ମୁନିଗୁଡ଼ା(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଥାନା ଅନ୍ତର୍ଗତ ଚିଚିପଙ୍ଗା ଗାଁ ନିକଟସ୍ଥ ଜଙ୍ଗଲରୁ ଜଣେ ନିଖୋଜ ନାବାଳିକାର ଅର୍ଦ୍ଧନଗ୍ନ ମୃତଦେହ ଉଦ୍ଧାର କରାଯାଇଛି। ମୃତ ନାବାଳିକାଙ୍କ ଘର ଚନ୍ଦ୍ରପୁର ଗାଁରେ।
ସୂଚନାଯୋଗ୍ୟ, ଗତ ଶନିବାରଠାରୁ ନାବାଳିକାଜଣକ ନିଖୋଜ ଥିଲେ। ଏନେଇ ତାଙ୍କ ପରିବାର ଲୋକେ ଗତ ରବିବାର ଥାନାରେ ଅଭିଯୋଗ କରିଥିଲେ। ହେଲେ ପୁଲିସ୍ ଘଟଣାର କୌଣସି ପଦକ୍ଷେପ ନେଉ ନଥିବାରୁ ଆଜି ସକାଳେ ଚନ୍ଦ୍ରପୁରରେ ଉତ୍ତେଜନା ଦେଖାଦେଇଥିଲା। ଗାଁ ଲୋକେ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟ ନିକଟରେ ରାସ୍ତାରୋକ କରିଥିଲେ। ଏଥିସହ ଚନ୍ଦ୍ରପୁର ଥାନା ଘେରାଉ କରିଥିଲେ। ଏହାପରେ ରାୟଗଡ଼ାରୁ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ପହଞ୍ଚିବା ପରେ ଜଙ୍ଗଲ ନିକଟରେ ଖୋଜାଖୋଜି କରିବା ସମୟରେ ନାବାଳିକାଙ୍କ ମୃତଦେହ ଠାବ କରାଯାଇଥିଲା। ତେବେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପୁଲିସ୍ ଅନୁମାନ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
କେଉଁଠି ବସ୍ ଚାପି ଦେଲା, କେଉଁଠି ଟ୍ରକ୍ ପିଟି ଦେଲା; ୬ ମୃତ, ୧୫ରୁ ଅଧିକ ଆହତ
କାର ପିଟି ଦେବାରୁ ଚାଲିଗଲା ଶାଶୁଙ୍କ ଜୀବନ। ଜ୍ୱାଇଁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି।
Miscellaneous
କଳକୀ କିଏ? ଏମିତି କହିଲେ ବାବା ବଳିଆ
ବାବା ବଳିଆ କହିଛନ୍ତି, ଆମେ ପିଲା ଦିନରୁ ଅନେକ କଳକୀ, ଅନେକ ମାଧବ ଓ ଅନେକ କୃଷ୍ଣଙ୍କୁ ଦେଖିଛୁ। ତାଙ୍କ ସହିତ କଥାବାର୍ତ୍ତା ହୋଇଛୁ। ସେମାନେ ସବୁବେଳେ ଦାବି କରନ୍ତି, ଆମେ କଳକୀ ବୋଲି।
Entertainment
ଅନନ୍ତ, ଶ୍ରୀନିବାସ ଓ ଜୟୀ ଗ୍ରହଣ କଲେ ‘ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର’
୨୦୨୧ ବର୍ଷ ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ‘ପ୍ରତୀକ୍ଷା’ ଚଳଚ୍ଚିତ୍ର ପାଇଁ ଦୀପନ୍ୱିତ ଦାସ ମହାପାତ୍ର ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ‘ଡାଲଚିନି’ ଚଳଚ୍ଚିତ୍ର ପାଇଁ ସୂର୍ଯ୍ୟମୟୀ ମହାପାତ୍ରଙ୍କୁ ପୁରସ୍କୃତ କରାଯାଇଛି।
Culture & Literature
ମନୋଜ ମିଶ୍ର କ୍ଷମା ମାଗନ୍ତୁ, ନହେଲେ କୋର୍ଟକୁ ଯିବୁ
ଜଣେ ଜନପ୍ରତିନିଧି, ଜଣେ ଲେଖକ ଓ ଫକୀରମୋହନ ସେନାପତିଙ୍କର ଜଣେ ପାଠକ ଭାବରେ ମୁଁ ମନୋଜ ମିଶ୍ରଙ୍କ ମନ୍ତବ୍ୟକୁ ତୀବ୍ର ନିନ୍ଦା କରୁଛି ବୋଲି ଶ୍ରୀ ଦାସ କହିଛନ୍ତି।