ପରାଜୟର ଏମିତି ସମୀକ୍ଷା କରୁଛି କଂଗ୍ରେସ, ଆସିପାରୁନି ରିପୋର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଣ୍ଟ ପୁରିଲା, କିନ୍ତୁ ରିପୋର୍ଟ ଆସିଲାନି। ଯାଜପୁରରେ ଦଳୀୟ ପରାଜୟର ସମୀକ୍ଷା କରୁଛନ୍ତି ବରିଷ୍ଠ ବିଧାୟକ ସୁରେଶ ରାଉତରାୟା କାହିଁକି ଜିଲାର ସମସ୍ତ କଂଗ୍ରେସ୍ ପ୍ରାର୍ଥୀ ପରାଜିତ ହେଲେ ? ଆଗାମୀ ଦିନରେ କର୍ମୀମାନଙ୍କ  ପାଇଁ କଣ ରହିବ କାର୍ଯ୍ୟକ୍ରମ? ଏ ସମସ୍ତ ବିଷୟରେ ବ୍ଲକ୍ ସଭାପତିଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ସଭାପତି, ସାଧାରଣ ଲୋକଙ୍କ ସହ ଅନୁଧ୍ୟାନ କରୁଛି ଟିମ୍‌। ସୁରେଶ ରାଉତରାୟଙ୍କ ଆବାହକତ୍ୱରେ ଗଠିତ ଟିମ୍ ଆଜି ସୁଦ୍ଧା ରିପୋର୍ଟ […]

congress-23199999

congress-23199999

Tapas Behera
  • Published: Sunday, 30 June 2019
  • Updated: 30 June 2019, 10:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଣ୍ଟ ପୁରିଲା, କିନ୍ତୁ ରିପୋର୍ଟ ଆସିଲାନି। ଯାଜପୁରରେ ଦଳୀୟ ପରାଜୟର ସମୀକ୍ଷା କରୁଛନ୍ତି ବରିଷ୍ଠ ବିଧାୟକ ସୁରେଶ ରାଉତରାୟା କାହିଁକି ଜିଲାର ସମସ୍ତ କଂଗ୍ରେସ୍ ପ୍ରାର୍ଥୀ ପରାଜିତ ହେଲେ ? ଆଗାମୀ ଦିନରେ କର୍ମୀମାନଙ୍କ  ପାଇଁ କଣ ରହିବ କାର୍ଯ୍ୟକ୍ରମ? ଏ ସମସ୍ତ ବିଷୟରେ ବ୍ଲକ୍ ସଭାପତିଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ସଭାପତି, ସାଧାରଣ ଲୋକଙ୍କ ସହ ଅନୁଧ୍ୟାନ କରୁଛି ଟିମ୍‌। ସୁରେଶ ରାଉତରାୟଙ୍କ ଆବାହକତ୍ୱରେ ଗଠିତ ଟିମ୍ ଆଜି ସୁଦ୍ଧା ରିପୋର୍ଟ ପ୍ରଦାନ କରିବେ ବୋଲି କହିଛନ୍ତି।

ସେପଟେ କିନ୍ତୁ, ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଆବାହକତ୍ୱରେ କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ ଜିଲା ପାଇଁ ଗଠିତ କମିଟି ଏ ପର୍ଯ୍ୟନ୍ତ ଜିଲ୍ଲା ଗସ୍ତ କରିନାହିଁ। ଏଥିପାଇଁ ସମୟର ଅଭାବକୁ ଆଳ କରିଥିବା ତାରା କହିଛନ୍ତି, ବିପର୍ଯ୍ୟୟର କାରଣ ସମସ୍ତଙ୍କୁ ଜଣା। ଆସନ୍ତା ୧୫ ଦିନ ମଧ୍ୟରେ ସେ ରିପୋର୍ଟ ଦେଇଦେବେ।

ବିପର୍ଯ୍ୟୟ ସମୀକ୍ଷା ପାଇଁ ଗଠିତ ହୋଇଥିବା ୬ଟି କମିଟିରୁ କେବଳ ଦୁଇଟି ସେମାନଙ୍କ ରିପୋର୍ଟ ପ୍ରସ୍ତୁତ କରିସାରିଛନ୍ତି। ସମସ୍ତ କମିଟିର ଆବାହକ ବିଧାୟକମାନେ ଅଛନ୍ତି। ଏବେ ବିଧାନସଭା ଚାଲିଥିବାରୁ ରିପୋର୍ଟ ପ୍ରସ୍ତୁତ ହୋଇପାରୁ ନଥିବା କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର କହିଛନ୍ତି।  ସେପଟେ କମିଟି ରିପୋର୍ଟ ଦେବା ପାଇଁ ଦୁଇମାସ ସମୟ ମାଗିଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ଆଗୁଆ ଟିକେଟ୍ ଦେବା କଥା ଘୋଷଣା କରି ପ୍ରାର୍ଥିପତ୍ର ଦାଖଲ ଶେଷ ସମୟରେ ଟିକେଟ ବଣ୍ଟନ, ପ୍ରାର୍ଥୀଙ୍କୁ ଆର୍ଥିକ ସହଯୋଗ ମିଳିନଥିବା ଅଭିଯୋଗ ଓ ପ୍ରତିଦ୍ୱନ୍ଦ୍ୱୀ ଦଳ ଭଳି ଜୋରଦାର୍ ପ୍ରଚାର କରିନପାରିବାରୁ କଂଗ୍ରେସ୍ର ବିପର୍ଯ୍ୟୟ ହେଲା ବୋଲି ଚର୍ଚ୍ଚା ହେଉଛି। ଏଭଳି ସ୍ଥିତିରେ କମିଟି କି ରିପୋର୍ଟ ଦେଉଛି ଓ ଏହା ଉପରେ ଆଗାମୀ ଦିନରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ତା ଉପରେ ସମସ୍ତଙ୍କ ନଜର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos