ଖୋଲିବ କି ଶ୍ରୀମନ୍ଦିର? ଅଗଷ୍ଟ ୪ରେ ନିଷ୍ପତ୍ତି

ପୁରୀ (ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ପାଇଁ ରତ୍ନସିଂହାସନ୍‌ରେ ମହାପ୍ରଭୁଙ୍କୁ ଦର୍ଶନ କରିପାରୁନାହାନ୍ତି ଭକ୍ତ। ବିନା ଭକ୍ତରେ ରଥଯାତ୍ରା ସରିବା ପରେ ଶ୍ରୀମନ୍ଦିର ଖୋଲିବାକୁ ହୋଇପାରେ ନିଷ୍ପତ୍ତି। ଏଥିପାଇଁ ଅଗଷ୍ଟ ୪ ତାରିଖରେ ବସିବ ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଏଥିରେ ଭର୍ଚୁଆଲରେ ରହିବେ ପୁରୀ ଜିଲ୍ଲାପାଳ, ଏସ୍‌ପି, ସିଡିଏମ୍‌ଓ, ସମନ୍ୱୟ କମିଟି ସଦସ୍ୟ, ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ରହିବେ। ପ୍ରାୟ ଅଢ଼େଇ ମାସ ହେଲାଣି ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବାରଣ […]

puri

puri

Manoranjan Sial
  • Published: Monday, 26 July 2021
  • Updated: 26 July 2021, 08:19 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ପାଇଁ ରତ୍ନସିଂହାସନ୍‌ରେ ମହାପ୍ରଭୁଙ୍କୁ ଦର୍ଶନ କରିପାରୁନାହାନ୍ତି ଭକ୍ତ। ବିନା ଭକ୍ତରେ ରଥଯାତ୍ରା ସରିବା ପରେ ଶ୍ରୀମନ୍ଦିର ଖୋଲିବାକୁ ହୋଇପାରେ ନିଷ୍ପତ୍ତି। ଏଥିପାଇଁ ଅଗଷ୍ଟ ୪ ତାରିଖରେ ବସିବ ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଏଥିରେ ଭର୍ଚୁଆଲରେ ରହିବେ ପୁରୀ ଜିଲ୍ଲାପାଳ, ଏସ୍‌ପି, ସିଡିଏମ୍‌ଓ, ସମନ୍ୱୟ କମିଟି ସଦସ୍ୟ, ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ରହିବେ। ପ୍ରାୟ ଅଢ଼େଇ ମାସ ହେଲାଣି ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବାରଣ ରହିଛି।

ମହାମାରୀ କରୋନା ପାଇଁ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା। ଭକ୍ତମାନେ ମନ୍ଦିର ଭିତରକୁ ଯାଇପାରୁନଥିଲେ। ମନ୍ଦିରରେ କେବଳ ନୀତିକାନ୍ତି ଚାଲୁଥିଲା। କରୋନାକୁ ଦେଖି ରାଜ୍ୟ ସରକାର ପୁରୀ ଛଡ଼ା ଅନ୍ୟ ସ୍ଥାନରେ ରଥ ଯାତ୍ରାକୁ ଅନୁମତି ଦେଇନଥିଲେ। ଯାହାକୁ ନେଇ ବିବାଦ ଦେଖାଦେଇଥିଲା। ଏପରିକି ମାମଲା ସୁପ୍ରିମକୋର୍ଟଙ୍କ ପର୍ଯ୍ୟନ୍ତ ଯାଇଥିଲା। ମାତ୍ର ସେଠାରୁ ସମସ୍ତଙ୍କୁ ନିରାଶ ହେବାକୁ ପଡ଼ିଥିଲା।

ଏବେ ରାଜ୍ୟରେ କରୋନାର କୋପ କମିବାରେ ଲାଗିଛି। ପ୍ରତିଦିନ ସମଗ୍ର ରାଜ୍ୟରୁ ୧୦୦୦ ତଳକୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ରାଜ୍ୟରେ କରୋନା ନିୟନ୍ତ୍ରଣକୁ ଆସୁଥିବାରୁ ମନ୍ଦିର ଖୋଲିବାକୁ ସରକାର ନିଷ୍ପତ୍ତି ନେଇପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos