ମାମୁ ଘରକୁ ଆସି ନିଖୋଜ ଥିଲା ଶିଶୁ, ଆଜି ମିଳିଲା ମୃତଦେହ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ମାମୁ ଘରକୁ ବୁଲି ଆସି ନିଖୋଜ ହୋଇ ଯାଇଥିବା ଶିଶୁ ପୁତ୍ରର ମୃତଦେହ ୨ ଦିନ ପରେ ଉଦ୍ଧାର ହୋଇଛି।  ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ ଶଙ୍କରପୁର  ଗାଁରେ ଏପରି ହୃଦୟ ବିଦାରକ ଘଟଣା ଘଟିଛି। ମୃତକ ହେଲେ ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ଗାଁର କହ୍ନେୟାଲାଲ ଭୋଇଙ୍କ ୨ ବର୍ଷୀୟ ପୁଅ ସୌମ୍ୟ  । ସୂଚନା ଅନୁଯାୟୀ,  ସୌମ୍ୟ  ନିଜ ମା’ ସ୍ୱର୍ଣ୍ଣଲତା ଭୋଇଙ୍କ ସହ ଶଙ୍କରପୁରସ୍ଥିତ ମାମୁ ଘରକୁ […]

death

Niharika Rout
  • Published: Wednesday, 10 November 2021
  • , Updated: 10 November 2021, 01:13 PM IST

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ମାମୁ ଘରକୁ ବୁଲି ଆସି ନିଖୋଜ ହୋଇ ଯାଇଥିବା ଶିଶୁ ପୁତ୍ରର ମୃତଦେହ ୨ ଦିନ ପରେ ଉଦ୍ଧାର ହୋଇଛି।  ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ ଶଙ୍କରପୁର  ଗାଁରେ ଏପରି ହୃଦୟ ବିଦାରକ ଘଟଣା ଘଟିଛି। ମୃତକ ହେଲେ ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ଗାଁର କହ୍ନେୟାଲାଲ ଭୋଇଙ୍କ ୨ ବର୍ଷୀୟ ପୁଅ ସୌମ୍ୟ  ।

ସୂଚନା ଅନୁଯାୟୀ,  ସୌମ୍ୟ  ନିଜ ମା’ ସ୍ୱର୍ଣ୍ଣଲତା ଭୋଇଙ୍କ ସହ ଶଙ୍କରପୁରସ୍ଥିତ ମାମୁ ଘରକୁ କିଛି ଦିନ ପୂର୍ବେ ବୁଲି ଆସିଥିଲା । ଗତ ୮ ତାରିଖ ମଧ୍ୟାହ୍ନରେ ଘର ପାଖରେ ଖେଳୁଥିବା ବେଳେ ହଠାତ ନିଖୋଜ ହୋଇ ଯାଇଥିଲା ପିଲାଟି ।  ପରିବାର ଲୋକେ ଏନେଇ  ବିରିଡି ଥାନାରେ ଅଭିଯୋଗ କରିଥିଲେ ।

ଏହାପରେ ପୁଲିସ୍‌ ଓ ଦମକଳ ବାହିନୀ ପକ୍ଷରୁ ଖୋଜାଖୋଜି ଆରମ୍ଭ ହୋଇଥିଲେ ବି କିଛି ସନ୍ଧାନ ମିଳିପାରି ନ ଥିଲା। ଶେଷରେ  ଆଜି ସକାଳୁ ସୌମ୍ୟର ମୃତଦେହ ଘର ପାଖ ନାଳରୁ ମିଳିଛି ।  ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Related story