କଟକ(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଜିଠୁ ଅନଲାଇନ୍ରେ ମଦ ମିଳିବା ଆରମ୍ଭ ହୋଇଥିବା ବେଳେ ଏହାକୁ ବିରୋଧ ମଧ୍ୟ ଆରମ୍ଭ ହୋଇଯାଇଛି। କଟକ ଜିଲ୍ଲା ବିଦେଶୀ ମଦ ଦୋକାନୀ ବ୍ୟବସାୟୀ ସଂଘ ପକ୍ଷରୁ ଅନ୍ଲାଇନ୍ରେ ମଦ ବିକ୍ରିକୁ ବିରୋଧ କରାଯାଇଛି ।
ଏନେଇ ସଂଘ ସଂପାଦକ ବିରଞ୍ଚି ନାରାୟଣ ସାହୁ କହିଛନ୍ତି, “ଆମେ ଅନ ଲାଇନ୍ ମଦ ବିକ୍ରିକୁ ବିରୋଧ କରୁନାହୁଁ । ମାତ୍ର ଅନ୍ ଲାଇନ୍ ସହ ଅଫ୍ ଲାଇନ୍ ମଦ ବିକ୍ରିକୁ ଅନୁମତି ମିଳୁ। ଅଫ୍ ଲାଇନ୍ ବିକ୍ରି ଅନୁମତି ନ ମିଳିଲେ ଟାର୍ଗେଟ୍ ପୂରଣ ହେବନି। ” ଏଥିସହ କଟକ ଜିଲ୍ଲାରେ ବିଦେଶୀ ମଦ ଦୋକାନ ନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା ସେ ଜଣାଇଛନ୍ତି।