ଢାଙ୍କିଲା ଘନକୁହୁଡ଼ି: ପୁରୀରେ ଦେଖାଯାଉନି ଶ୍ରୀମନ୍ଦିର ଓ ସମୁଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜଧାନୀ ଭୁବନେଶ୍ୱର ଓ କଟକକୁ କୁହୁଡ଼ି ଢାଙ୍କି ରଖିଛି। ଆଜିକୁ ମିଶାଇ ଲଗାତାର ଚାରି ଦିନ ହେଲା ଏ ଦୁଇ ସହରରେ କୁହୁଡ଼ି ପଡୁଛି। ଶନିବାର ଓ ରବିବାର ଭୁବନେଶ୍ୱର ସହିତ କଟକରେ ଘନ କୁହୁଡ଼ି ପଡ଼ିଥିଲା। ଗତକାଲି ଭୁବନେଶ୍ୱରରେ କୁହୁଡ଼ିର ମାତ୍ରା ବହୁତ କମ୍ ଥିଲା। ଗତକାଲି ଅପେକ୍ଷା ଆଜି ଭୁବନେଶ୍ୱରରେ ଟିକେ ଅଧିକ କୁହୁଡ଼ି ପଡ଼ିଛି। କିନ୍ତୁ ଏହା ଶନିବାର ଓ ରବିବାର ଅପେକ୍ଷା ବହୁତ କମ୍। ଆଜି କୁହୁଡ଼ିରେ […]

fog

Jitendra Garnayak
  • Published: Tuesday, 22 January 2019
  • , Updated: 22 January 2019, 11:08 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜଧାନୀ ଭୁବନେଶ୍ୱର ଓ କଟକକୁ କୁହୁଡ଼ି ଢାଙ୍କି ରଖିଛି। ଆଜିକୁ ମିଶାଇ ଲଗାତାର ଚାରି ଦିନ ହେଲା ଏ ଦୁଇ ସହରରେ କୁହୁଡ଼ି ପଡୁଛି।

ଶନିବାର ଓ ରବିବାର ଭୁବନେଶ୍ୱର ସହିତ କଟକରେ ଘନ କୁହୁଡ଼ି ପଡ଼ିଥିଲା। ଗତକାଲି ଭୁବନେଶ୍ୱରରେ କୁହୁଡ଼ିର ମାତ୍ରା ବହୁତ କମ୍ ଥିଲା। ଗତକାଲି ଅପେକ୍ଷା ଆଜି ଭୁବନେଶ୍ୱରରେ ଟିକେ ଅଧିକ କୁହୁଡ଼ି ପଡ଼ିଛି। କିନ୍ତୁ ଏହା ଶନିବାର ଓ ରବିବାର ଅପେକ୍ଷା ବହୁତ କମ୍। ଆଜି କୁହୁଡ଼ିରେ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ କୌଣସି ବସ୍ତୁ ଦୃଶ୍ୟମାନ ହେଉଛି। କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।

[caption id="attachment_328567" align="aligncenter" width="750"] ପୁରୀରେ ପଡ଼ିଛି ଘନକୁହୁଡ଼ି[/caption]

କେବଳ କଟକ, ଭୁବନେଶ୍ୱର ନୁହେଁ, ପୁରୀ ଓ ଅନ୍ୟାନ୍ୟ ଉପକୂଳ ଜିଲ୍ଲାଗୁଡ଼ିକରେ ମଧ୍ୟ କୁହୁଡ଼ି ପଡ଼ୁଛି। ପୁରୀରେ ଚାରି ଦିନ ହେଲା ଘନ କୁହୁଡ଼ି ପଡୁଛି। ଘନ କୁହୁଡ଼ି ଯୋଗୁ ପୁରୀ ଶ୍ରୀମନ୍ଦିର ଓ ସମୁଦ୍ର ଦେଖାଯାଉ ନାହିଁ। ସମୁଦ୍ରର ଲହରୀର ଶବ୍ଦ କେବଳ ଶୁଭୁଛି। ଏଠାରେ ବି ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।

କୁହୁଡ଼ି ଯୋଗୁ ଗତକାଲି କେନ୍ଦ୍ରାପଡ଼ାରେ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୪ ଜଣଙ୍କ ଲୋକଙ୍କ ମୃତ୍ୟୁ ଘଟିଥିଲା। ଆଜି ସକାଳେ ଖୋର୍ଦ୍ଧାର ଯାଆଁଳ ନିକଟରେ ମଧ୍ୟ କୁହୁଡ଼ି ଯୋଗୁ ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଆଉ ଏକ ଟ୍ରକ୍‌କୁ ପିଟି ଦେବାରୁ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା।

ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡ଼ିର ମାତ୍ରା ଏତେ ଅଧିକ ନାହିଁ ବୋଲି ଜଣାପଡ଼ିଛି।

[caption id="attachment_328571" align="aligncenter" width="750"] ପୁରୀର ଏକ ପାର୍କର ଦୃଶ୍ୟ[/caption]

କୁହୁଡ଼ି ଜନଜୀବନକୁ ପ୍ରଭାବିତ କରୁଥିବା ବେଳେ ଶୀତ କମିଛି। ଏବେ ରାଜ୍ୟର ଅନେକ ସ୍ଥାନରେ ତାମପାତ୍ରା ସାମାନ୍ୟ ଠାରୁ ୩ ଡିଗ୍ରୀ କମ୍ ରହୁଥିବା ଜଣାପଡ଼ିଛି। ଯଦିଓ ଗତକାଲି ରାଜ୍ୟର ୬ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା,  ଆଗକୁ ଧୀରେ ଧୀରେ ଶୀତ କମିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Related story