ରାତିରେ ଘରେ ଶୋଇଥିଲେ, ସକାଳୁ କୂଅରୁ ମିଳିଲା ମା’ ଝିଅଙ୍କ ମୃତଦେହ

ମାଲକାନଗିରି(ଜିତେନ୍ଦ୍ର ନାୟକ) : ରାତିରେ ଖାଇପିଇ ଘରେ ଶୋଇଥିଲେ। ହେଲେ ସକାଳୁ କୂଅରୁ ମିଳିଲା ମା’ ସହ ୪ ବର୍ଷ ଝିଅର ମୃତଦେହ। ଏପରି ଦୁଃଖଦ ଘଟଣା ମାଲକାନଗିରି ଜିଲ୍ଲା ମାଥିଲି ଥାନା ଚେକେଡ଼ା ପଞ୍ଚାୟତ କାଉଡ଼ିଗୁଡ଼ା ଗାଁରେ ଘଟିଛି। ଗତ ରାତିରେ ପରିବାର ଲୋକଙ୍କ ସହ ମା’ ଝିଅ ବି ଖାଇପିଇ ଶୋଇଥିଲେ। କିନ୍ତୁ ସକାଳୁ ଉଭୟଙ୍କୁ ପରିବାର ଲୋକ ପାଇ ନ ଥିଲେ। ଏହାପରେ ଖୋଜାଖୋଜି କରି ନିକଟରେ ଥିବା ଏକ କୂଅରେ ମା’ […]

mother-daughter

mother-daughter

Niharika Rout
  • Published: Saturday, 06 March 2021
  • Updated: 06 March 2021, 12:24 PM IST

ମାଲକାନଗିରି(ଜିତେନ୍ଦ୍ର ନାୟକ) : ରାତିରେ ଖାଇପିଇ ଘରେ ଶୋଇଥିଲେ। ହେଲେ ସକାଳୁ କୂଅରୁ ମିଳିଲା ମା’ ସହ ୪ ବର୍ଷ ଝିଅର ମୃତଦେହ। ଏପରି ଦୁଃଖଦ ଘଟଣା ମାଲକାନଗିରି ଜିଲ୍ଲା ମାଥିଲି ଥାନା ଚେକେଡ଼ା ପଞ୍ଚାୟତ କାଉଡ଼ିଗୁଡ଼ା ଗାଁରେ ଘଟିଛି।

ଗତ ରାତିରେ ପରିବାର ଲୋକଙ୍କ ସହ ମା’ ଝିଅ ବି ଖାଇପିଇ ଶୋଇଥିଲେ। କିନ୍ତୁ ସକାଳୁ ଉଭୟଙ୍କୁ ପରିବାର ଲୋକ ପାଇ ନ ଥିଲେ। ଏହାପରେ ଖୋଜାଖୋଜି କରି ନିକଟରେ ଥିବା ଏକ କୂଅରେ ମା’ ଝିଅଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ମହିଳାଜଣକ କ’ଣ ପାଇଁ ଏପରି ଚରମ ପଦକ୍ଷେପ ନେଲେ ତାହା ଜଣାପଡ଼ି ନାହିଁ । ଏ ସଂକ୍ରାନ୍ତରେ ପରିବାର ଲୋକ ମଧ୍ୟ ମୁହଁ ଖୋଲୁ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos