ମୃତା ପରୀଙ୍କ ବାପାଙ୍କ ଖୁଲାସା: ବାବୁଲି ନାୟକ କିଡନୀ, ଆଖି ବିକ୍ରି କରୁଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ବାବୁଲି ନାୟକ କିଡନୀ ଚୋରି ରାକେଟରେ ସମ୍ପୃକ୍ତ ଅଛି। ନୟାଗଡ଼ରେ ରାକେଟ କରି କିଡନୀ, ଆଖି ତାଡ଼ି  ବିକ୍ରି କରୁଛି। ତା’ର ସମ୍ପତ୍ତି ବୋଲି ମାତ୍ର ୪ ମାଣ ଜମି ଥିବା ବେଳେ ଏବେ ସେ କୋଟିପତି।” ନୟାଗଡ଼ର ପରୀ ହତ୍ୟା ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପରୀର ବାପା ଅଶୋକ ସାହୁ ଆଣିଛନ୍ତି ଏଭଳି ସାଂଘାତିକ ଅଭିଯୋଗ । ଅଶୋକ ଫୋନ୍‌ ଯୋଗେ ନିଜ ପ୍ରତିକ୍ରିୟାରେ କହିଛନ୍ତି, “ଗତକାଲି […]

babuli

Niharika Rout
  • Published: Wednesday, 25 November 2020
  • , Updated: 25 November 2020, 02:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ବାବୁଲି ନାୟକ କିଡନୀ ଚୋରି ରାକେଟରେ ସମ୍ପୃକ୍ତ ଅଛି। ନୟାଗଡ଼ରେ ରାକେଟ କରି କିଡନୀ, ଆଖି ତାଡ଼ି  ବିକ୍ରି କରୁଛି। ତା’ର ସମ୍ପତ୍ତି ବୋଲି ମାତ୍ର ୪ ମାଣ ଜମି ଥିବା ବେଳେ ଏବେ ସେ କୋଟିପତି।” ନୟାଗଡ଼ର ପରୀ ହତ୍ୟା ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପରୀର ବାପା ଅଶୋକ ସାହୁ ଆଣିଛନ୍ତି ଏଭଳି ସାଂଘାତିକ ଅଭିଯୋଗ ।

ଅଶୋକ ଫୋନ୍‌ ଯୋଗେ ନିଜ ପ୍ରତିକ୍ରିୟାରେ କହିଛନ୍ତି, “ଗତକାଲି ପୁଲିସ୍‌ ବିଧାନସଭା ସମ୍ମୁଖରୁ କାବୁ କରି ନେବା ପରେ ୫/୬ଟି ଦସ୍ତଖତ ନେଇଥିଲା। ପରେ ସେଠାରେ ଉପସ୍ଥିତି ଅଧିକାରୀ ଟେଲିଫୋନରେ ନୟାଗଡ଼ ଏସ୍‌ପିଙ୍କ ସହ କଥା କରାଇଥିଲେ । ତେବେ ବାବୁଲି ନାୟକ ବିରୋଧରେ କିଛି ପ୍ରମାଣ ମିଳୁନି ବୋଲି ଏସ୍‌ପି କହିଥିଲେ।”

ଏସ୍‌ପି କହିଲେ ୫ ଜଣଙ୍କରୁ ୪ ଜଣଙ୍କୁ ଗିରଫ କରିଛୁ। ଆଉ ଜଣେ ଫେରାର ଅଛି।  ସାକ୍ଷୀ, ପ୍ରମାଣ କିଛି ନ ଥିବାରୁ ଗିରଫ କରିପାରୁନୁ। କ୍ରାଇମବ୍ରାଞ୍ଚକୁ ଦେଇଦେବାକୁ କହିବାରୁ ହଁ ଦେଇଦେବୁ ବୋଲି ମଧ୍ୟ ଏସ୍‌ପି କହିଥିବା କହିଛନ୍ତି ଅଶୋକ।

ହେଲେ ଏସ୍‌ପିଙ୍କ ଏହି ପ୍ରତିଶ୍ରୁତିକୁ ସହଜେ ହଜମ କରିପାରୁ ନାହାନ୍ତି ଅଶୋକ। କାରଣ ପୂର୍ବରୁ ମଧ୍ୟ ଏସ୍‌ପି ଏହି ମାମଲାକୁ କ୍ରାଇମବ୍ରାଞ୍ଚକୁ ଦେବାକୁ ରାଜି ହୋଇ ଚୁପ୍‌ ବସି ପଡ଼ିଥିଲେ।  ପୁଲିସ୍‌ କେସ୍‌କୁ ସମ୍ପୂର୍ଣ୍ଣ ଚାପୁଛି। ତଦନ୍ତ ରିପୋର୍ଟ ମାଗିଲେ ଦେଉନାହିଁ। ତେଣୁ ଏବେ ତାଙ୍କ କଥାରେ ବିଶ୍ୱାସ ହେଉନି ବୋଲି କହିଛନ୍ତି ଅଶୋକ।

ଏହାବ୍ୟତୀତ ଝିଅକୁ ହରାଇଥିବା ସତ୍ତ୍ୱେ ସମବେଦନା ଜଣାଇବା ପରିବର୍ତ୍ତେ ପୁଲିସ୍‌ କିପରି ସେମାନଙ୍କୁ ହଇରାଣ କରୁଥିଲା, ସେ ସମ୍ପର୍କରେ ଅଶୋକ କହିଛନ୍ତି ପୁଲିସ୍‌ ଜାଣିଶୁଣି ଅଭିଯୁକ୍ତକୁ ନ ଧରି ଆମକୁ ହଇରାଣ କରୁଛି। ମୋ ଭାଇ, ଭାଉଜଙ୍କୁ ନେଇ ପଚରାପଚରି କଲା। ଆମ ୨ ଜଣଙ୍କୁ ୭ , ୮ ଥର ନେଇ ଥାନାରେ ବସାଇବା ସହ ହଇରାଣ କରୁଛନ୍ତି। ଝିଅ ମରିବାରୁ ୪ ମାସରୁ ଊର୍ଦ୍ଧ୍ୱ ସମୟ ହୋଇଯାଇଥିବା ବେଳେ ପୁଲିସ୍‌ ଏଯାଏ ପୋଷ୍ଟମର୍ଟମ ରିପୋର୍ଟ ଦେଇନଥିବା ଅଶୋକ ଅଭିଯୋଗ କରିଛନ୍ତି ।

ଅପରପକ୍ଷେ ପରୀକୁ ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଛି ବିଜେପି ମହିଳା ମୋର୍ଚ୍ଚା । ଭୁବନେଶ୍ୱରରେ ବିଜେପି ମହିଳା ମୋର୍ଚ୍ଚାର କର୍ମକର୍ତ୍ତା ପୋଷ୍ଟର ଓ ବ୍ୟାନର ଧରି ବିକ୍ଷୋଭ ଓ ନାରାବାଜି କରିଛନ୍ତି । ମନ୍ତ୍ରୀ ପଦରୁ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛି ମହିଳା ମୋର୍ଚ୍ଚା । ମୃତ୍ୟୁର ଅଭିଯୁକ୍ତ କୁହାଯାଉଥିବା ବାବୁଲି ନାୟକ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଥିବା ଏକ ଫଟୋ ଦେଖାଇ ନାରାବାଜି କରିଛନ୍ତି । ବାବୁଲି ନାଏକର ଗିରଫ ସହ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛନ୍ତି ମହିଳା ମୋର୍ଚ୍ଚା ସଦସ୍ୟା ।

Related story