ବାବୁଙ୍କୁ ତାଗିଦ୍ : ୩୧ ସୁଦ୍ଧା ଅନଲାଇନରେ ସମ୍ପତ୍ତି ତାଲିକା ନଦେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର(ପ୍ରକାଶ ସେଠୀ): ସର୍ବଭାରତୀୟ ସେବାର ଅଫିସରମାନଙ୍କୁ ଚଳିତମାସ ୩୧ତାରିଖ ସୁଦ୍ଧା ନିଜର ବାର୍ଷିକ ସମ୍ପତ୍ତି ତାଲିକା ଅନଲାଇନରେ ଦାଖଲ କରିବାକୁ ପଡ଼ିବ। ଯେଉଁ ଅଫିସରମାନେ ନିର୍ଦ୍ଧାରିତ ଅବଧି ମଧ୍ୟରେ ନିଜର ସମ୍ପତ୍ତି ତାଲିକା ଦାଖଲ ନକରିବେ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏହା ଯଥେଷ୍ଟ କାରଣ ହେବ ବୋଲି କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଚେତାବନୀ ଦେଇଛି। ଗତ ସପ୍ତାହରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଶ୍ରୀନିବାସ ଆର କଟିକିଥାଲା ରାଜ୍ୟ ମୁଖ୍ୟ […]

money

money

Tapas Behera
  • Published: Monday, 18 January 2021
  • Updated: 18 January 2021, 08:55 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): ସର୍ବଭାରତୀୟ ସେବାର ଅଫିସରମାନଙ୍କୁ ଚଳିତମାସ ୩୧ତାରିଖ ସୁଦ୍ଧା ନିଜର ବାର୍ଷିକ ସମ୍ପତ୍ତି ତାଲିକା ଅନଲାଇନରେ ଦାଖଲ କରିବାକୁ ପଡ଼ିବ। ଯେଉଁ ଅଫିସରମାନେ ନିର୍ଦ୍ଧାରିତ ଅବଧି ମଧ୍ୟରେ ନିଜର ସମ୍ପତ୍ତି ତାଲିକା ଦାଖଲ ନକରିବେ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏହା ଯଥେଷ୍ଟ କାରଣ ହେବ ବୋଲି କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଚେତାବନୀ ଦେଇଛି।

ଗତ ସପ୍ତାହରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଶ୍ରୀନିବାସ ଆର କଟିକିଥାଲା ରାଜ୍ୟ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ରଙ୍କୁ ଚିଠି ଲେଖି ସର୍ବଭାରତୀୟ ସେବାର ସମସ୍ତ ଅଫିସରମାନଙ୍କୁ ୨୦୨୦ ମସିହାର ବାର୍ଷିକ ସମ୍ପତ୍ତି ତାଲିକା ଜାନୁୟାରୀ ୩୧ତାରିଖ ମଧ୍ୟରେ ନିର୍ଦ୍ଧାରିତ ଅନଲାଇନ ମଡ୍ୟୁଲରେ ଦାଖଲ କରିବାକୁ ଆବଶ୍ୟକ ନିର୍ଦ୍ଦେଶନାମା ଜାରି ନିମନ୍ତେ ଅନୁରୋଧ କରିଛନ୍ତି। ଅଫିସରମାନେ କେବଳ ଅନଲାଇନରେ ନିଜର ବାର୍ଷିକ ସମ୍ପତ୍ତି ତାଲିକା ବିବରଣୀକୁ ସ୍କାନ କରି ଅପଲୋଡ୍ କରିପାରିବେ। ନିର୍ଦ୍ଧାରିତ ଜାନୁୟାରୀ ୩୧ତାରିଖ ମଧ୍ୟରେ ଏହି ଅନଲାଇନ ମଡ୍ୟୁଲରେ ସମ୍ପତ୍ତି ତାଲିକା ବିବରଣୀ ଦାଖଲ ନକଲେ ଅବଧି ଶେଷ ହେବାପରେ ସେହି ବ୍ୟବସ୍ଥା ଆପେଆପେ ଅକାମୀ ହୋଇଯିବ।

