ପଞ୍ଚାୟତ ମିଟିଂକୁ ଯାଇଥିଲେ ୱାର୍ଡ ମେମ୍ବର, ନାଳରୁ ମିଳିଲା ମୃତଦେହ

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ସଦର ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଗତକାଲି ପଞ୍ଚାୟତ ସଭାକୁ ଯାଇଥିବା ଜଣେ ୱାର୍ଡ ମେମ୍ବରଙ୍କ ମୃତଦେହ ଆଜି ସକାଳୁ ଏକ ନାଳରୁ ଉଦ୍ଧାର ହୋଇଛି। ମୃତକ ହେଲେ ତଳ ଯାଗର ଗ୍ରାମର ୱାର୍ଡ଼ ମେମ୍ବର ଭଗବାନ ଦେହୁରୀ । ଗତ କାଲି କୁମୁଣ୍ଡି ପଞ୍ଚାୟତରେ ଏକ ସଭାକୁ ଯାଉଛି କହି ଘରୁ ବାହାରି ଯାଇଥିଲେ ଭଗବାନ  ହେଲେ ରାତି ସୁଦ୍ଧା ଆଉ ଘରକୁ ଫେରି ନ ଥିଲେ […]

deadbody

deadbody

Niharika Rout
  • Published: Monday, 31 October 2022
  • Updated: 31 October 2022, 09:38 AM IST

Sports

Latest News

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ସଦର ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଗତକାଲି ପଞ୍ଚାୟତ ସଭାକୁ ଯାଇଥିବା ଜଣେ ୱାର୍ଡ ମେମ୍ବରଙ୍କ ମୃତଦେହ ଆଜି ସକାଳୁ ଏକ ନାଳରୁ ଉଦ୍ଧାର ହୋଇଛି। ମୃତକ ହେଲେ ତଳ ଯାଗର ଗ୍ରାମର ୱାର୍ଡ଼ ମେମ୍ବର ଭଗବାନ ଦେହୁରୀ ।

ଗତ କାଲି କୁମୁଣ୍ଡି ପଞ୍ଚାୟତରେ ଏକ ସଭାକୁ ଯାଉଛି କହି ଘରୁ ବାହାରି ଯାଇଥିଲେ ଭଗବାନ  ହେଲେ ରାତି ସୁଦ୍ଧା ଆଉ ଘରକୁ ଫେରି ନ ଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଆଜି ସକାଳ ଗାଁ ନିକଟରେ ଯାଇଥିବା ଏକ ନାଳରୁ ତାଙ୍କ ମୃତଦେହ  ଉଦ୍ଧାର କରିଥିଲେ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପରିବାର ଲୋକ ହତ୍ୟା ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗନ୍ଧମାର୍ଦ୍ଦନ ଖଣି କ୍ଷତିଗ୍ରସ୍ତ ଅଞ୍ଚଳରେ ଯାଉଥିବା ତଳ ଯାଗର ଗ୍ରାମର ସେପରି କିଛି ଆଖି ଦୃଶିଆ ଉନ୍ନତି ହେଉନି। ଏହାକୁ ନେଇ ଗ୍ରାମବାସୀ ଜାତୀୟ ଅନୁସୂଚିତ ଜନଜାତି କମିଟିରେ ଅଭିଯୋଗ କରିଥିବା ବେଳେ ଦୀର୍ଘ ଦିନ ହେଲା ଆନ୍ଦୋଳନ ଚାଲି ଆସିଛି। ୱାର୍ଡ଼ ମେମ୍ବର ଭଗବାନ ଦେହୁରୀ ଏହି ଆନ୍ଦୋଳନର ନେତୃତ୍ୱ ନେଉଥିଲେ।

ଏହି ଅଭିଯୋଗ ଆଧାରରେ ୨ ଦିନ ତଳେ ଦିଲ୍ଲୀରୁ ଏକ ଟିମ୍‌ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଗାଁକୁ ଆସିଥିଲା। ମାତ୍ର କିଛି ବିରୋଧୀ ଗୋଷ୍ଠୀ ସେମାନଙ୍କୁ ଗାଁରେ ପଶାଇ ଦେଇ ନ ଥିଲେ। ଏହାକୁ ନେଇ ଗାଁରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିଲା।

ଏହି ଘଟଣାକୁ ନେଇ ଗତକାଲି ପଞ୍ଚାୟତ ମିଟିଂ ଡକାଯାଇଥିବା ବେଳେ ଭଗବାନ ବି ଉକ୍ତ ମିଟିଂକୁ ଯାଇଥିଲେ। ମାତ୍ର ବୈଠକରୁ ସେ ଆଉ ଘରକୁ ଫେରି ନ ଥିବା ବେଳେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ତେଣୁ ପରିବାର ଲୋକେ ଏହାକୁ ଆତ୍ମହତ୍ୟା ବୋଲି ବିଶ୍ୱାସ ନ କରି ସିଧାସଳଖ ହତ୍ୟା ଅଭିଯୋଗ ଆଣିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story