ରାସ୍ତାରେ ପଡ଼ିଥିଲା ଜରି ଅଖା, ଖୋଲିବାରୁ ...

ଚୌଦ୍ୱାର(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ କରଞ୍ଜି  ପଞ୍ଚାୟତର ବଡକୁସୁନୁପୁର ଟାଙ୍ଗି-କପିଳାସ ରାସ୍ତା  କଡରୁ ଜରିଅଖାରେ ଭର୍ତ୍ତି ହୋଇ ପଡିଥିବା ଏକ ମୃତଦେହକୁ ଚୌଦ୍ୱାର ପୁଲିସ୍‌ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ରାସ୍ତାକଡରେ ଏକ ଜରି ଅଖାରେ କିଛି ବନ୍ଧା ହୋଇପଡିଥିବା ଆଜି ସକାଳେ କିଛି ଗ୍ରାମବାସୀ ଦେଖିବାକୁ ପାଇଥିଲେ। ତା’ ପାଖକୁ ଯିବାରୁ ସେଥିରୁ ଦୁର୍ଗନ୍ଧ ବାହାରୁଥିଲା। ଏନେଇ ଗ୍ରାମବାସୀ ପୁଲିସ୍‌କୁ ଖବର ଦେଇଥିଲେ। ଚୌଦ୍ୱାର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି […]

body

Niharika Rout
  • Published: Thursday, 19 November 2020
  • , Updated: 19 November 2020, 02:25 PM IST

ଚୌଦ୍ୱାର(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ କରଞ୍ଜି  ପଞ୍ଚାୟତର ବଡକୁସୁନୁପୁର ଟାଙ୍ଗି-କପିଳାସ ରାସ୍ତା  କଡରୁ ଜରିଅଖାରେ ଭର୍ତ୍ତି ହୋଇ ପଡିଥିବା ଏକ ମୃତଦେହକୁ ଚୌଦ୍ୱାର ପୁଲିସ୍‌ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ।

ରାସ୍ତାକଡରେ ଏକ ଜରି ଅଖାରେ କିଛି ବନ୍ଧା ହୋଇପଡିଥିବା ଆଜି ସକାଳେ କିଛି ଗ୍ରାମବାସୀ ଦେଖିବାକୁ ପାଇଥିଲେ। ତା’ ପାଖକୁ ଯିବାରୁ ସେଥିରୁ ଦୁର୍ଗନ୍ଧ ବାହାରୁଥିଲା। ଏନେଇ ଗ୍ରାମବାସୀ ପୁଲିସ୍‌କୁ ଖବର ଦେଇଥିଲେ।

ଚୌଦ୍ୱାର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଖାକୁ ଖୋଲିବାରୁ  ସେଥିରୁ ଏକ  ମୃତଦେହ ମିଳିଥିଲା। ମୃତକଙ୍କ ବୟସ ୫୦ରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ତାଙ୍କ ହାତଗୋଡ ବାନ୍ଧା ହୋଇଥିବା ଜଣାପଡ଼ିଛି। ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନଥିବା ବେଳେ ତାଙ୍କୁ  କେହି ହତ୍ୟାକରି  ଜରିଅଖାରେ ଗୁଡାଇ ରାସ୍ତା କଡରେ  ଫିଙ୍ଗି ଚାଲିଯାଇଥିବା ପ୍ରାଥମିକ ତଦନ୍ତରୁ ପୁଲିସ୍‌ ସନ୍ଦେହ କରୁଛି। ଏନେଇ ଘଟଣାର ଅଧିକ ତଦନ୍ତ କରୁଛି ଚୌଦ୍ୱାର ପୁଲିସ୍‌।

Related story