ଆଇଓସିଏଲ୍‌କୁ ସୁଧମୁକ୍ତ ଋଣ ପ୍ରତ୍ୟାହାର ବିବାଦ: ପୁଣି ଆଲୋଚନା ବିଫଳ

ଭୁବନେଶ୍ୱର: ରାଜ୍ୟ ସରକାର ଓ ଆଇଓସିଲ୍‌ ବିବାଦର ସମାଧାନ ପାଇଁ ଆଜି ନୂଆଦିଲ୍ଲୀରେ ବସିଥିବା ବୈଠକ ବିଫଳ ହୋଇଛି। ଫଳରେ ବିବାଦ ସମାଧାନ ଆଶଙ୍କା ବଢ଼ିବାରେ ଲାଗିଛି। ଆଇସିଏଲ୍‌ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦ ସମାଧାନ ପାଇଁ ଆଜି ନୂଆଦିଲ୍ଲୀରେ ୱାର୍କିଂ ଗ୍ରୁପ୍‌ର ବୈଠକ ବସିଥିଲା। ବୈଠକରେ ମାନସ ମନ୍ଥନ କରୁଥିଲେ କେନ୍ଦ୍ର ପେଟ୍ରୋଲିୟମ୍‌ ସଚିବ କପିଳ ଦେବ ତ୍ରିପାଠୀ, ରାଜ୍ୟ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ଆଇଓସିଏଲ୍‌ ଅଧିକାରୀଙ୍କ ସମେତ […]

iocl

Rakesh Mallick
  • Published: Monday, 24 April 2017
  • , Updated: 25 April 2017, 07:16 AM IST

ଭୁବନେଶ୍ୱର: ରାଜ୍ୟ ସରକାର ଓ ଆଇଓସିଲ୍‌ ବିବାଦର ସମାଧାନ ପାଇଁ ଆଜି ନୂଆଦିଲ୍ଲୀରେ ବସିଥିବା ବୈଠକ ବିଫଳ ହୋଇଛି। ଫଳରେ ବିବାଦ ସମାଧାନ ଆଶଙ୍କା ବଢ଼ିବାରେ ଲାଗିଛି।

ଆଇସିଏଲ୍‌ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦ ସମାଧାନ ପାଇଁ ଆଜି ନୂଆଦିଲ୍ଲୀରେ ୱାର୍କିଂ ଗ୍ରୁପ୍‌ର ବୈଠକ ବସିଥିଲା। ବୈଠକରେ ମାନସ ମନ୍ଥନ କରୁଥିଲେ କେନ୍ଦ୍ର ପେଟ୍ରୋଲିୟମ୍‌ ସଚିବ କପିଳ ଦେବ ତ୍ରିପାଠୀ, ରାଜ୍ୟ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ଆଇଓସିଏଲ୍‌ ଅଧିକାରୀଙ୍କ ସମେତ ବରିଷ୍ଠ ପଦାଧିକାରୀ।

ରାଜ୍ୟ ସରକାର ପ୍ରତ୍ୟାହାର କରିଥିବା ସୁଧମୁକ୍ତ ଋଣକୁ ନେଇ ବିବାଦ ଦେଖାଦେଇଥିଲା। ଏହି ବିବାଦର ସମାଧାନ ପାଇଁ ଆଜି ବସିଥିବା ବୈଠକରେ ଆଲୋଚନା ହୋଇଥିଲା। ନୂଆ ଚୁକ୍ତିନାମା କରିବାକୁ ପେଟ୍ରୋଲୟମ୍‌ ମନ୍ତ୍ରଣାଳୟ ଦେଇଥିବା ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ମାତ୍ର କୌଣସି ନିଷ୍କର୍ଷ ବାହାରି ପାରିନଥିଲା।

ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି,“ଆଜି ବସିଥିବା ବୈଠକରେ କୌଣସି ନିଷ୍କତ୍ତି ନିଆଯାଇପାରିନି। ବିବାଦର ସମାଧାନ ପାଇଁ ଆସନ୍ତା ମାସ ପ୍ରଥମ ସପ୍ତାହରେ ପୁଣି ହୋଇପାରେ ବୈଠକ।”

ଆଇଓସିଲ୍‌ ବିବାଦର ସମାଧାନ ପାଇଁ ପୂର୍ବରୁ ଦୁଇ ଥର ୱାର୍କିଂ ଗ୍ରୁପ୍‌ ବୈଠକ ବସିଥିଲା। ମାତ୍ର କୌଣସି ସୁଫଳ ମିଳିନଥିଲା। ଗତ ଫେବୃଆରୀରେ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଆଇଓସିଏଲ୍‌ରୁ ସୁଧମୁକ୍ତ ଋଣ ପ୍ରତ୍ୟାହାର କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏମ୍‌ଓୟୁ ସର୍ତ୍ତ ଉଲ୍ଲଂଘନ, ରାଜ୍ୟ ସରକାରଙ୍କୁ ନ ଜଣାଇ ଉତ୍ପାଦନ କ୍ଷମତା ୯ ମିଲିୟନ୍‌ ଟନ୍‌ରୁ ୧୫ ମିଲିଅନ୍‌ ଟନ୍‌କୁ ବୃଦ୍ଧି କରିବା ଏବଂ ଭାଟ୍‌ ବାବଦକୁ ୧୪୮୫ କୋଟି ଟଙ୍କା କ୍ଷତି ହେଉଥିବା ଦର୍ଶାଇ ଏହି ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର।

Related story