ବିଶ୍ୱକପ୍ ହକି: ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ ପାଇଁ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱକପ୍ ପୁରୁଷ ହକି-୨୦୨୩ କାର୍ଯ୍ୟକ୍ରମରେ ସାମିଲ ହେବା ନିମନ୍ତେ ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯିବ । ବିଶ୍ୱକପ୍ ହକି ମ୍ୟାଚ ଆୟୋଜନ ଓ ସୁପରିଚାଳନା ନିମନ୍ତେ ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା କରି ସବୁ ରାଜନୀତିକ ଦଳର ସହଯୋଗ ଲୋଡ଼ିଛନ୍ତି । ଏହାସହିତ ବିଶ୍ୱକପ୍ ହକି ମ୍ୟାଚ ପ୍ରସ୍ତୁତିରେ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେଇଥିବାରୁ କେନ୍ଦ୍ର ସରକାର ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ […]

Hocky

Hocky

Ordigital Desk
  • Published: Thursday, 22 December 2022
  • Updated: 22 December 2022, 08:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱକପ୍ ପୁରୁଷ ହକି-୨୦୨୩ କାର୍ଯ୍ୟକ୍ରମରେ ସାମିଲ ହେବା ନିମନ୍ତେ ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯିବ । ବିଶ୍ୱକପ୍ ହକି ମ୍ୟାଚ ଆୟୋଜନ ଓ ସୁପରିଚାଳନା ନିମନ୍ତେ ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା କରି ସବୁ ରାଜନୀତିକ ଦଳର ସହଯୋଗ ଲୋଡ଼ିଛନ୍ତି । ଏହାସହିତ ବିଶ୍ୱକପ୍ ହକି ମ୍ୟାଚ ପ୍ରସ୍ତୁତିରେ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେଇଥିବାରୁ କେନ୍ଦ୍ର ସରକାର ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

ଆସନ୍ତା ଜାନୁୟାରୀ ୧୩ରୁ ୨୯ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବିଶ୍ୱକପ୍ ପୁରୁଷ ହକି ମ୍ୟାଚ୍ ହେବାକୁ ଥିବାବେଳେ ଆଜି ଲୋକସେବା ଭବନର କନଭେନସନ ହଲରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସାମିଲ ହୋଇଥିବା ବିଭିନ୍ନ ରାଜନୀତିକ ଦଳର ନେତୃବୃନ୍ଦ ଓଡ଼ିଶା କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ ହକିର ଆୟୋଜନ କରି ସମଗ୍ର ବିଶ୍ୱରେ ନିଜର ପ୍ରତିଷ୍ଠା ବଢ଼ାଇ ପାରିଛି ବୋଲି ମତ ଦେବା ସହ ସରକାରଙ୍କ ଉଦ୍ୟମକୁ ସାଧୁବାଦ ଜଣାଇଥିଲେ।

ଏହି ବୈଠକରେ ଯୋଗ ଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଭଳି ଆୟୋଜନ ପାଇଁ ରାଜ୍ୟ ସରକାରଙ୍କ ପ୍ରଶଂସା କରିବା ସହ ୨୦୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ଉତ୍ସବ ବେଳକୁ ଯେପରି ଓଡ଼ିଶାରୁ ୧୦୦ଜଣ ଅଲମ୍ପିଆନ୍ ବାହାରିବେ ସେଥିପାଇଁ ସମସ୍ତେ ମିଳିମିଶି କାମ କରିବା ଉଚିତ୍ ବୋଲି କହିଥିଲେ । ଏହାବ୍ୟତୀତ କ୍ରମାଗତ ଭାବେ ଦୁଇଥର ବିଶ୍ୱକପ୍ ହକି ଆୟୋଜନ ଭଳି ବିରଳ ଘଟଣାକୁ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ଦେବା, ଉଭୟ ଭୁବନେଶ୍ୱର-ରାଉରକେଲା ସହରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ନାଗରିକଙ୍କୁ ସାମିଲ କରିବା, ରାଉରକେଲା-ଭୁବନେଶ୍ୱର ରେଳପଥକୁ ହକି ପାଇଁ ବ୍ରାଣ୍ଡିଂ କରିବା, ସ୍ଥାନୀୟ ଓଡ଼ିଆ କ୍ରୀଡ଼ାର ପ୍ରସାର କରିବା ଆଦି ଭଳି ମତାମତ ଦେବା ସହ କେନ୍ଦ୍ର ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେବେ ବୋଲି କହିଥିଲେ । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ରାଜ୍ୟର ସବୁ ଜିଲ୍ଲାରେ ହକି ଷ୍ଟାଡ଼ିୟମ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଜେଡିରୁ ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର ଓ ପ୍ରଣବ ପ୍ରକାଶ ଦାସ, କଂଗ୍ରେସରୁ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ତାରାପ୍ରସାଦ ବାହିନୀପତି, ବିଜେପିରୁ ସମୀର ମହାନ୍ତି, ବାମଦଳରୁ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ରାମକୃଷ୍ଣ ପଣ୍ଡା, ଅଳିକିଶୋର ପଟ୍ଟନାୟକ, ଅଭୟ ସାହୁ, ଆମ୍ ଆଦମୀ ପାର୍ଟିର ନିଶିକାନ୍ତ ମହାପାତ୍ର, ଆରଜେଡିର ହେମନ୍ତ କୁମାର ଓ ସମାଜବାଦୀ ପାର୍ଟିର ରବି ବେହେରା ପ୍ରମୁଖ ନିଜ ନିଜର ମତାମତ ଦେଇଥିଲେ ।
ଏହି କାର୍ଯ୍ୟକ୍ରମକୁ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ସଂଯୋଜନା କରିଥିବାବେଳେ କ୍ରୀଡ଼ା ସଚିବ ଆର ଭିନିଲକ୍ରିଷ୍ଣା ୧୭ଦିନିଆ ହକି ମହୋତ୍ସବର ପ୍ରସ୍ତୁତି ଓ ବିଭିନ୍ନ କାର୍ଯ୍ୟକ୍ରମର ବିସ୍ତୃତ ବିବରଣୀ ବୈଠକରେ ଉପସ୍ଥାପନା କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story