ଯଜ୍ଞ ଦେଖି ଯାଇଥିଲେ, ପତ୍ନୀଙ୍କୁ ଗୁଳି କଲା ସ୍ୱାମୀ

ଆସିକା(ମନୋଜ ମୁନୀ): ପତ୍ନୀଙ୍କୁ ଗୁଳି ଗଲା ମଦ୍ୟପ ସ୍ୱାମୀ! ଗୁଳି ମାଡ଼ରେ ପତ୍ନୀ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆଜି ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ରାଶିବାଡ଼ି ରୁଗୁମୁଁ ଗାଁରେ ଏହି ଘଟଣା ଘଟିଛି। ସ୍ଥାନୀୟ ରାମଚନ୍ଦ୍ରପୁର ଗ୍ରାମର ମାଧବ ପାତ୍ର ତାଙ୍କ ପତ୍ନୀ ପରାଣ୍ଡୀ ପାତ୍ରଙ୍କୁ ଗୁଳି କରିଛନ୍ତି। ପରାଣ୍ଡୀଙ୍କ ଡାହାଣ ହାତର ବାହୁରେ ଗୁଳି ବାଜିଛି। ଘରୋଇ କଳିକୁ କେନ୍ଦ୍ର କରି ଏହି ଘଟଣା ଘଟିଛି। ସୂଚନା ମୁତାବକ, ଦୁହେଁ ୧୧ […]

gun

  • Published: Wednesday, 19 October 2022
  • , Updated: 19 October 2022, 08:30 PM IST

ଆସିକା(ମନୋଜ ମୁନୀ): ପତ୍ନୀଙ୍କୁ ଗୁଳି ଗଲା ମଦ୍ୟପ ସ୍ୱାମୀ! ଗୁଳି ମାଡ଼ରେ ପତ୍ନୀ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆଜି ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ରାଶିବାଡ଼ି ରୁଗୁମୁଁ ଗାଁରେ ଏହି ଘଟଣା ଘଟିଛି। ସ୍ଥାନୀୟ ରାମଚନ୍ଦ୍ରପୁର ଗ୍ରାମର ମାଧବ ପାତ୍ର ତାଙ୍କ ପତ୍ନୀ ପରାଣ୍ଡୀ ପାତ୍ରଙ୍କୁ ଗୁଳି କରିଛନ୍ତି। ପରାଣ୍ଡୀଙ୍କ ଡାହାଣ ହାତର ବାହୁରେ ଗୁଳି ବାଜିଛି। ଘରୋଇ କଳିକୁ କେନ୍ଦ୍ର କରି ଏହି ଘଟଣା ଘଟିଛି।

ସୂଚନା ମୁତାବକ, ଦୁହେଁ ୧୧ ବର୍ଷିୟ ପୁଅ ସହ ତାଙ୍କ ଗାଁ ନିକଟ ରୁଗୁମୁଁ ଠାରେ ଚାଲିଥିବା ଯଜ୍ଞ ଦେଖିବାକୁ ଯାଇଥିଲେ। କୌଣସି କାରଣକୁ ନେଇ ଉଭୟଙ୍କ ଭିତରେ ଝଗଡ଼ା ହୋଇଥିଲା। ଏହି ସମୟରେ ମଦ ପିଇ ମାତାଲା ଅବସ୍ଥାରେ ଥିବା ମାଧବ ପାଖରେ ରଖିଥିବା ଏକ ଦେଶୀ ବନ୍ଧୁକରୁ ପତ୍ନୀ ଉପରକୁ ଗୁଳି ଚଳାଇ ଥିଲା।

ସ୍ଥାନୀୟ ଲୋକେ ପରାଣ୍ଡୀଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଆସିକା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ପରାଣ୍ଡୀଙ୍କ ଦେହରୁ ଗୁଳି ବାହାର କରିବା ସମ୍ଭବ ହୋଇନଥିଲା। ତେଣୁ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ସେପଟେ ଏହି ଘଟଣା ଘଟାଇବା ପରେ ଅଭିଯୁକ୍ତ ମାଧବ ଫେରାର ହୋଇଯାଇଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି।

Related story