ଡିସେମ୍ବର ୧ରୁ ବସ୍ ଧର୍ମଘଟ

ଭୁବନେଶ୍ୱର: ଡିସେମ୍ବର ୧ ତାରିଖରୁ ରାଜ୍ୟରେ ବସ୍ ଚଳାଚଳ ବନ୍ଦ ରହିବ। ରବିବାର ରାଜ୍ୟ ବସ୍ ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି। ଭୁବନେଶ୍ୱରଠାରେ ଅନୁଷ୍ଠିତ ସଂଘର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବସ୍ ଉପରେ ଟିକସ ବୃଦ୍ଧି ପ୍ରତିବାଦରେ ସଂଘ ଏହି ନିଷ୍ପତ୍ତି ନେଇଛି। ବୈଠକ ପରେ ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର କୁମାର ସାହୁ କହିଛନ୍ତି ଯେ ସବୁ ଶ୍ରେଣୀର ଯାତ୍ରୀବାହୀ ବସ୍ ଉପରେ ସରକାର ଟିକସ୍ ବୃଦ୍ଧି କରିଛନ୍ତି। ସରକାର […]

bus stirike from-dec-1

Rakesh Mallick
  • Published: Sunday, 15 November 2015
  • , Updated: 15 November 2015, 03:58 PM IST

ଭୁବନେଶ୍ୱର: ଡିସେମ୍ବର ୧ ତାରିଖରୁ ରାଜ୍ୟରେ ବସ୍ ଚଳାଚଳ ବନ୍ଦ ରହିବ। ରବିବାର ରାଜ୍ୟ ବସ୍ ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି। ଭୁବନେଶ୍ୱରଠାରେ ଅନୁଷ୍ଠିତ ସଂଘର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବସ୍ ଉପରେ ଟିକସ ବୃଦ୍ଧି ପ୍ରତିବାଦରେ ସଂଘ ଏହି ନିଷ୍ପତ୍ତି ନେଇଛି।

ବୈଠକ ପରେ ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର କୁମାର ସାହୁ କହିଛନ୍ତି ଯେ ସବୁ ଶ୍ରେଣୀର ଯାତ୍ରୀବାହୀ ବସ୍ ଉପରେ ସରକାର ଟିକସ୍ ବୃଦ୍ଧି କରିଛନ୍ତି। ସରକାର ମାତ୍ରାଧିକ ଟିକସ୍ ବୃଦ୍ଧି କରିଛନ୍ତି। ଏହି ଟିକସର ପରିମାଣ ୯୦ରୁ ୧୦୦ ପ୍ରତିଶତ ରହିଛି। ଫଳରେ ବସ୍ ଚଳାଇବା ସମ୍ଭବପର ନୁହେଁ। କାରଣ ଏଭଳି ସ୍ଥିତିରେ ବସ୍ ଚଳାଇଲେ ବସ୍ ଭଡ଼ା ବଢ଼ାଇବାକୁ ପଡ଼ିବ। କିନ୍ତୁ ବସ୍ ଭଡ଼ା ବଢ଼ାଇଲେ ଯାତ୍ରୀଙ୍କୁ ବାଧିବ। ତେଣୁ ସଂଘ ବାଧ୍ୟ ହୋଇ ଡିସେମ୍ବର ୧ରୁ ବସ୍ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଜି ସାଧାରଣ ପରିଷଦ ବୈଠକରେ ରାଜ୍ୟର ସବୁ ବସ୍ ମାଲିକ ସଂଘର ପ୍ରତିନିଧିମାନେ ଯୋଗ ଦେଇଥିଲେ ଏବଂ ଗୋଟିଏ ସ୍ୱରରେ ବସ୍ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ଆସନ୍ତାକାଲି ବିଧିବଦ୍ଧ ଭାବେ ଏନେଇ ସରକାରଙ୍କୁ ଜଣାଇ ଦିଆଯିବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବସ୍ ଉପରେ ଟିକସ୍ ନବଢ଼ାଇବା ପାଇଁ ୧୪.୧୦.୨୦୧୫ରେ ମୁଖ୍ୟମନ୍ତ୍ରୀ, ପରିବହନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ପରିବହନ ସଚିବଙ୍କୁ ସ୍ମାରକପତ୍ର ଦିଆଯାଇଥିଲା। କିନ୍ତୁ ମାସେ ବିତି ଯାଇଥିଲେ ସୁଦ୍ଧା ସରକାର ଦାବି ପୂରଣ କଲେ ନାହିଁ। ସେହିପରି ବସଷ୍ଟାଣ୍ଡଗୁଡ଼ିକର ଉନ୍ନତିକରଣ ନେଇ ଦେଇଥିବା ପ୍ରତିଶ୍ରୁତି ବି ସରକାର ପୂରଣ କଲେ ନାହିଁ।

ଏହା ସହିତ ଟାଉନ୍ ବସଗୁଡ଼ିକୁ କେବଳ ସହର ମଧ୍ୟରେ ଚଳାଇବାକୁ ସଂଘ ଦାବି କରିଛି।

Related story