ହୋଟେଲ୍‌ ପଛପଟେ ପଡ଼ିଥିଲା ଦୁଇ ନବଜାତ ଶିଶୁଙ୍କ ମୃତଦେହ

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧାରେ ଦୁଇ ଜଣ ନବଜାତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ୧୬ ନମ୍ବର ଜାତୀୟ ରାଜପଥର ପିତାପଲ୍ଲୀ ପାଖ ଏକ ହୋଟେଲ ପଛପଟୁ ଏହି ଦୁଇ ନବଜାତ ଶିଶୁପୁତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଖୋର୍ଦ୍ଧା ପୁଲିସ୍ ସେମାନଙ୍କ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି। କିଭଳି ସ୍ଥିତିରେ ନବଜାତଙ୍କ ମୃତ୍ୟୁ ହେଲା, ତା’ର କାରଣ ଏଯାଏ ଜଣାପଡ଼ି ନାହିଁ।