ଏପରିକି ଅଫିସରମାନେ ଚାହିଁଲେ ବି ବାର୍ଷିକ ସମ୍ପତ୍ତି ତାଲିକା ବିବରଣୀକୁ ଅଫଲାଇନ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ନିଜର କ୍ୟାଡ଼ର କିମ୍ବା କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟକୁ ପଠାଇ ପାରିବେ ନାହିଁ। ସମ୍ପତ୍ତି ତାଲିକାକୁ ନିଜ କ୍ୟାଡ଼ର କିମ୍ବା କାର୍ମିକ ମନ୍ତ୍ରଣାଳୟକୁ ନପଠାଇବାକୁ ମଧ୍ୟ କୁହାଯାଇଛି।
ସର୍ବଭାରତୀୟ ସେବା(ସର୍ତ୍ତାବଳୀ) ନିୟମ-୧୯୬୮ର ଧାରା ୧୬(୨)ର ପ୍ରାବଧାନ ଅନୁସାରେ ସର୍ବଭାରତୀୟ ସେବାର ପ୍ରତ୍ୟେକ ଅଫିସରଙ୍କୁ ନିଜର ବାର୍ଷିକ ସମ୍ପତ୍ତି ତାଲିକା ଦାଖଲ କରିବାକୁ ପଡ଼ିବ। ବିଶେଷକରି ନିଜର ଅସ୍ଥାବର ସମ୍ପତ୍ତିର ବିବରଣୀ ଦେବାକୁ ପଡ଼ିଥାଏ। ଏଥିରେ ସମ୍ପୃକ୍ତ ଅଫିସର କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ ଅବା ଅନ୍ୟ କାହା ନାଁରେ କିଣାଯାଇଥିବା ଅବା ଋଣ କରାଯାଇଥିବା ସମ୍ପତ୍ତିର ବିସ୍ତୃତ ବିବରଣୀ ଦେବାକୁ ହୋଇଥାଏ।
ତା’ଛଡ଼ା ଯଦି କୌଣସି ଅଫିସର ନିଜର ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ ନକରନ୍ତି ତେବେ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏହା ଯଥେଷ୍ଟ କାରଣ ହେବ ବୋଲି ମଧ୍ୟ କେନ୍ଦ୍ର ସରକାର ତାଗିଦ୍ କରିଛନ୍ତି। ବିଶେଷକରି ସମ୍ପତ୍ତି ତାଲିକା ଦାଖଲ କରୁନଥିବା ଅଫିସରଙ୍କ ବାର୍ଷିକ ଇନକ୍ରିମେଣ୍ଟ ଓ କେନ୍ଦ୍ର ସରକାରରେ ନିଯୁକ୍ତିକୁ ମଧ୍ୟ ତାହା ପ୍ରଭାବିତ କରିବ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ,  ଓଡ଼ିଶା କ୍ୟାଡ଼ରର ୨ଡଜନରୁ ଅଧିକ ଆଇଏଏସ୍ ନିର୍ଦ୍ଧାରିତ ଅବଧି ମଧ୍ୟରେ ନିଜର ୨୦୧୯ ମସିହାର ବାର୍ଷିକ ସମ୍ପତ୍ତି ତାଲିକା ଦାଖଲ କରିନଥିବା କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ କହିଛି। ସେମାନଙ୍କ ମଧ୍ୟରେ ଆଇଏଏସ୍  ନୀତିନ ଭାନୁଦାସ ଜାୱଲେ, ସଚିନ ଆର ଯାଦବ, ବିଜୟ କେତନ ଉପାଧ୍ୟାୟ, ଦାଶରଥୀ ଶତପଥୀ, ରଞ୍ଜନ କୁମାର ଦାସ, ଏନ୍ ଥିରୁମାଳା ନାଏକ, ପ୍ରେମଚନ୍ଦ୍ର ଚୌଧୁରୀ, ମାନସୀ ନିମ୍ବଲ, ଭି ଜୟକୁମାର , ଏସ.କ୍ରିଷ୍ଣନ, ଜେ ସୋନାଲ, ରବୀନ୍ଦ୍ରନାଥ ସାହୁ, ରାମକୃଷ୍ଣ ସାହୁ, ଲଗ୍ନଜିତ୍ ରାୟ, ମୁରଲୀଧର ମଲ୍ଲିକ, ଉମାକାନ୍ତ ତ୍ରିପାଠୀ, ଶୁଭେନ୍ଦୁ କାନୁନଗୋ, ସିଦ୍ଧାର୍ଥ ଦାସ ପ୍ରମୁଖ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story