ଡିସେମ୍ବର ୧୬ରୁ ଶ୍ରୀମନ୍ଦିର ଜଗମୋହନ ମରାମତି

ଭୁବନେଶ୍ୱର: ଡିସେମ୍ୱର ୧୬ରୁ ଆରମ୍ଭ ହୋଇପାରେ ପୁରୀ ଶ୍ରୀମନ୍ଦିର ଜଗମୋହନ ମରାମତି କାମ। ତେବେ ମରାମତି ସମୟରେ ରତ୍ନ ସିଂହାସନରୁ ଶ୍ରୀଜୀଉଙ୍କୁ ସ୍ଥାନାନ୍ତର କରାଯିବ ନାହିଁ। ଏ ନେଇ ଗୁରୁବାର ଭୁବନେଶ୍ୱରଠାରେ ବସିଥିବା ବୈଷୟିକ କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ତେବେ ସେବାୟତଙ୍କ ସହ ବୈଠକ ପରେ ଏ ନେଇ ବିଧିବଦ୍ଧ ଭାବେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର। ଜଗମୋହନ ମରାମତି ପାଇଁ ଶ୍ରୀମନ୍ଦିର ନୀତି ରାତି ୨ଟାରୁ ଆରମ୍ଭ […]

suresh-mohapatra

Rakesh Mallick
  • Published: Thursday, 03 December 2015
  • , Updated: 03 December 2015, 02:55 PM IST

ଭୁବନେଶ୍ୱର: ଡିସେମ୍ୱର ୧୬ରୁ ଆରମ୍ଭ ହୋଇପାରେ ପୁରୀ ଶ୍ରୀମନ୍ଦିର ଜଗମୋହନ ମରାମତି କାମ। ତେବେ ମରାମତି ସମୟରେ ରତ୍ନ ସିଂହାସନରୁ ଶ୍ରୀଜୀଉଙ୍କୁ ସ୍ଥାନାନ୍ତର କରାଯିବ ନାହିଁ। ଏ ନେଇ ଗୁରୁବାର ଭୁବନେଶ୍ୱରଠାରେ ବସିଥିବା ବୈଷୟିକ କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ତେବେ ସେବାୟତଙ୍କ ସହ ବୈଠକ ପରେ ଏ ନେଇ ବିଧିବଦ୍ଧ ଭାବେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର। ଜଗମୋହନ ମରାମତି ପାଇଁ ଶ୍ରୀମନ୍ଦିର ନୀତି ରାତି ୨ଟାରୁ ଆରମ୍ଭ ହେବ। ମହାପ୍ରସାଦ ମଧ୍ୟ ଅପରାହ୍ନ ୨ଟା ପରିବର୍ତ୍ତେ ଚାରି ପାଞ୍ଚ ଘଣ୍ଟା ପୂର୍ବରୁ ବାହରିବ। ପୂର୍ବାହ୍ନ ୧୧ଟା ସୁଦ୍ଧା ସମସ୍ତ ନୀତି ସମାପ୍ତ କରି ଏଏସ୍ଆଇକୁ କାମ କରିବାକୁ ଛଡ଼ାଯିବ। ସନ୍ଧ୍ୟା ୭ଟା ଯାଏଁ କାମ ଚାଲିବ। ଏହି ସମୟରେ ଭକ୍ତ ଜଗମୋହନ ଭିତରକୁ ପ୍ରବେଶ କରିପାରିବେ ନାହିଁ। ବାହାର କାଠ ପାଖରୁ ହିଁ ଦର୍ଶନ ହେବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏକ ଷ୍ଟିଲ୍ ପ୍ଲାଟଫର୍ମ କରି ଏଠାରେ କାମ ଆରମ୍ଭ ହେବ। ତେବେ କାନ୍ଥରୁ ପ୍ଲାଷ୍ଟର ଛଡ଼ାଇବା ପରେ ହିଁ ମରାମତି କିଭଳି ହେବ ସେ ସଂକ୍ରାନ୍ତରେ ଜଣାପଡ଼ିବ। ମରାମତି କାମ ଆସନ୍ତା ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଶେଷ କରିବା ପାଇଁ ଯୋଜନା କରାଯାଇଛି। ଭୁବନେଶ୍ୱରରେ ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏଏସ୍ଆଇ ଓ ଶ୍ରୀମନ୍ଦିର ଟେକ୍ନିକାଲ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।

Related story