ସରକାରୀ ସୁବିଧା ପାଇଁ ଶାସକ ଦଳ ସହ ନେଣଦେଣ ସଂପର୍କ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଅନେକ ସମୟରେ ସରକାରଙ୍କଠାରୁ କୌଣସି ସୁବିଧା ପାଇବାକୁ ଥିଲେ ବା ସରକାରଙ୍କ ସହ ବ୍ୟାବସାୟିକ କାରବାର ପାଇଁ କିଛି କମ୍ପାନୀ ନେତା ଓ ବାବୁମାନଙ୍କୁ ବିଭିନ୍ନ ଉପାୟରେ ଉପକୃତ କରିଥାନ୍ତି। ଏଭଳି କାରବାରକୁ ନେଣଦେଣ ସଂପର୍କ ବା ଦୁର୍ନୀତି ପର୍ଯ୍ୟାୟଭୁକ୍ତ କରାଯାଏ। ତେବେ ଏଭଳି ଦୁର୍ନୀତି ଅଭିଯୋଗରୁ ମୁକ୍ତି ପାଇବାକୁ ଚାଲାକ ନେତା ଓ ବାବୁମାନେ ସିଧାସଳଖ ଲାଞ୍ଚ ବା ଉତ୍କୋଚ ଗ୍ରହଣ ନକରି ପରିଚିତ କମ୍ପାନୀଙ୍କ ମାଧ୍ୟମରେ ‘ଉତ୍କୋଚ’ ଗ୍ରହଣ କରିଥାନ୍ତି। ଏଭଳି […]

bribe

Tapas Behera
  • Published: Monday, 07 June 2021
  • , Updated: 07 June 2021, 05:49 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଅନେକ ସମୟରେ ସରକାରଙ୍କଠାରୁ କୌଣସି ସୁବିଧା ପାଇବାକୁ ଥିଲେ ବା ସରକାରଙ୍କ ସହ ବ୍ୟାବସାୟିକ କାରବାର ପାଇଁ କିଛି କମ୍ପାନୀ ନେତା ଓ ବାବୁମାନଙ୍କୁ ବିଭିନ୍ନ ଉପାୟରେ ଉପକୃତ କରିଥାନ୍ତି। ଏଭଳି କାରବାରକୁ ନେଣଦେଣ ସଂପର୍କ ବା ଦୁର୍ନୀତି ପର୍ଯ୍ୟାୟଭୁକ୍ତ କରାଯାଏ। ତେବେ ଏଭଳି ଦୁର୍ନୀତି ଅଭିଯୋଗରୁ ମୁକ୍ତି ପାଇବାକୁ ଚାଲାକ ନେତା ଓ ବାବୁମାନେ ସିଧାସଳଖ ଲାଞ୍ଚ ବା ଉତ୍କୋଚ ଗ୍ରହଣ ନକରି ପରିଚିତ କମ୍ପାନୀଙ୍କ ମାଧ୍ୟମରେ ‘ଉତ୍କୋଚ’ ଗ୍ରହଣ କରିଥାନ୍ତି। ଏଭଳି ପରୋକ୍ଷ ଉତ୍କୋଚ ଅନେକ ସମୟରେ ସର୍ବ ସାଧାରଣଙ୍କ ଦୃଷ୍ଟିଗୋଚର ହୋଇନଥାଏ। ଓଡ଼ିଶାରେ ଏବେ ଏଇ ବାଟ ଧରିଛନ୍ତି କିଛି ବଡ଼ କମ୍ପାନୀ।

