ଆଜି ଦେବଗଡ଼ ବନ୍ଦ, ଗାଡ଼ି ଚଳାଚଳ ବାଧାପ୍ରାପ୍ତ

ଦେବଗଡ଼(ସିଦ୍ଧାର୍ଥ ଗୁରୁ): କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ପ୍ରଦାନ ଦାବିରେ ଆଜି ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ପାଳନ କରାଯାଉଛି । ଦେବଗଡ ଜିଲ୍ଲା କୃଷକ ସଂଘର୍ଷ ସଂଘ ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି।  ଫଳରେ ଗାଡିମୋଟର ଚଳାଚଳ ବନ୍ଦ ରହିଛି। କୃଷକ ସଂଘର୍ଷ ସଂଘ  ସଭାପତି ସେମ ହେମ୍ରମଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ […]

strike

strike

Niharika Rout
  • Published: Monday, 22 August 2022
  • Updated: 22 August 2022, 11:54 AM IST

Sports

Latest News

ଦେବଗଡ଼(ସିଦ୍ଧାର୍ଥ ଗୁରୁ): କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ପ୍ରଦାନ ଦାବିରେ ଆଜି ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ପାଳନ କରାଯାଉଛି । ଦେବଗଡ ଜିଲ୍ଲା କୃଷକ ସଂଘର୍ଷ ସଂଘ ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି।  ଫଳରେ ଗାଡିମୋଟର ଚଳାଚଳ ବନ୍ଦ ରହିଛି।

କୃଷକ ସଂଘର୍ଷ ସଂଘ  ସଭାପତି ସେମ ହେମ୍ରମଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ  କରାଯାଇଛି । ଫଳରେ ଗାଡିମଟର ଓ ବ୍ୟବସାୟିକ ପ୍ରତିଷ୍ଠାନ ଏବେ ବନ୍ଦ ରହିଥିବା ବେଳେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ମଧ୍ୟ ବନ୍ଦ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

[caption id="attachment_759666" align="aligncenter" width="650"]strike ଉତ୍ତ୍ୟକ୍ତ ଲୋକେ ଉପଜିଲ୍ଲାପାଳଙ୍କ ଗାଡ଼ିକୁ ଅଟକାଇଛନ୍ତି।[/caption]

ଗତବର୍ଷ ଖରିଫ ଋତୁରେ ସ୍ୱଳ୍ପ ବର୍ଷା ଯୋଗୁଁ ଜିଲ୍ଲାରେ ମରୁଡି ସମସ୍ୟା ଦେଖାଯାଇଥିଲା । ମାତ୍ର କ୍ଷତିଗ୍ରସ୍ତ ଚାଷୀଙ୍କୁ ଆଜି ପର୍ଯ୍ୟନ୍ତ  ଫସଲ ବୀମା ଟଙ୍କା ପ୍ରଦାନ କରାଯାଇ ନଥିବା ଅଭିଯୋଗ ହୋଇଛି । ଯାହାର ପ୍ରତିବାଦରେ କୃଷକ ସଂଘର୍ଷ ସଂଘ  ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos