ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟରେ ଆରମ୍ଭ ହେବ ଖଣି ନିଲାମ ପ୍ରକ୍ରିୟା

ଭୁବନେଶ୍ୱର: ରାଜ୍ୟରେ ଖଣି ନିଲାମ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ୍। କେନ୍ଦ୍ରର ପରାମର୍ଶ ଅନୁସାରେ ରାଜ୍ୟ ସରକାର ଏସବିଆଇ କ୍ୟାପିଟାଲ ମାର୍କେଟସ୍ ଲିମେଟଡକୁ ଟ୍ରାନାଜକ୍ସନ ଆଡଭାଇଜର ବା ଇ-ଅକ୍ସନ ପ୍ରୋଭାଇଡର ଭାବେ ନିଯୁକ୍ତ କରିଛନ୍ତି। ଡିସେମ୍ୱର ଶେଷ ସୁଦ୍ଧା ନିଲାମ ପ୍ରକିୟା ଆରମ୍ଭ ହେବ। ୧୬ ନୁହେଁ ୧୦ ଖଣି ନିଲାମ ପାଇଁ ପ୍ରାୟ ଚୂଡ଼ାନ୍ତ ହୋଇଛି ପ୍ରକ୍ରିୟା। ଏଥିରେ ସୁନ୍ଦରଗଡ଼ ଜିଲ୍ଲାର ଖଣ୍ଡାଧାର ଖଣି ବି ରହିଛି। ୧୦ଟି ଖଣିରୁ ୪ଟି ହେଉଛି ଆଇରନ୍ ଓର୍, […]

mines

Rakesh Mallick
  • Published: Thursday, 08 October 2015
  • , Updated: 08 October 2015, 03:47 PM IST

ଭୁବନେଶ୍ୱର: ରାଜ୍ୟରେ ଖଣି ନିଲାମ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ୍। କେନ୍ଦ୍ରର ପରାମର୍ଶ ଅନୁସାରେ ରାଜ୍ୟ ସରକାର ଏସବିଆଇ କ୍ୟାପିଟାଲ ମାର୍କେଟସ୍ ଲିମେଟଡକୁ ଟ୍ରାନାଜକ୍ସନ ଆଡଭାଇଜର ବା ଇ-ଅକ୍ସନ ପ୍ରୋଭାଇଡର ଭାବେ ନିଯୁକ୍ତ କରିଛନ୍ତି। ଡିସେମ୍ୱର ଶେଷ ସୁଦ୍ଧା ନିଲାମ ପ୍ରକିୟା ଆରମ୍ଭ ହେବ।

୧୬ ନୁହେଁ ୧୦ ଖଣି ନିଲାମ ପାଇଁ ପ୍ରାୟ ଚୂଡ଼ାନ୍ତ ହୋଇଛି ପ୍ରକ୍ରିୟା। ଏଥିରେ ସୁନ୍ଦରଗଡ଼ ଜିଲ୍ଲାର ଖଣ୍ଡାଧାର ଖଣି ବି ରହିଛି। ୧୦ଟି ଖଣିରୁ ୪ଟି ହେଉଛି ଆଇରନ୍ ଓର୍, ୪ଟି ଲାଇମ୍ ଷ୍ଟୋନ୍, ଗୋଟିଏ ବକ୍ସାଇଟ୍ ଓ ଗୋଟିଏ ମାଙ୍ଗାନିଜ୍ ଖଣି। ଖଣି ନିଲାମ ପାଇଁ ଡିଜିପିଏସ୍ ସର୍ଭେ ଓ ଅନ୍ୟ ଆନୁସଙ୍ଗିକ କାର୍ଯ୍ୟ ବି ଆଗେଇଛି। ଅକ୍ଟୋବର ଶେଷ ସୁଦ୍ଧା ଡିଜିପିଏସ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ନିଲାମ ପ୍ରକ୍ରିୟା ତ୍ୱରାନ୍ୱିତ ପାଇଁ ଟ୍ରାନଜାକ୍ସନ ଆଡଭାଇଜର ବା ଇ- ଅକ୍ସନ ପ୍ରୋଭାଇଡର ନିଯୁକ୍ତ ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ। ଏସବିଆଇ କ୍ୟାପିଟାଲ ମାର୍କେଟସ୍ ଲିମିଟେଡ୍, ଏସବିଆଇ କ୍ୟାପ୍ କିମ୍ୱା ଏମଏସଟିସିକୁ ଟ୍ରାନାଜକ୍ସନ ଆଡଭାଇଜର ଭାବେ ନିଯୁକ୍ତି କରିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଥିଲେ। ରାଜ୍ୟ ସରକାର ଟ୍ରାନଜାକ୍ସନ ଆଡଭାଇଜର ଭାବେ ଏସବିବିଆଇ କ୍ୟାପିଟାଲ ମାର୍କେଟସ ଲିମିଟେଡକୁ ନିଯୁକ୍ତ କରିଛନ୍ତି। ଡିସେମ୍ୱର ଶେଷ ସୁଦ୍ଧା ନିଲାମ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ଖଣିମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ।

ନିଲାମ ହେବାକୁ ଥିବା ଖଣିଗୁଡ଼ିକ ଏବେ ଉତ୍ତୋଳନ ସ୍ଥିତିରେ ଅଛି। ତେବେ ଏସବୁ ଖଣିକୁ ଛାଡ଼ିଦେଲେ ପ୍ରାୟ ୫୦ଟି ଖଣିକୁ ଉତ୍ତୋଳନ ସ୍ଥିତିକୁ ଆଣିବାକୁ ପଦକ୍ଷେପ ନେବାକୁ ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ଏମଏମଡିଆର ଆକ୍ଟ ସଂଶୋଧନ ପରେ ଗତ ଜୁଲାଇ ୨୩ ତାରିଖରେ ଖଣି ନିଲାମ ପ୍ରକିୟା ତ୍ୱରାନ୍ୱିତ କରିବାକୁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବା ପାଇଁ କେନ୍ଦ୍ର ଖଣି ସଚିବ ଓଡ଼ିଶା ଆସିଥିଲେ। ଖଣି ଚିହ୍ନଟ, ପରିମାଣ ଆକଳନ, ନିଲାମ ପ୍ରକ୍ରିୟାକୁ ତ୍ୱରାନ୍ୱିତ ସହ ସମୟ ସୀମା ଓ ନିର୍ଦ୍ଦିଷ୍ଟ ଦର ଧାର୍ଯ୍ୟ କରିବା ଆଦି କାମ ଶୀଘ୍ର କରିବା ପାଇଁ କେନ୍ଦ୍ର ରାଜ୍ୟ ସରକାରଙ୍କୁ ଅବଗତ କରିଛି।

Related story