ମିଳିଲାନି ୪ କାନ୍ଧ, ସାଇକେଲରେ ବାପା ମୃତଦେହ ବୋହିଲା ପୁଅ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): କରୋନାର କୋପ ଦିନକୁ ଦିନ ବଢ଼ୁଥିବା ବେଳେ ଦେଖିବାକୁ ମିଳୁଛି ମହାମାରୀର କରୁଣ ଚିତ୍ର। ମହାମାରୀ ଡରରେ ମରିଯାଉଛି ମାନବିକତା। କେଉଁଠି ମହାମାରୀ ସନ୍ଦେହରେ ମା’ବାପାଙ୍କୁ ମେଡିକାଲରେ ଛାଡ଼ି  ନିଜ ଛୁଆ  ପଳାଉଛନ୍ତି ତ କେଉଁଠି ମୃତଦେହକୁ କାନ୍ଧ ଦେବାକୁ ଲୋକ ମିଳୁ ନାହାନ୍ତି। ଏପରି ହୃଦୟ ବିଦାରକ ଘଟଣା  ବଲାଙ୍ଗିର ଖପ୍ରାଖୋଲ ବ୍ଲକ ଭାଲୁଡୁଙ୍ଗୁରୀ ଗାଁରେ ଦେଖିବାକୁ ମିଳିଛି। କରୋନାରେ ଛଟପଟ ହୋଇ ମରିଥିବା ବୃଦ୍ଧ ବାପାଙ୍କ ଶେଷ ସତ୍କାର କରିବାକୁ ୪ […]

corona

corona

Niharika Rout
  • Published: Wednesday, 28 April 2021
  • Updated: 28 April 2021, 09:01 AM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): କରୋନାର କୋପ ଦିନକୁ ଦିନ ବଢ଼ୁଥିବା ବେଳେ ଦେଖିବାକୁ ମିଳୁଛି ମହାମାରୀର କରୁଣ ଚିତ୍ର। ମହାମାରୀ ଡରରେ ମରିଯାଉଛି ମାନବିକତା। କେଉଁଠି ମହାମାରୀ ସନ୍ଦେହରେ ମା’ବାପାଙ୍କୁ ମେଡିକାଲରେ ଛାଡ଼ି  ନିଜ ଛୁଆ  ପଳାଉଛନ୍ତି ତ କେଉଁଠି ମୃତଦେହକୁ କାନ୍ଧ ଦେବାକୁ ଲୋକ ମିଳୁ ନାହାନ୍ତି। ଏପରି ହୃଦୟ ବିଦାରକ ଘଟଣା  ବଲାଙ୍ଗିର ଖପ୍ରାଖୋଲ ବ୍ଲକ ଭାଲୁଡୁଙ୍ଗୁରୀ ଗାଁରେ ଦେଖିବାକୁ ମିଳିଛି।

କରୋନାରେ ଛଟପଟ ହୋଇ ମରିଥିବା ବୃଦ୍ଧ ବାପାଙ୍କ ଶେଷ ସତ୍କାର କରିବାକୁ ୪ କାନ୍ଧ ମିଳିଲା ନାହିଁ। ଶେଷରେ ଅସହାୟ ପୁଅ ନିଜ କର୍ତ୍ତବ୍ୟ କରିବାକୁ ଯାଇ ପିପିଇ କିଟ୍ ପିନ୍ଧି ବାପାଙ୍କ ମୃତଦେହକୁ  ଏକା ଏକା ସାଇକେଲରେ ବୋହି ନେଇ ଶେଷକୃତ ସମ୍ପନ୍ନ କଲା ।

ସୂଚନାଯୋଗ୍ୟ, କିଛି ଦିନ ହେବ ଭାଲୁଡୁଙ୍ଗୁରୀ ଗାଁର ୫୫ ବର୍ଷୀୟ ଅଯୋଧ୍ୟା ସାହୁ ଜ୍ୱରରେ ପୀଡିତ ଥିଲେ । ଖପ୍ରାଖୋଲ ହସ୍ପିଟାଲରେ କରୋନା ପରୀକ୍ଷା କରିବାରୁ ରିପୋର୍ଟ ପଜିଟିଭ ଆସିଥିଲା । ତେବେ ସଂଧ୍ୟାରେ ଅଯୋଧ୍ୟାଙ୍କ ଜୀବନ ଚାଲିଯାଇଥିଲା । କରୋନାରେ ମୃତ୍ୟୁ ହୋଇଥିବାରୁ ବନ୍ଧୁବାନ୍ଧବ, ପରିବାର ସଦସ୍ୟ ଶବ ଛୁଇଁବାକୁ ମନା କରିଦେଇଥିଲେ ।

ଶେଷରେ ପୁଅ ଦାମୋଦର ପିପିଇ କିଟ୍ ପିନ୍ଧି ପଲିଥିନ ଗୁଡା ବାପାଙ୍କ ଶବକୁ ସାଇକେଲରେ ଲୋଡ କରି ଚାଲିଥିଲେ।  ଦୁଇ କିଲୋମିଟର ଜଙ୍ଗଲ ଭିତରକୁ ଶବକୁ ନେଇ ସତ୍କାର କରିଥିଲେ ଦାମୋଦର  । ତେବେ ଏନେଇ ବେପାଲିସ କି ପ୍ରଶାସନିକ ଅଧିକାରୀ କାହାରି ପ୍ରତିକ୍ରିୟା ମିଳିପାରିନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story