ଖଣ୍ଡା, ଫାର୍ସାରେ ୩ ଭାଇଙ୍କୁ ପକାଇଲେ ଚୋଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାନ ଦୋକାନରେ ପଶିଲେ ୨୦ରୁ ଅଧିକ ଯୁବକ । ହାତରେ ଖଣ୍ଡା, ଫାର୍ସା ଧରି ପାନ ଦୋକାନୀଙ୍କୁ ଅତର୍କିତ ଆକ୍ରମଣ କଲେ। ଏହାକୁ ପ୍ରତିବାଦ କରିବାରୁ ତାଙ୍କ ୨ ସାନ ଭାଇଙ୍କୁ ବି ଆକ୍ରମଣ କରି ଲହୁଲୁହାଣ କଲେ । ଏଥିରେ ପାନ ଦୋକାନୀଙ୍କ ସମେତ ତାଙ୍କ ୨ ଭାଇ ବି  ଗୁରୁତର ଆହତ ହୋଇଥିବା ଜଣାଯାଇଛି। ଏପରି ମରଣାନ୍ତକ ଆକ୍ରମଣ ରାଜଧାନୀ ଭୁବନେଶ୍ୱରର ସୁନ୍ଦରପଦା ଅଞ୍ଚଳରେ ଘଟିଛି। ପୂର୍ବ ଶତ୍ରୁତାରୁ ଏପରି ଗଣ୍ଡଗୋଳ […]

attack

attack

Niharika Rout
  • Published: Tuesday, 22 November 2022
  • Updated: 22 November 2022, 08:57 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାନ ଦୋକାନରେ ପଶିଲେ ୨୦ରୁ ଅଧିକ ଯୁବକ । ହାତରେ ଖଣ୍ଡା, ଫାର୍ସା ଧରି ପାନ ଦୋକାନୀଙ୍କୁ ଅତର୍କିତ ଆକ୍ରମଣ କଲେ। ଏହାକୁ ପ୍ରତିବାଦ କରିବାରୁ ତାଙ୍କ ୨ ସାନ ଭାଇଙ୍କୁ ବି ଆକ୍ରମଣ କରି ଲହୁଲୁହାଣ କଲେ । ଏଥିରେ ପାନ ଦୋକାନୀଙ୍କ ସମେତ ତାଙ୍କ ୨ ଭାଇ ବି  ଗୁରୁତର ଆହତ ହୋଇଥିବା ଜଣାଯାଇଛି। ଏପରି ମରଣାନ୍ତକ ଆକ୍ରମଣ ରାଜଧାନୀ ଭୁବନେଶ୍ୱରର ସୁନ୍ଦରପଦା ଅଞ୍ଚଳରେ ଘଟିଛି।

ପୂର୍ବ ଶତ୍ରୁତାରୁ ଏପରି ଗଣ୍ଡଗୋଳ ଘଟିଥିବା ଜଣାଯାଇଛି। ଆକ୍ରମଣରେ ଗୁରୁତର ୩ ଭାଇ ହେଲେ ପ୍ରଣବ ସେନାପତି ଓ ତାଙ୍କ ଦୁଇ ସାନ ଭାଇ ପ୍ରଦୋଷ ସେନାପତି ଓ ପ୍ରବୀଣ ସେନାପତି।

ପ୍ରଣବ ସେନାପତିଙ୍କ କହିବାନୁଯାୟୀ, ୨ ଦିନ ପୂର୍ବେ ଗାଁର କିଛି ଯୁବକଙ୍କ ସହ ତାଙ୍କ ପରିବାରର ଗଣ୍ଡଗୋଳ ହୋଇଥିବା ବେଳେ ଥାନାରେ ଏହାର ସମାଧାନ ହୋଇଥିଲା।  ଏହାକୁ ନେଇ ଗତକାଲି ରାତିରେ ଦୋକାନରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଯୁବକ ହାତରେ ଖଣ୍ଡା, ଫାର୍ସ ଧରି ପହଞ୍ଚି ଅତର୍କିତ ଆକ୍ରମଣ କରିଥିଲେ। ଏହାଦେଖି ମୋତେ ବଞ୍ଚାଇବାକୁ ଆସି ମୋ ୨ ଭାଇ ବି ଆକ୍ରମଣର ଶିକାର ହୋଇଛନ୍ତି।

ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତ୍ତି କରିଛି।  କିଏ ଓ କାହିଁକି ଏଭଳି ଆକ୍ରମଣ କରିଛି ସେନେଇ ତଦନ୍ତ କରୁଛି ପୁଲିସ  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos