ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଥମୁନି ବନ୍ୟଜନ୍ତୁ ସାମଗ୍ରୀ କାରବାର। ନୟାଗଡ଼ ଜିଲ୍ଲା ଗଣିଆ-ଚାମୁଣ୍ଡିଆ ରୋଡ୍ ମାଆ କଳାପାଟ ମନ୍ଦିର ନିକଟରେ ରେଡ୍ କରି ଏସଟିଏଫ୍ ଦୁଇ ଜଣଙ୍କୁ ଗିରଫ କରିଛି। ଗତକାଲି ଏହି ରେଡ୍ ହୋଇଥିଲା। କଲରାପତରିଆ ଛାଲ ଓ ହାତୀଦାନ୍ତ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଏହି ରେଡ୍ କରିଥିଲା ଏସ୍ଟିଏଫ୍।
ଘଟଣାସ୍ଥଳରୁ ଗୋଟିଏ କଲରାପତରିଆ ବାଘ ଛାଲ ଓ ୨ଟି ହାତୀ ଦାନ୍ତ ଜବତ କରାଯାଇଛି। ତା’ସହିତ ଅନ୍ୟ କେତେକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ବାଘ ଛାଲ ଓ ହାତୀ ଦାନ୍ତକୁ ଅଧିକ ପରୀକ୍ଷା ପାଇଁ ଡେରାଡୁନର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଓ୍ୱାଇଲ୍ଡ ଲାଇଫକୁ ପଠାଯିବ। ଗିରଫ ହୋଇଥିବା ୨ ଅଭିଯୁକ୍ତ ହେଲେ କଟକ ନରସିଂହପୁର ଅ଼ଞ୍ଚଳର ରମେଶ ପ୍ରତିହାରି ଓ
ନୟାଗଡ଼ ଜିଲ୍ଲା ବେଠିଆ ସାହିର ବିମ୍ବାଧର ତରେଇ। ଏ ନେଇ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି। ଏସ୍ଟିଏଫ୍ର ସୂଚନା ଅନୁସାରେ ବର୍ଷେ ଭିତରେ ୧୩ଟି କଲରାପତରିଆ ବାଘ ଛାଲ, ୯ଟି ହାତୀ ଦାନ୍ତ, ୨ଟି ହରିଣ ଛାଲ, ୩ଟି ବଜ୍ରକାପ୍ତା, ୫ କେଜି ବଜ୍ରକାପ୍ତା କାତି ଜବତ କରାଯାଇଛି। ୧୫ଟି ମାମଲା ରୁଜୁ କରାଯାଇ ୨୭ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।