ମୁଁ ଏବେ କାହା ପାଇଁ ବଞ୍ଚିବି…

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଁ ଏବେ କାହା ପାଇଁ ବଞ୍ଚିବି। ଯିଏ ସବୁକିଛି ଥିଲା, ସିଏ ଚାଲିଗଲା। ଏମିତି କୋହଭରା କଣ୍ଠରେ କାନ୍ଦୁଛନ୍ତି ସହିଦ୍‌ ମନୋରଞ୍ଜନ ଲେଙ୍କାଙ୍କ ମାଆ। ଛତିଶଗଡ଼ ସୁକମାରେ ମାଓବାଦୀଙ୍କ ଆକ୍ରମଣରେ ସହିଦ ହୋଇଛନ୍ତି ଓଡ଼ିଆ ପୁଅ ମନୋରଞ୍ଜନ। ଏହି ଖବର ଜଣାପଡ଼ିବା ପରେ ସହିଦଙ୍କ ଜନ୍ମମାଟି ପୁରୀ ଜିଲ୍ଲାର ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ରେବଣା ନୂଆଗାଁରେ ଏବେ ଶୋକର ଛାୟା ଖେଳି ଯାଇଛି। ବିଶେଷ କରି ମନୋରଞ୍ଜନ ଘରେ ଶୋକାକୁଳ ପରିସ୍ଥିତି ସୃଷ୍ଟି […]

death odia sons mother crying

Rakesh Mallick
  • Published: Tuesday, 13 March 2018
  • , Updated: 13 March 2018, 07:55 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଁ ଏବେ କାହା ପାଇଁ ବଞ୍ଚିବି। ଯିଏ ସବୁକିଛି ଥିଲା, ସିଏ ଚାଲିଗଲା। ଏମିତି କୋହଭରା କଣ୍ଠରେ କାନ୍ଦୁଛନ୍ତି ସହିଦ୍‌ ମନୋରଞ୍ଜନ ଲେଙ୍କାଙ୍କ ମାଆ। ଛତିଶଗଡ଼ ସୁକମାରେ ମାଓବାଦୀଙ୍କ ଆକ୍ରମଣରେ ସହିଦ ହୋଇଛନ୍ତି ଓଡ଼ିଆ ପୁଅ ମନୋରଞ୍ଜନ। ଏହି ଖବର ଜଣାପଡ଼ିବା ପରେ ସହିଦଙ୍କ ଜନ୍ମମାଟି ପୁରୀ ଜିଲ୍ଲାର ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ରେବଣା ନୂଆଗାଁରେ ଏବେ ଶୋକର ଛାୟା ଖେଳି ଯାଇଛି। ବିଶେଷ କରି ମନୋରଞ୍ଜନ ଘରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ପରିବାର ଓ ଗାଁ ଲୋକମାନେ ମନୋରଞ୍ଜନଙ୍କ ପରଲୋକରେ ଭାଙ୍ଗି ପଡ଼ିଛନ୍ତି।

ବିଶେଷ କରି ମନୋରଞ୍ଜନଙ୍କ ମାଆଙ୍କ ଅବସ୍ଥା ଘରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରିଛି। କିଛି ଦିନ ଆଗରୁ ମନୋରଞ୍ଜନଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଶେଷ ଥର ପାଇଁ ମନୋରଞ୍ଜନ ଘରକୁ ଆସିଥିଲେ। ଘରକୁ ଯାଇ ଚାକିରିରେ ଆଜି ଯୋଗଦେଇ ଥିଲେ। ଯୋଗଦେବା ପରେ ଡ୍ୟୁଟି କରୁଥିବା ବେଳେ ମାଓବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିଲେ। ତେଣୁ ପୁଅକୁ ହରାଇ ମାଆ ଛାତି ବାଡ଼େଇ କାନ୍ଦୁଛନ୍ତି। କୋହଭରା କଣ୍ଠରେ କହିଛନ୍ତି, ମୁଁ କାହା ପାଇଁ ବଞ୍ଚିବି।”

Related story