ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ୍: ବିଜ୍ଞାନରେ ରେଭେନ୍ସା ଓ କଳାରେ ବିଜେବି ଆଗରେ

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ୍।  ସାରା ରାଜ୍ୟରେ ସମସ୍ତ ଷ୍ଟ୍ରିମ୍ ପାଇଁ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି।  ଉଚ୍ଚଶିକ୍ଷା ବିଭାଗର ୱେବସାଇଟ୍‌ www.dheodisha.gov.in ରେ ଏହି କଟ୍ ଅଫ୍ ମାର୍କ ଉପଲବ୍ଧ ହେଉଛି। ବିଜ୍ଞାନରେ ରେଭେନ୍ସା ଜୁନିୟର କଲେଜ ଆଗରେ ଥିବା ବେଳେ ଦ୍ୱିତୀୟରେ ରହିଛି ବିଜେବି ଜୁନିୟର କଲେଜ । ରେଭେନ୍ସା ଜୁନିୟର କଲେଜର କଟ୍‌ ଅଫ୍ ମାର୍କ ବିଜ୍ଞାନରେ ୯୩.୧୭, ବାଣିଜ୍ୟରେ ୮୦.୬୭ ଓ […]

college

Rakesh Mallick
  • Published: Tuesday, 13 June 2017
  • , Updated: 13 June 2017, 10:19 PM IST

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ୍।  ସାରା ରାଜ୍ୟରେ ସମସ୍ତ ଷ୍ଟ୍ରିମ୍ ପାଇଁ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି।  ଉଚ୍ଚଶିକ୍ଷା ବିଭାଗର ୱେବସାଇଟ୍‌ www.dheodisha.gov.in ରେ ଏହି କଟ୍ ଅଫ୍ ମାର୍କ ଉପଲବ୍ଧ ହେଉଛି। ବିଜ୍ଞାନରେ ରେଭେନ୍ସା ଜୁନିୟର କଲେଜ ଆଗରେ ଥିବା ବେଳେ ଦ୍ୱିତୀୟରେ ରହିଛି ବିଜେବି ଜୁନିୟର କଲେଜ ।

ରେଭେନ୍ସା ଜୁନିୟର କଲେଜର କଟ୍‌ ଅଫ୍ ମାର୍କ ବିଜ୍ଞାନରେ ୯୩.୧୭, ବାଣିଜ୍ୟରେ ୮୦.୬୭ ଓ କଳାରେ ୭୩.୬୭ ରହିଛି। ବିଜେବି କଲେଜର କଟ୍‌ ଅଫ୍‌ ମାର୍କ ବିଜ୍ଞାନରେ ୯୨.୬୭, ବାଣିଜ୍ୟରେ ୮୩.୬୦ ଓ କଳାରେ ୭୫.୩୩ ରହିଛି।

ସେହିପରି ଏଫ୍‌ ଏମ୍‌ କଲେଜରେ ବିଜ୍ଞାନରେ ୮୭.୧୭, ବାଣିଜ୍ୟରେ ୬୪.୮୩ ଓ କଳାରେ ୭୪.୦୦ ରହିଛି। ଖଲ୍ଲିକୋଟ କଲେଜରେ ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍ ମାର୍କ ପ୍ରକାଶ ପାଇଛି। ବିଜ୍ଞାନରେ ୮୭.୬୭ , ବାଣିଜ୍ୟରେ ୬୮.୪୦ ଓ କଳାରେ ୬୩.୦୦ ରହିଛି। ଆରଡି କଲେଜର ବିଜ୍ଞାନରେ ୮୫.୫୦, ବାଣିଜ୍ୟରେ ୭୧.୩୩ ଓ କଳାରେ ୭୧.୬୭ ରହିଛି ।

ପ୍ରଥମ ପର୍ଯ୍ୟାୟରେ କଟ୍ ଅଫ୍ ମାର୍କ ତାଲିକାରେ ୩,୨୨,୧୬୭ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି।  କଳାରେ ୨, ୧୮୭୧ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ସେହିପରି ବିଜ୍ଞାନରେ ୮୫,୫୬୯ ଓ ବାଣିଜ୍ୟରେ ୨୧, ୮୨୧ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ସଂସ୍କୃତରେ ୭,୧୦୯ ଓ ଭୋକେସନାଲ୍‌ରେ ୫,୭୯୭ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି।

ମେ’୨୨ ରୁ ଜୁନ ୭ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଯୁକ୍ତ ୨ରେ ନାମ ଲେଖା ପାଇଁ ଉଭୟ ଅନଲାଇନ୍ ଓ ଅଫ୍‌ଲାଇନରେ ଆବେଦନ କରିଥିଲେ।

ଆଜି ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ପ୍ରକାଶ ପାଇଥିବା ବେଳେ ଜୁନ ୨୨ରେ ଦ୍ୱିତୀୟ ପର୍ଯ୍ୟାୟ ଓ ଜୁଲାଇ ୩ରେ ତୃତୀୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ପ୍ରକାଶ ପାଇବ।  ଜୁଲାଇ ୬ରୁ ଆରମ୍ଭ ହେବ ଯୁକ୍ତ ୨ ପାଠପଢ଼ା।

 

Related story