ଶାସନରେ ଥିବା ରାଜନୀତିକ ଦଳକୁ ସନ୍ତୁଷ୍ଟ କରିବା ପାଇଁ ଶାସକ ଦଳ ନେତାଙ୍କ ସଂପୃକ୍ତିରେ ଚାଲିଥିବା କେତେକ ଗଣମାଧ୍ୟମ ସଂସ୍ଥାକୁ ରାଜ୍ୟ ସରକାରଙ୍କ ସହିତ ସଂପୃକ୍ତ ଥିବା କେତେକ ବଡ଼ ବଡ଼ କମ୍ପାନୀ ଯଦି କୋଟିକୋଟି ଟଙ୍କାର ବିଜ୍ଞାପନ ପ୍ରଦାନ କରନ୍ତି ତେବେ ତାହାକୁ କ’ଣ କୁହାଯିବ? ଯେତେବେଳେ ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ଏହିପରି କିଛି କମ୍ପାନୀ ଓ ବଡ଼ ବ୍ୟବସାୟିକ ସଂସ୍ଥା ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ସଂସ୍ଥାକୁ ଲକ୍ଷଲକ୍ଷ ଟଙ୍କାର ବିଜ୍ଞାପନ ପ୍ରଦାନ କରିଥିଲେ ବୋଲି ସେତେବେଳେ ବିରୋଧୀ ଦଳରେ ଥିବା ନେତାମାନେ ଅଭିଯୋଗ କରିଥିଲେ। ଠିକ ସେହିପରି ୧୯୯୫-୨୦୦୦ ମଧ୍ୟରେ ଆରମ୍ଭ ହୋଇଥିବା ଅନ୍ୟ ଏକ ଗଣମାଧ୍ୟମ ସଂସ୍ଥାକୁ ମଧ୍ୟ ଏହିପରି ବିଜ୍ଞାପନ ମାଧ୍ୟମରେ ସନ୍ତୁଷ୍ଟ କରାଯାଇଥିଲା ବୋଲି ମଧ୍ୟ ଅଭିଯୋଗ ହୋଇଥିଲା। ଏବେ ପୁଣି ସେହି ଉପାୟ ଅବଲମ୍ବନ କରିଛନ୍ତି ଆଉ କିଛି ସଂସ୍ଥା।

ଟାଟା ଷ୍ଟିଲ, ବେଦାନ୍ତ, ସିରାଜୁଦ୍ଦିନ ମାଇନ୍ସ, ବାଙ୍ଗର ସିମେଣ୍ଟ ଆଦି ଅନେକ କମ୍ପାନୀର ବ୍ୟାବସାୟିକ ସ୍ୱାର୍ଥ ରାଜ୍ୟ ସରକାରଙ୍କ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଅଛି। ସରକାର ଚାହିଁଲେ ବିଭିନ୍ନ ଆଇନ ଓ ନିୟମ ଜରିଆରେ ଏହି କମ୍ପାନୀଗୁଡ଼ିକର ଅନେକ ବେଆଇନ କାମ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ଯଦି ଏମାନେ ସେପରି କୌଣସି କାର୍ଯ୍ୟ କରୁ ନଥାନ୍ତି ତେବେ ସରକାରଙ୍କଠାରୁ ବିଭିନ୍ନ ଫାଇଦା ଓ ରିହାତି ଇତ୍ୟାଦି ପାଇବାକୁ ମଧ୍ୟ ଏହି କୌଶଳ ଅବଲମ୍ବନ କରୁଥାଇପାରନ୍ତି।

ସଂପ୍ରତି ଶାସକ ଦଳର ବିଧାୟକଙ୍କ ସଂପୃକ୍ତିରେ ଚାଲିଥିବା ଏକ ଗଣମାଧ୍ୟମ ସଂସ୍ଥାକୁ ସରକାରଙ୍କ ସହିତ ଜଡ଼ିତ କେତେକ କମ୍ପାନୀ ବିପୁଳ ବିଜ୍ଞାପନ ଦେବା ପଛରେ ଏହିପରି ଉଦ୍ଦେଶ୍ୟ ଥାଇପାରେ ବୋଲି ସନ୍ଦେହ କରାଯାଉଛି। ଯଦି ଏହି କମ୍ପାନୀଗୁଡ଼ିକର ଉଦ୍ଦେଶ୍ୟ ନିରୁତା ବ୍ୟାବସାୟିକ ପ୍ରଚାର ହୋଇଥାନ୍ତା ତେବେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ହିଁ ବିଜ୍ଞାପନ ଦେଉଥାନ୍ତେ। କିନ୍ତୁ ସେମାନେ ତାହା ନକରି ଛୋଟ ଓ ନୂଆ ସଂସ୍ଥାକୁ ବିଜ୍ଞାପନ ଦେବା ଦ୍ୱାରା ସେମାନଙ୍କର କେଉଁ ସ୍ୱାର୍ଥ ସାଧନ ହେଉଛି ତାହା ଅନୁଶୀଳନଯୋଗ୍ୟ।

Related story