ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦିଲ୍ଲୀ ପୁଲିସର ନୋଟିସ୍ Edited By OdishaReporter Bureau | By Niranjan Mishra On Jul 29, 2022 image credit:internet Share ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଭିନେତା ତଥା ସାଂସଦ ପତିଙ୍କ ସହ ବିବାଦକୁ ନେଇ ଚର୍ଚ୍ଚାରେ ଥିବା ଓଡ଼ିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦିଲ୍ଲୀ ପୁଲିସ ନୋଟିସ୍ କରିଛି । ଅନୁଭବଙ୍କ ବ୍ୟକ୍ତିଗତ କର୍ମଚାରୀଙ୍କ ପ୍ରତି ଜାତିଆଣ ଆକ୍ଷେପ କରିବା ଅଭିଯୋଗରେ ବର୍ଷା, ତାଙ୍କ ମା’ ଓ ଝିଆରୀଙ୍କୁ ଏହି ନୋଟିସ୍ ଜାରି ହୋଇଥିବା ଜଣାପଡ଼ିଛି । ଏପରିକି ଦିଲ୍ଲୀ ପୁଲିସର ଏକ ଟିମ୍ ଓଡ଼ିଶା ଆସିଥିଲେ ମଧ୍ୟ କଟକ ପୁଲିସର ଅସହଯୋଗରୁ ସେମାନେ ଫେରିଯାଇଥିବା ଅସମର୍ଥିତ ସୂତ୍ରରୁ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ, ଅନୁଭବଙ୍କ ଦିଲ୍ଲୀସ୍ଥିତ କ୍ୱାର୍ଟର୍ସରେ ତାଙ୍କର ଜଣେ ବ୍ୟକ୍ତିଗତ କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରିବା ଅଭିଯୋଗରେ ଦିଲ୍ଲୀ ପୁଲିସ ଚଳିତ ଜୁଲାଇ ମାସ ୨୨ତାରିଖରେ ଏସ-ଏସଟି ଆଣ୍ଡରେ ମାମଲା ରୁଜୁ କରିଛି । ତେବେ ଅନୁଭବଙ୍କ ବ୍ୟକ୍ତିଗତ ସହାୟକଙ୍କ ସହ ଏହି ଘଟଣା ୨୦୧୯ ଜୁଲାଇ ୯ ତାରିଖରେ ଘଟିଥିଲା । ବର୍ଷା, ତାଙ୍କ ମା’ ଓ ଝିଆରୀ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିବାର ଦୀର୍ଘ ୩ବର୍ଷ ପରେ ଦିଲ୍ଲୀ ପୁଲିସ ନିକଟରେ କାହିଁକି ମାମଲା ରୁଜୁ ହେଲା ତା’ର କାରଣ ମଧ୍ୟ ଅସ୍ପଷ୍ଟ । ତେବେ ଯଦି ଏହି ଅଭିଯୋଗ ପ୍ରମାଣିତ ହୁଏ, ତା’ହେଲେ ବର୍ଷାଙ୍କ ପାଇଁ ଆଇନଗତ ଅଡ଼ୁଆ ବଢ଼ିବାର ଆଶଙ୍କା ରହିଛି । ଆହୁରି ପଢ଼ନ୍ତୁ ଆସନ୍ନ ବର୍ଷା: ପ୍ରସ୍ତୁତି ଆରମ୍ଭ କଲା ଗଣଶିକ୍ଷା ବିଭାଗ 9 hours ago ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ, ଆଜି ରାତି ଗୁରୁତ୍ୱପୂର୍ଣ୍ଣ:… 10 hours ago ଅଭିନେତ୍ରୀ ବର୍ଷାଙ୍କ ନାମରେ ଦିଲ୍ଲୀରେ ମାମଲା ରୁଜୁ ହେବା ପରେ ଦିଲ୍ଲୀ ପୁଲିସର ଏକ ଟିମ୍ ଗତ ଜୁଲାଇ ୨୫ତାରିଖରେ କଟକ ଆସି ବର୍ଷାଙ୍କୁ ଜେରା ପାଇଁ ପ୍ରୟାସ କରିଥିଲା । କିନ୍ତୁ ପୁରୀ ଘାଟ ଥାନାରୁ ସହଯୋଗ ନମିଳିବାରୁ ଦିଲ୍ଲୀ ପୁଲିସ ବାଧ୍ୟ ହୋଇ ଫେରି ଯାଇଛି । ଦିଲ୍ଲୀ ପୁଲିସ ଫେରିଯିବା ପରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ନିଜ ବଡ଼ଭଉଣୀଙ୍କ ସହ ପୁରୀଘାଟ ଥାନାକୁ ଆସି ଦିଲ୍ଲୀ ପୁଲିସର ନୋଟିସକୁ ଗ୍ରହଣ କରିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ସାଂସଦ ଅନୁଭବ ମହାନ୍ତି ଆଜି ଟ୍ୱିଟର ମାଧ୍ୟମରେ ଗଣମାଧ୍ୟମକୁ କଡ଼ା ସମାଲୋଚନା କରିଛନ୍ତି । ମିଡିଆ ଟ୍ରାଏଲ ବନ୍ଦ ହେବା ଦରକାର । ନ୍ୟୁଜରୁମ୍ କୋର୍ଟରୁମ୍ ନୁହେଁ । ମିଡିଆ ଟ୍ରାଏଲ ବିରୁଦ୍ଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ହେବା ସହ ଏହାକୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯିବା ଉଚିତ ବୋଲି ସେ ଟ୍ୱିଟ୍ ମାଧ୍ୟମରେ ନିଜର କ୍ଷୋଭ ବ୍ୟକ୍ତ କରିଛନ୍ତି । ବାବୁସାନ୍ ଓ ତାଙ୍କ ପତ୍ନୀଙ୍କ ବିବାଦରେ ଓଡ଼ିଶା ମିଡିଆରେ ଚାଲିଥିବା ଖବରକୁ ନାପସନ୍ଦ କରି ସାଂସଦ ଶ୍ରୀ ମହାନ୍ତି ଏହା କହିଛନ୍ତି । ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।