ଖୁବ୍‌ ଶୀଘ୍ର ଭରତୀୟ ନ୍ୟୁକ୍ଲିୟର ଜୋନ୍‌ରେ ରହିବ ପୂରା ଚାଇନା

ନୂଆଦିଲ୍ଲୀ: ଭାରତର ୨ ନଂ. ଶତ୍ରୁ ବୋଲାଉଥିବା ଚାଇନାକୁ ନାକରେ ପାଣି ପିଆଇବାକୁ ଜାରି ରହିଛି ଉଦ୍ୟମ। ନିଜ ସୀମା ଡେଇଁ ଭାରତୀୟ ସମୀକୁ ଆବୋରି ନେବାକୁ ସବୁବେଳେ ଅପଚେଷ୍ଟା କରୁଥିବା ଦେଶ ଭିତରେ ପ୍ରଥମ ନାଁ ପାକିସ୍ଥାନର ଆସୁଥିବା ବେଳେ ଦ୍ୱିତୀୟ ନାଁଟି ହେଉଛି ଚାଇନାର। ଏଭଳି ସ୍ଥିତିରେ ଭାରତ ସର୍ବଦା ସାବଧାନତାର ସହ ପରିସ୍ଥିତିକୁ ମୁକାବିକା କରିବାକୁ ଚେଷ୍ଟା କରିଛି। ଚାଇନା ପୂର୍ବରୁ ସୁପର ଏସ୍ପୁଲିଭ କ୍ଲବର ସାମିଲ ହୋଇ ନିଜ ପାଖରେ ଥିବା […]

mis

Rakesh Mallick
  • Published: Friday, 19 January 2018
  • , Updated: 19 January 2018, 06:24 PM IST

ନୂଆଦିଲ୍ଲୀ: ଭାରତର ୨ ନଂ. ଶତ୍ରୁ ବୋଲାଉଥିବା ଚାଇନାକୁ ନାକରେ ପାଣି ପିଆଇବାକୁ ଜାରି ରହିଛି ଉଦ୍ୟମ। ନିଜ ସୀମା ଡେଇଁ ଭାରତୀୟ ସମୀକୁ ଆବୋରି ନେବାକୁ ସବୁବେଳେ ଅପଚେଷ୍ଟା କରୁଥିବା ଦେଶ ଭିତରେ ପ୍ରଥମ ନାଁ ପାକିସ୍ଥାନର ଆସୁଥିବା ବେଳେ ଦ୍ୱିତୀୟ ନାଁଟି ହେଉଛି ଚାଇନାର। ଏଭଳି ସ୍ଥିତିରେ ଭାରତ ସର୍ବଦା ସାବଧାନତାର ସହ ପରିସ୍ଥିତିକୁ ମୁକାବିକା କରିବାକୁ ଚେଷ୍ଟା କରିଛି।

ଚାଇନା ପୂର୍ବରୁ ସୁପର ଏସ୍ପୁଲିଭ କ୍ଲବର ସାମିଲ ହୋଇ ନିଜ ପାଖରେ ଥିବା ମିଶାଇଲ ଶସ୍ତ୍ରର ଡରାଣ ଦେଖାଉଥିବା ବେଳେ ଭାରତ ଏହାର ମୁକାବିଲା ଲାଗି ନିଜ ଶସ୍ତ୍ର ସୁଦୃଢ କରିବାରେ ଲାଗିଛି। ଆଗକୁ ଏମିତି ଏକ ମିଶାଇଲ ଆସୁଛି ଯାହାର କ୍ଷମତା ଚାଇନାକୁ ଭାରତ ଆଖି ଆଗରେ ରଖିବାକୁ ସକ୍ଷମ ହେବ।

ଗୁରୁବାର ଏସ୍‌ଏଫ୍‌ସି ପକ୍ଷରୁ ଆୟୋଜିତ ପ୍ରଥମ ପ୍ରି ଇଣ୍ଡେକ୍ସନ ପରୀକ୍ଷଣ ସମୟରେ ଓଡିଶାର ଅବଦୁଲ କଲାମ ଦ୍ୱୀପରୁ ୧୭ ମିଟର ଲମ୍ବ ଅଗ୍ନି-ଭି ମିଶାଇଲ ପୂର୍ବାହ୍ନ ୯ଟା ୫୩ରେ ପ୍ରକ୍ଷେପଣ କରାଯାଇଥିଲା। ୬୦୦ କିମି ପର୍ଯ୍ୟନ୍ତ ଏହା ଗତି କରିବାର ୧୯ ମିନିଟ୍‌ ପରେ ହୀନ୍ଦ୍‌ ମହାସାଗରରେ ଅଷ୍ଟ୍ରେଲିଆ ପଟକୁ  ୪୯୦୦ କିମି ଦୂରତ୍ୱ ପର୍ଯ୍ୟନ୍ତ ଯାଇ ପହଞ୍ଚିଥିଲା। ଯାହା ଭାରତ ଲାଗି ଏକ ଭଲ ସଙ୍କେତ।

୩ଟି ପର୍ଯ୍ୟାୟରେ ସମ୍ପନ୍ନ ହେବାକୁ ଥିବା ପରୀକ୍ଷଣ ସଫଳ ହେଲେ ଭାରତ ଆମେରିକା, ରୁଷ୍‌, ଚାଇନା, ଫ୍ରାନ୍ସ ଭଳି ସୁପର ପାୱାର କ୍ଲବରେ ସାମିଲ ହୋଇପାରିବ। ଆଉ ନିଶ୍ଚିତ ଭାବେ ଭାରତର ଏହି ସଫଳତା ଚାଇନା ଲାଗି ମୁଣ୍ଡବଥାର କାରଣ ହେବ, ଏଥିରେ ଦ୍ୱିମତ ନାହିଁ। ଏହି ସଫଳତା ଭାରତକୁ ସୁପର ଏସ୍ପୁଲିଭ କ୍ଲବରେ ସାମିଲ ହେବା ବାଟ ଖୋଲିଦେବ ବୋଲି ଆଶା କରାଯାଉଛି।

Related story