ଆଜି ଆଲୋକର ପର୍ବ ଦୀପାବଳି, ବାଣ ବଜାର ଖାଁ ଖାଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଆଲୋକର ପର୍ବ ଦୀପାବଳି । ଅନ୍ଧାର ଉପରେ ଆଲୋକର ବିଜୟ । ଅସତ୍ୟ ଉପରେ ସତ୍ୟର ବିଜୟ । ଅଧର୍ମ ଉପରେ ଧର୍ମର ଜୟ । କରୋନା କଟକଣା ସତ୍ତ୍ୱେ ସାରା ଦେଶରେ ଆଜି  ଉତ୍ସାହର ସହ ପାଳନ ହେଉଛି ଦୀପାବଳି । ଲୋକେ ଘରେ ଘରେ ଦୀପ ଜାଳିବା ସହ ଇଷ୍ଟ ଦେବୀଙ୍କୁ ପୂଜା କରିଛନ୍ତି । ଉତ୍ତର ଭାରତରେ ଲକ୍ଷ୍ମୀ-ଗଣେଶଙ୍କୁ ପୂଜା କରାଯାଉଥିବା ବେଳେ ପୂର୍ବ ଭାରତରେ ମା’ କାଳୀଙ୍କୁ  […]

green-cracker

Niharika Rout
  • Published: Thursday, 04 November 2021
  • , Updated: 04 November 2021, 07:47 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଆଲୋକର ପର୍ବ ଦୀପାବଳି । ଅନ୍ଧାର ଉପରେ ଆଲୋକର ବିଜୟ । ଅସତ୍ୟ ଉପରେ ସତ୍ୟର ବିଜୟ । ଅଧର୍ମ ଉପରେ ଧର୍ମର ଜୟ । କରୋନା କଟକଣା ସତ୍ତ୍ୱେ ସାରା ଦେଶରେ ଆଜି  ଉତ୍ସାହର ସହ ପାଳନ ହେଉଛି ଦୀପାବଳି । ଲୋକେ ଘରେ ଘରେ ଦୀପ ଜାଳିବା ସହ ଇଷ୍ଟ ଦେବୀଙ୍କୁ ପୂଜା କରିଛନ୍ତି । ଉତ୍ତର ଭାରତରେ ଲକ୍ଷ୍ମୀ-ଗଣେଶଙ୍କୁ ପୂଜା କରାଯାଉଥିବା ବେଳେ ପୂର୍ବ ଭାରତରେ ମା’ କାଳୀଙ୍କୁ  ଆରାଧନା କରାଯାଉଛି ।

ସେପଟେ ରାଜ୍ୟରେ ବାଣ ବଜାର ଏଥର ଖାଁ  ଖାଁ । ଗ୍ରୀନ୍ କ୍ରାକରକୁ ବିଳମ୍ବରେ ଅନୁମତି ମିଳିଥିବାରୁ ଦ୍ୱନ୍ଦ୍ୱରେ ରହିଛନ୍ତି ଦୋକାନୀ । ବଜାରରେ ଚାହିଦା ମୁତାବକ ଗ୍ରୀନ କ୍ରାକର ନାହିଁ । ଲୋକେ ନିଜ ପରିବାର ଓ ପରିଜନ ସହ ଏକାଠି ହୋଇ ଦୀପ ଜାଳି ଦୀପାବଳି ଉତ୍ସବ ପାଳନ କରିବେ ବୋଲି ଜଣାଯାଇଛି ।

Related story