ନ୍ୟାୟ ଦାବିରେ ଥାନା ସାମ୍ନାରେ ଧାରଣାରେ ବସିଲେ ମୃତ ଏସ୍‌ଆଇ ସ୍ଵାଗତିକାଙ୍କ ମାଆ ଓ ଭାଇ

ବାଲିଗୁଡ଼ା (ଅଜିତ ନାୟକ): କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନାର ମହିଳା ସବ୍‌-ଇନ୍ସପେକ୍ଟର ସ୍ୱାଗତିକା ବେହେରାଙ୍କ ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି ତାଙ୍କ ମା’ ଓ ଭାଇ। ସ୍ୱାଗତିକାଙ୍କ ମୃତ୍ୟୁ ପାଇଁ ଥାନା ଆଇଆଇସି ରେବତୀ ଶବର ଦାୟୀ ବୋଲି ସେମାନେ ଅଭିଯୋଗ କରିଥିବା ବେଳେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବା ପର୍ଯ୍ୟନ୍ତ ସେମାନେ ଧାରଣାରେ ବସିବେ ବୋଲି କହିଛନ୍ତି। ଧାରଣା ବେଳେ ବର୍ଷା ହୋଇଥିଲେ ବି […]

Protest

  • Published: Sunday, 28 August 2022
  • , Updated: 28 August 2022, 11:37 AM IST

ବାଲିଗୁଡ଼ା (ଅଜିତ ନାୟକ): କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନାର ମହିଳା ସବ୍‌-ଇନ୍ସପେକ୍ଟର ସ୍ୱାଗତିକା ବେହେରାଙ୍କ ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି ତାଙ୍କ ମା’ ଓ ଭାଇ। ସ୍ୱାଗତିକାଙ୍କ ମୃତ୍ୟୁ ପାଇଁ ଥାନା ଆଇଆଇସି ରେବତୀ ଶବର ଦାୟୀ ବୋଲି ସେମାନେ ଅଭିଯୋଗ କରିଥିବା ବେଳେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବା ପର୍ଯ୍ୟନ୍ତ ସେମାନେ ଧାରଣାରେ ବସିବେ ବୋଲି କହିଛନ୍ତି। ଧାରଣା ବେଳେ ବର୍ଷା ହୋଇଥିଲେ ବି ସେମାନେ ଉଠିନଥିଲେ।

ସ୍ୱାଗତିକାଙ୍କ ମା’ ଓ ଭାଇଙ୍କ ସହିତ ପରିବାରର ଅନ୍ୟ ଲୋକେ ପ୍ରଥମେ ଜି.ଉଦୟଗିରି ସହରର ଗାନ୍ଧୀ ଛକରୁ ଶୋଭାଯାତ୍ରାରେ ବାହାରିଥିଲେ। ଶୋଭାଯାତ୍ରା କରି ସେମାନେ ଥାନା ନିକଟରେ ପହଞ୍ଚିଥିଲେ ଓ ଫାଟକ ସାମ୍ନାରେ ଧାରଣାରେ ବସିଛନ୍ତି। ‘ପୁଲିସ୍‌କୁ ପୁଲିସ୍‌ର ଅମାନୁଷିକ ଅତ୍ୟାଚାର ପାଇଁ ସ୍ୱାଗତିକାଙ୍କ ମୃତ୍ୟ, ନ୍ୟାୟ ପାଇଁ ଏ ଧାରଣା’ ଲେଖାଥିବା ଏକ ବ୍ୟାନର ଥାନା ଗେଟ୍‌ରେ ଲଗାଇ ସେମାନେ ଧାରଣାରେ ବସିଛନ୍ତି।

ତହସିଲଦାର, ଡିଏସ୍‌ପି ଓ ଏସ୍‌ଡିପିଓ ପ୍ରମୁଖ ସ୍ୱାଗତିକାଙ୍କ ପରିବାରର ଲୋକଙ୍କୁ ବୁଝାସୁଝା କରିଛନ୍ତି। କିନ୍ତୁ କିଛି ଲାଭ ହୋଇନି। ସେମାନେ ଜି. ଉଦୟଗିରି ଥାନା ଆଇଆଇସି ରେବତୀ ଶବରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ଅଡ଼ି ବସିଛନ୍ତି।

ମୃତ ଏସ୍‌ଆଇ ସ୍ୱାଗତିକା ବେହେରାଙ୍କ ମା’ ଗତକାଲି ରାତିରେ ଆଇଆଇସି ରେବତୀ ଶବରଙ୍କ ବିରୋଧରେ ଏତଲା ଦେଇଛନ୍ତି। ଜି. ଉଦୟଗିରି ଏସ୍‌ଡିପିଓଙ୍କୁ ଭେଟି ସେ ଆଇଆଇସିଙ୍କ ନିର୍ଯାତନାର କାହାଣୀ କହିବା ସହିତ ଏତଲା ଦେଇଥିଲେ। ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ ଆଇଆଇସି ତାଙ୍କ ଝିଅକୁ ମାରି ଝୁଲାଇ ଦେଇଛନ୍ତି କିମ୍ବା ଆଇଆଇସିଙ୍କ ନିର୍ଯାତନା ସହିନପାରି ତାଙ୍କ ଝିଅ ଆତ୍ମହତ୍ୟା କରିଛି।

ଅନ୍ୟପକ୍ଷରେ ଗତକାଲିଠୁ ସ୍ୱାଗତିକାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯାଇପାରିନି। ତାଙ୍କ ମୃତଦେହ ଏବେ ବି ଜି. ଉଦୟଗିରି ଡାକ୍ତରଖାନାରେ ଅଛି।

Related story