ଇଟା ଭାଟି ତଳୁ ମିଳିଲା ବିଧବା ମହିଳାଙ୍କ ମୃତଦେହ

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ବାରିଆ ଥାନା ଚନ୍ଦ୍ରଶେଖରପୁର ବସା ସାହି ମୁଣ୍ଡରେ ଥିବା ଏକ ଇଟା ଭାଟି ତଳୁ ଜଣେ ବିଧବା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। କେହି ଟାଙ୍ଗିଆରେ ହାଣି ସମ୍ପୃକ୍ତ ମହିଳାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତା ମହିଳାଜଣକ ହେଲେ ସେହି ଗ୍ରାମର ପ୍ରମିଳା ମୁଣ୍ଡା। ଗତକାଲି ଗାଁ ଲୋକେ ଉକ୍ତ ଭାଟିକୁ ଯାଇଥିବା ବେଳେ ପ୍ରମିଳାଙ୍କ ମୃତଦେହ ଦେଖିବାକୁ ପାଇଥିଲେ। ଏନେଇ ସେମାନେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ […]

deadbody

Niharika Rout
  • Published: Friday, 20 November 2020
  • , Updated: 20 November 2020, 02:11 PM IST

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ବାରିଆ ଥାନା ଚନ୍ଦ୍ରଶେଖରପୁର ବସା ସାହି ମୁଣ୍ଡରେ ଥିବା ଏକ ଇଟା ଭାଟି ତଳୁ ଜଣେ ବିଧବା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। କେହି ଟାଙ୍ଗିଆରେ ହାଣି ସମ୍ପୃକ୍ତ ମହିଳାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତା ମହିଳାଜଣକ ହେଲେ ସେହି ଗ୍ରାମର ପ୍ରମିଳା ମୁଣ୍ଡା।

ଗତକାଲି ଗାଁ ଲୋକେ ଉକ୍ତ ଭାଟିକୁ ଯାଇଥିବା ବେଳେ ପ୍ରମିଳାଙ୍କ ମୃତଦେହ ଦେଖିବାକୁ ପାଇଥିଲେ। ଏନେଇ ସେମାନେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ପହଞ୍ଚି ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରିଥିବା ବେଳେ ତା ନିକଟରୁ ଟାଙ୍ଗିଆ ଜବତ କରିଛି। ସାଇଣ୍ଟିଫିକ ଟିମ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ପ୍ରାଥମିକ ତଦନ୍ତରୁ ଘଟଣାଟି ବୁଧବାର ରାତିରେ ହୋଇଥିବା ଜଣାପଡ଼ିଛି ।  ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଚମ୍ପୁଆ ମେଡିକାଲ ପଠାଯାଇଛି। ଏପରି ବିଭତ୍ସ ହତ୍ୟାକାଣ୍ଡ ପଛର କାରଣ ଜାଣିବାକୁ ପୁଲିସ୍‌ ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତଙ୍କ ଟେର ପାଇପାରି ନାହିଁ। ତେବେ ମହିଳାଜଣକ ଗତ ବୁଧବାରଠାରୁ ନିଖୋଜ ଥିବା ବେଳ ତାଙ୍କ ପରିବାର ଲୋକ କିପରି ଏ ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ କରି ନ ଥିଲେ ତାକୁ ନେଇ ସନ୍ଦେହ ଉପୁଜିଛି।

 

Related story