ଜଳେଶପେଟା ସ୍ୱାମିଜୀଙ୍କୁ କିଏ ଦେଇଥିଲା ମର୍ଡ଼ର ଧମକ, ଇଏ ସେଇ ଅଭିଯୁକ୍ତ

ବାଲିଗୁଡ଼ା(ଓଡ଼ିଶା ରିପୋର୍ଟର) କନ୍ଧମାଳ ଜଳେଶପେଟା ଆଶ୍ରମ ମୁଖ୍ୟଙ୍କୁ ହତ୍ୟା ସହ ଆଶ୍ରମ ଉଡାଇଦେବାର ଧମକ ଦେଇଥିବା ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ଜଣେ ସାଧୁ ଏବଂ ତାଙ୍କ ନାଁ ମହାଦେବ ମହାରାଜ । ପୁରୁଣା ବିବାଦକୁ କେନ୍ଦ୍ର କରି ଆଶ୍ରମ ମୁଖ୍ୟ ସ୍ୱାମୀଜୀ ଜୀବନ ମୁକ୍ତାନନ୍ଦ ପୁରୀଙ୍କୁ ଧମକ ଦେଇଥିବା କହିଛନ୍ତି ଏସ୍‌ପି। ପୂର୍ବରୁ ମହାଦେବ ମହାରାଜ ଏହି ଆଶ୍ରମରେ ରହୁଥିଲେ । ତେବେ ବିବାଦର କାରଣ କଣ, ଏନେଇ ଅଭିଯୋଗକାରୀ ଆଶ୍ରମ ମୁଖ୍ୟ କିମ୍ବା […]

6nb

6nb

Tapas Behera
  • Published: Sunday, 21 February 2021
  • Updated: 22 February 2021, 05:37 PM IST

Sports

Latest News

ବାଲିଗୁଡ଼ା(ଓଡ଼ିଶା ରିପୋର୍ଟର) କନ୍ଧମାଳ ଜଳେଶପେଟା ଆଶ୍ରମ ମୁଖ୍ୟଙ୍କୁ ହତ୍ୟା ସହ ଆଶ୍ରମ ଉଡାଇଦେବାର ଧମକ ଦେଇଥିବା ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ଜଣେ ସାଧୁ ଏବଂ ତାଙ୍କ ନାଁ ମହାଦେବ ମହାରାଜ । ପୁରୁଣା ବିବାଦକୁ କେନ୍ଦ୍ର କରି ଆଶ୍ରମ ମୁଖ୍ୟ ସ୍ୱାମୀଜୀ ଜୀବନ ମୁକ୍ତାନନ୍ଦ ପୁରୀଙ୍କୁ ଧମକ ଦେଇଥିବା କହିଛନ୍ତି ଏସ୍‌ପି। ପୂର୍ବରୁ ମହାଦେବ ମହାରାଜ ଏହି ଆଶ୍ରମରେ ରହୁଥିଲେ । ତେବେ ବିବାଦର କାରଣ କଣ, ଏନେଇ ଅଭିଯୋଗକାରୀ ଆଶ୍ରମ ମୁଖ୍ୟ କିମ୍ବା ଅଭିଯୁକ୍ତ ମହାଦେବ ମହାରାଜଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ।  ସେପଟେ ବିଜେପିର ଏକ ଟିମ୍ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ କନ୍ଧମାଳ ଏସ୍‌ପିଙ୍କୁ ଭେଟି ଆଶ୍ରମରେ ସୁରକ୍ଷା ଦାବି କରିଛି ।

୨୦୦୮, ଅଗଷ୍ଟ ୨୩ ଜନ୍ମାଷ୍ଟମୀ ପାଇଁ ଉତ୍ସବମୁଖର ଥିଲା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଦ୍ୱାରା ପ୍ରତିଷ୍ଠିତ ଜଳେଶପଟ୍ଟା ଆଶ୍ରମ । ହେଲେ ସେହି ଭାବ ବିହ୍ୱଳ ପରିବେଶ ଭିତରେ ଅତର୍କିତ ଆକ୍ରମଣ କରି ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ସହ ୪ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲେ ଦୁର୍ବୃତ୍ତ । ଇତିମଧ୍ୟରେ ଘଟଣାକୁ ବିତିଯାଇଛି ୧୨ ବର୍ଷ । ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ପରେ ଏହି ଆଶ୍ରମର ପରିଚାଳନା ଦାୟିତ୍ୱରେ ଅଛନ୍ତି ସ୍ୱାମୀ ଜୀବନ ମୁକ୍ତାନନ୍ଦ ପୁରୀ । ଯାହାଙ୍କୁ ହତ୍ୟା ଧମକ ସହ ଆଶ୍ରମ ଉଡ଼ାଇଦିଆଯିବ ବୋଲି ଫୋନ୍ କରିଥିଲେ ମହାଦେବ ମହାରାଜ।

ଏହି ଘଟଣା ପରେ ଆଶ୍ରମରେ ବଢ଼ାଇ ଦିଆଯାଇଛି ସୁରକ୍ଷା ବ୍ୟବସ୍ଥା।  ଆଶ୍ରମରେ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ତନ୍ନ ତନ୍ନ ଯାଞ୍ଚ କରିଛି । ଖୋଦ୍ କନ୍ଧମାଳ ଏସ୍ପି ଘଟଣାସ୍ଥଳରେ ସୁରକ୍ଷା ବ୍ୟବସ୍ଥାର ତଦାରଖ ସହ ସ୍ୱାମୀଜୀଙ୍କ ସହ ଆଲୋଚନା କରିଛନ୍ତି । ସେପଟେ ୨ ବିଜେପି ବିଧାୟକଙ୍କ ସମେତ ଦଳର ଏକ ୭ ଜଣିଆ ଟିମ୍ ଜଳେଶପେଟ୍ଟା ଆଶ୍ରମରେ ସ୍ୱାମୀଜୀଙ୍କୁ ସାକ୍ଷାତ କରିବା ସହ କନ୍ଧମାଳ ଏସ୍ପିଙ୍କୁ ଭେଟି ଘଟଣାର ଉଚିତ ତଦନ୍ତ ସହ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ସେପଟେ ବିଶ୍ୱହିନ୍ଦୁ ପରିଷଦ ମଧ୍ୟ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos