ଭୁବନେଶ୍ୱର: ଡେକାନ୍ କ୍ରୋନିକଲ ଉପାଧ୍ୟକ୍ଷ ପି.କେ.ଆୟାର ଛଦ୍ମ ନାଁରେ ଲୁଚିବା ଘଟଣାରେ କମିଶନରେଟ୍ ପୋଲିସ୍ ଟ୍ରାଇଡେଣ୍ଟ ହୋଟେଲର ୩ଜଣ କର୍ମଚାରୀଙ୍କୁ ଜେରା କରୁଛି । ଟ୍ରାଇଡେଣ୍ଟର ଏଚ୍.ଆର୍ ହେଡ, ହାଉସ୍ କିପିଂ ଇନଚାର୍ଜ ଓ କର୍ପୋରେଟ୍ ସିକ୍ୟୁରିଟି ଇନଚାର୍ଜଙ୍କୁ ନୟାପଲ୍ଲୀ ଥାନା ପୋଲିସ ଜେରା ଚାଳାଇଛି । ପୂର୍ବରୁ ଟ୍ରାଇଡେଣ୍ଟ ଜିଏମ ଅଭିମନ୍ୟୁ ଲୋଧାଙ୍କୁ ଥାନାରେ ହାଜିର ହେବାକୁ ସମନ ଜାରି କରାଯାଇଥିଲା । ହେଲେ ପତ୍ନୀଙ୍କ ଦେହ ଅସୁସ୍ଥ ଥିବା ଦର୍ଶାଇ ସେ ହାଜର ହୋଇ ନାହନ୍ତି। ହୋଟେଲରେ ଚିତ୍ରା ଆଦୱାନୀ ନାମକ ଜଣେ ମହିଳାଙ୍କ ନାମରେ ବୁକ ହୋଇଥିବା ରୁମରେ ଆୟାର ଦୀର୍ଘଦିନ ଧରି ରହି ଆସୁଥିଲେ । ଏଥିପାଇଁ ପୂର୍ବରୁ ପୋଲିସ ହୋଟେଲ ନାଁରେ ମାମଲା ରୁଜୁ କରିଛି । କୋଟି କୋଟି ଟଙ୍କ।ର ବ୍ୟାଙ୍କ ଠକେଇରେ ଅଭିଯୁକ୍ତ ଆୟାରଙ୍କୁ ଗତ ଶୁକ୍ରବାର ରାତିରେ ପୋଲିସ୍ ହୋଟେଲ୍ ଟ୍ରାଇଡେଣ୍ଟରୁ ଗିରଫ କରିଥିଲା । ଏହାପରେ ତାଙ୍କୁ ବାଙ୍ଗ।ଲୁର ସିବିଆଇକୁ ହସ୍ତାନ୍ତର କରିଥିଲା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ହଂସିକାଙ୍କ ଠକେଇ ସିଣ୍ଡିକେଟ୍ : ଅନୀଲଙ୍କ ମାଲିକାନାରେ ସିରାଜୁଦ୍ଦିନ ପରିବାରର ୨ କମ୍ପାନୀ, ଖୋଲିବ କି ବିଜେଡି ଲିଙ୍କ୍
୨ଟି କମ୍ପାନୀ ରାଜ୍ୟର ପରିଚିତ ଖଣି ବ୍ୟବସାୟୀ ସିରାଜୁଦ୍ଦିନ ପରିବାରର, ଆଉ ଗୋଟିଏ ରିଏଲ ଇଷ୍ଟେଟ୍ କମ୍ପାନୀକୁ ନିଜର ଅନ୍ୟ ଦୁଇଜଣ ଭାଇ ଅସିତ୍ ଓ ଅଜିତଙ୍କ ସହ ମିଶି ୨୦୨୩ ଜୁନ୍ ମାସରେ ତିଆରି କରିଛନ୍ତି ଅନୀଲ ।
Miscellaneous
‘ଆଜିର ସମାଜରେ ପିଲାମାନେ ବାପା, ମାଆଙ୍କୁ ବୋଝ ବୋଲି ଭାବୁଛନ୍ତି’
ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ସେଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀତନୟା ଗିରି ଯୋଗଦେଇ ଶିକ୍ଷାର୍ଥୀଙ୍କ ଚରିତ୍ର ଗଠନରେ ମାଆମାନଙ୍କ ସଂସ୍କାର ଜରୁରୀ ବୋଲି କହିଥିଲେ।
Politics
ଖୋଲିବ ଠକ ଯୋଡ଼ି ହଂସିକା ଓ ଅନୀଲଙ୍କ ରାଜନୀତି ଲିଙ୍କ?
ଚିତାକଟା ଯୋଡ଼ି ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତି ମିଛିମିଛିକା ଅନେକ ପ୍ରଭାବଶାଳୀଙ୍କୁ ନିଜର ସମ୍ପର୍କୀୟ ଦର୍ଶାଇ ଓଡ଼ିଶା-ଛତିଶଗଡ଼-ଝାଡ଼ଖଣ୍ଡରେ ବିସ୍ତାର କରିଥିଲେ ନିଜର ଠକ ସାମ୍ରାଜ୍ୟ।