ଛାତ୍ରୀଙ୍କୁ ଅପହରଣ ପରେ ହତ୍ୟା ଅଭିଯୋଗ: ଖରସ୍ରୋତା ନଦୀରୁ ମିଳିଲା ମୃତଦେହ

Ordigital Desk
  • Published: Sunday, 14 January 2018
  • , Updated: 14 January 2018, 05:56 PM IST
<p>ପଟ୍ଟାମୁଣ୍ଡାଇ(ଓଡିଶା ରିପୋର୍ଟର): କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଚନ୍ଦନନଗର ପଞ୍ଚାୟତର ବନ୍ତୋପାଟଣାର ଗାଁରେ ଜଣେ ଛାତ୍ରୀଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗ୍ରାମର ନିରଞ୍ଜନ ବେହେରାଙ୍କ ଝିଅ ନିହାରିକାଙ୍କ ମୃତଦେହ ଏକମାଣିଆ ଗାଁ ନିକଟ ଖରସ୍ରୋତା ନଦୀରୁ ରବିବାର ଉଦ୍ଧାର କରାଯାଇଛି । ନିହାରିକା ଗତ ୯ ତାରିଖରୁ ନିଖୋଜ ଥିଲେ।&nbsp; ରାଜକନିକା ବ୍ଲକ ଓଳାଭର କଲେଜରେ ସେ +୩ ପ୍ରଥମ ବର୍ଷ ଛାତ୍ରୀ ଥିଲେ । ୯ ତାରିଖ ଦିନ କଲେଜ ଯାଇ ସେ ଆଉ ଫେରି ନ ଥିଲେ । ଏ ନେଇ ନିହାରିକାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ।</p>

Related story