ଧାରଣାରୁ ଖଣ୍ଡବିଖଣ୍ଡ ଅବସ୍ଥାରେ ଉଦ୍ଧାର କରାଯାଇଛି। ଗତ କିଛି ମାସ […]

kalahandi

Jyoshna Pradhan
  • Published: Monday, 09 September 2019
  • , Updated: 09 September 2019, 11:50 AM IST

ଭବାନୀପାଟଣା( ରାଜକୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଝରଣ ଗାଁରେ ଜଣେ ମହିଳାଙ୍କ ସହ ଦୁଇ ଶିଶୁଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ବିମଳା ମାଝି ଓ ତାଙ୍କ ଦୁଇ ଶିଶୁ ଦୁଷ୍ମନ୍ତ ଓ ରବୀନ୍ଦ୍ର। ଶିଶୁଦ୍ୱୟଙ୍କ ମୃତଦେହ ଘରେ ଭିତରେ ପଡ଼ିଥିଲା। ସେମାନଙ୍କ ତଣ୍ଟିରେ କଟା ଦାଗ ରହିଛି।

ଅନ୍ୟପକ୍ଷରେ ବିମଳାଙ୍କ ମୃତଦେହ ତାଙ୍କ ଗାଁ ପାଖ ରେଳ ଧାରଣାରୁ ଖଣ୍ଡବିଖଣ୍ଡ ଅବସ୍ଥାରେ ଉଦ୍ଧାର କରାଯାଇଛି। ଗତ କିଛି ମାସ ହେବ ବିମଳାଙ୍କ ସ୍ୱାମୀ ତାଙ୍କ ସହ ରହୁ ନଥିଲେ। ସେ ଦୁଇ ପିଲାଙ୍କୁ ଧରି ରହୁଥିଲେ।

ତେବେ ଏହା ହତ୍ୟାକାଣ୍ଡ କି ଆଉ କ’ଣ ପୁଲିସ ଘଟଣାର ତଦନ୍ତ କରୁଛି ।

Related story