ଟ୍ରକ୍‌ ଡାଲାରୁ ମିଳିଲା ନିଖୋଜ ଡ୍ରାଇଭରଙ୍କ ଝୁଲନ୍ତା ମୃତଦେହ

ପାରାଦୀପ(ଏନ୍.ଏମ୍.ବୈଶାଖୀ): ପାରାଦୀପ ତୈଳ ବିଶୋଧନାଗାରର ୪ନମ୍ବର ଫାଟକ ନିକଟରେ ଏକ ୧୨ଚକିଆ ଟ୍ରକ୍‌ ଡାଲାରୁ ଜଣେ ଡ୍ରାଇଭରର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ ହେଲେ ବିପିନ ପୃଷ୍ଟି। ତାଙ୍କ ଘର ଢେଙ୍କାନାଳ ଜିଲ୍ଲା ହରିପୁର ଅଞ୍ଚଳରେ। ଆଜି ସକାଳେ ବିପିନଙ୍କ ମୃତଦେହକୁ ଟ୍ରକ୍‌ ଡାଲାରେ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଥିଲା। ଏନେଇ ପରିବାର ପକ୍ଷରୁ ଅଭୟଚାନ୍ଦ ପୋଲିସ୍‌କୁ ଖବର ଦିଅଯାଇଥିଲା। ପୋଲିସ୍‌ ଘଟଣାର ତଦନ୍ତ କରୁଛି। ପାରାଦୀପ ଅତିରିକ୍ତ ଏସପି ଗାଡ଼ି ମାଲିକ ଓ […]

DEADBODY

DEADBODY

Rakesh Mallick
  • Published: Thursday, 31 May 2018
  • Updated: 31 May 2018, 01:32 PM IST

Sports

Latest News

ପାରାଦୀପ(ଏନ୍.ଏମ୍.ବୈଶାଖୀ): ପାରାଦୀପ ତୈଳ ବିଶୋଧନାଗାରର ୪ନମ୍ବର ଫାଟକ ନିକଟରେ ଏକ ୧୨ଚକିଆ ଟ୍ରକ୍‌ ଡାଲାରୁ ଜଣେ ଡ୍ରାଇଭରର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ ହେଲେ ବିପିନ ପୃଷ୍ଟି। ତାଙ୍କ ଘର ଢେଙ୍କାନାଳ ଜିଲ୍ଲା ହରିପୁର ଅଞ୍ଚଳରେ।

ଆଜି ସକାଳେ ବିପିନଙ୍କ ମୃତଦେହକୁ ଟ୍ରକ୍‌ ଡାଲାରେ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଥିଲା। ଏନେଇ ପରିବାର ପକ୍ଷରୁ ଅଭୟଚାନ୍ଦ ପୋଲିସ୍‌କୁ ଖବର ଦିଅଯାଇଥିଲା। ପୋଲିସ୍‌ ଘଟଣାର ତଦନ୍ତ କରୁଛି। ପାରାଦୀପ ଅତିରିକ୍ତ ଏସପି ଗାଡ଼ି ମାଲିକ ଓ ମ୍ୟାନେଜରଙ୍କୁ ଅଟକ ରଖି ପଚରାଉଚରା କରିଛନ୍ତି। ମୃତଦେହଟି ଦୁଇରୁ ତିନି ଦିନ ତଳର ବୋଲି ସନ୍ଦେହ କରାଯାଉଛି। ମୃତଦେହଟି ପଚି ଦୁର୍ଗନ୍ଧ ବାହାରୁଛି।

ତିନିଦିନ ହେଲା ବିପିନଙ୍କ ମୋବାଇଲ ସୁଇଚଅପ୍‌ ରହିଥିବାରୁ ତାଙ୍କର ସମ୍ପକୀୟମାନେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିଲେ। ବିପିନ ଗତ ଛଅ ବର୍ଷରୁ ଅଧିକ ହେବ ଭବାନୀ ଟ୍ରାନ୍ସପୋର୍ଟ କମ୍ପାନୀରେ ଡ୍ରାଇଭର ଭାବେ କାମ କରୁଥିଲେ। ଆଜି ସେହି କମ୍ପାନୀ ଟ୍ରକ୍ ଭିତରୁ  ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଟ୍ରକଟି ପାରାଦୀପର ଜଗନ୍ନାଥ ମାଲିକ ସଂଘରେ ନିୟୋଜିତ ହୋଇଥିଲା।  ଏହା ସୁପରିକଳ୍ପିତ ଯୋଜନାବଦ୍ଧ ହତ୍ୟାକାଣ୍ଡ କି ଆତ୍ମହତ୍ୟା ସେନେଇ  ଜଣାପଡ଼ିନି।

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos