ଡେକାନ କ୍ରୋନିକଲ ଉପାଧ୍ୟକ୍ଷ ଭୁବନେଶ୍ୱରରୁ ଗିରଫ

ଭୁବନେଶ୍ୱର: ଡେକାନ କ୍ରୋନିକଲ ଏବଂ ଡେକାନ ଚାର୍ଜସ୍ ଉପାଧ୍ୟକ୍ଷ ପି.କେ. ଆୟାର ଭୁବନେଶ୍ୱରରୁ ଗିରଫ ହୋଇଛନ୍ତି।  ଗତକାଲି ରାତିରେ ଏକ ତାରକା ହୋଟେଲରୁ ତାଙ୍କୁ ଗିରଫ କରିଛି କମିସନରେଟ୍ ପୋଲିସ। ଗୁଇନ୍ଦା ସୂଚନା ଆଧାରରେ ଖବର ପାଇ ତାଙ୍କୁ ଗିରଫ କରିଛି କମିସନରେଟ ପୋଲିସ। ଆୟାରଙ୍କ  ନାଁରେ ୩୫୦ କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି। ସେ ଗତ କିଛି ମାସ ଧରି ଫେରାର ଥିଲେ। ତାଙ୍କ ବିରୋଧରେ ଜାମିନ ବିହିନ ଗିରଫ ପରୱାନା ଜାରି ହୋଇଥିଲା। ଅନେକ […]

pk iyar

Rakesh Mallick
  • Published: Saturday, 06 June 2015
  • , Updated: 06 June 2015, 08:44 AM IST

ଭୁବନେଶ୍ୱର: ଡେକାନ କ୍ରୋନିକଲ ଏବଂ ଡେକାନ ଚାର୍ଜସ୍ ଉପାଧ୍ୟକ୍ଷ ପି.କେ. ଆୟାର ଭୁବନେଶ୍ୱରରୁ ଗିରଫ ହୋଇଛନ୍ତି।  ଗତକାଲି ରାତିରେ ଏକ ତାରକା ହୋଟେଲରୁ ତାଙ୍କୁ ଗିରଫ କରିଛି କମିସନରେଟ୍ ପୋଲିସ। ଗୁଇନ୍ଦା ସୂଚନା ଆଧାରରେ ଖବର ପାଇ ତାଙ୍କୁ ଗିରଫ କରିଛି କମିସନରେଟ ପୋଲିସ। ଆୟାରଙ୍କ  ନାଁରେ ୩୫୦ କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି। ସେ ଗତ କିଛି ମାସ ଧରି ଫେରାର ଥିଲେ। ତାଙ୍କ ବିରୋଧରେ ଜାମିନ ବିହିନ ଗିରଫ ପରୱାନା ଜାରି ହୋଇଥିଲା। ଅନେକ ଦିନ ଧରି ସେ ଛଦ୍ମ ନାଁରେ ହୋଟେଲରେ ରହୁଥିଲେ। କମିଶନରେଟ୍ ପୋଲିସ ଗିରଫ କରି ତାଙ୍କୁ ସିବିଆଇକୁ ହସ୍ତାନ୍ତର କରାଯାଇଛି। ସେପଟେ ବାଙ୍ଗାଲୋରରୁ ସିବିଆଇର ଏକ ଟିମ୍ ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚିବେ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ପୂର୍ବରୁ ଡେକାନ୍ କ୍ରୋନିକଲ୍ ଚେୟାରମ୍ୟାନ୍ ଟି. ଭେଙ୍କଟରାମ ରେଡ୍ଡିଙ୍କୁ ମଧ୍ୟ ବ୍ୟାଙ୍କ ଫ୍ରଡ୍ ଅଭିଯୋଗରେ ଗତ ଫେବୃଆରୀ ୧୪ତାରିଖରେ ହାଇଦ୍ରାବାଦରୁ ସିବିଆଇ ଗିରଫ କରିଥିଲା। ବେଙ୍ଗଲୁରୁ ସିବିଆଇରର ଏକ ସ୍ୱତନ୍ତ୍ର ଟିମ୍ ହାଇଦ୍ରାବାଦରେ ପହଞ୍ଚି ତାଙ୍କୁ ଗିରଫ କରିଥିଲା। ଡେକାନ୍ କ୍ରୋନିକଲ୍ ହୋଲ୍ଡିଂସ ଲିମିଟେଡ୍ ଓ ଏହାର ଅଧ୍ୟକ୍ଷ ବିଭିନ୍ନ ଆର୍ଥିକ ସଂସ୍ଥାଠାରୁ ଜାଲିଆତି କରି ଋଣ ନେଇଥିବା ଅଭିଯୋଗ ରହିଥିଲା। ସେମାନଙ୍କ ବିରୋଧରେ ଠକେଇ ଓ ଅପରାଧିକ ଷଡ଼ଯନ୍ତ୍ର ଭଳି  ଗୁରୁତର ଅଭିଯୋଗ ଥିଲା।

Related story