୩୩ଟି ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହୋଇନଥିଲା, ଗିଲୋଟିନରେ ଗୃହୀତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାସକ ଓ ବିରୋଧୀଙ୍କ ସଦସ୍ୟଙ୍କ ମଧ୍ୟରେ ଛକାପଞ୍ଝା ଓ ହଟ୍ଟଗୋଳ ଯୋଗୁ ଚଳିତ ବଜେଟ୍ ଅଧିବେଶନରେ ୩୩ଟି ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ସମ୍ଭବପର ହୋଇପାରିନାହିଁ। ଆଜି ଏହି ୩୩ଟି ବିଭାଗର ଖର୍ଚ୍ଚଦାବି ଗିଲୋଟିନ୍ ଜରିଆରେ ଗୃହୀତ ହୋଇଛି । ଆସନ୍ତାକାଲି ବ୍ୟୟମଞ୍ଜୁରୀ ବିଲ୍ ଆଗତ ହେବାରୁ ଥିବାରୁ ଏହି ବିଭାଗଗୁଡ଼ିକର ଖର୍ଚ୍ଚଦାବି ଗୃହୀତ ହେବା ଜରୁରୀ ଥିଲା। ଆଜି ବିଧାନସଭାରେ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ୨୦୨୯୩ କୋଟି ୯୪ଲକ୍ଷ ୪୩ହଜାର […]

Odisha Assembly

Odisha Assembly

Ordigital Desk
  • Published: Tuesday, 30 March 2021
  • Updated: 30 March 2021, 10:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାସକ ଓ ବିରୋଧୀଙ୍କ ସଦସ୍ୟଙ୍କ ମଧ୍ୟରେ ଛକାପଞ୍ଝା ଓ ହଟ୍ଟଗୋଳ ଯୋଗୁ ଚଳିତ ବଜେଟ୍ ଅଧିବେଶନରେ ୩୩ଟି ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ସମ୍ଭବପର ହୋଇପାରିନାହିଁ। ଆଜି ଏହି ୩୩ଟି ବିଭାଗର ଖର୍ଚ୍ଚଦାବି ଗିଲୋଟିନ୍ ଜରିଆରେ ଗୃହୀତ ହୋଇଛି । ଆସନ୍ତାକାଲି ବ୍ୟୟମଞ୍ଜୁରୀ ବିଲ୍ ଆଗତ ହେବାରୁ ଥିବାରୁ ଏହି ବିଭାଗଗୁଡ଼ିକର ଖର୍ଚ୍ଚଦାବି ଗୃହୀତ ହେବା ଜରୁରୀ ଥିଲା।

ଆଜି ବିଧାନସଭାରେ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ୨୦୨୯୩ କୋଟି ୯୪ଲକ୍ଷ ୪୩ହଜାର ଟଙ୍କାର ଖର୍ଚ୍ଚଦାବି ଗୃହୀତ ହୋଇଛି। ଏହି ଖର୍ଚ୍ଚଦାବି ଆଲୋଚନାରେ ଭାଗ ନେଇ ବିରୋଧୀ ଦଳ ସଦସ୍ୟମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଦର୍ଶାଇ ସରକାରଙ୍କୁ ଘେରିଥିଲେ । ତେବେ ବିଭାଗୀୟ ମନ୍ତ୍ରୀ ପ୍ରତାପ କେଶରୀ ଜେନା କହିଥିଲେ ଯେ, ୨୦୨୦-୨୧ରେ ୪୬୨୮ କୋଟି ୭୫ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇ ୩ଲକ୍ଷ ୯୪ହଜାର ୪୬୮ଟି ଘର ନିର୍ମାଣ କରାଯାଇଛି। ୨୦୨୧-୨୨ରେ ଗୃହ ନିର୍ମାଣ ନିମନ୍ତେ ୩ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯିବ। ସେହିପରି ୨୦୨୦-୨୧ରେ ମନରେଗା ଯୋଜନାରେ ୨ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ୪ଟି ଦାଦନପ୍ରବଣ ଅଂଚଳକୁ ରାଜ୍ୟ ସରକାର ଫୋକସରେ ରଖିଛନ୍ତି। ଜାତୀୟ ଗ୍ରାମୀଣ ଜୀବିକା ମିଶନରେ ୨୦ହଜାର ୯୩୮ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ପ୍ରୋତ୍ସାହିତ କରାଯାଇଛି। ୨୦୮୯ଟି ଗୋଷ୍ଠୀ ସଭ୍ୟ ମାସ୍କ ପ୍ରସ୍ତୁତିରେ ସମ୍ପୃକ୍ତ ହୋଇ ୫୬.୫୯ଲକ୍ଷ ମାସ୍କ ଓ ୨୯୮୦ଟି ପିପିଇକିଟ୍ ପ୍ରସ୍ତୁତ କରିଛନ୍ତି।

ସେହିପରି ୨୦୨୧-୨୨ ଆର୍ଥିକ ବର୍ଷରେ ୭୦ଲକ୍ଷ ଗ୍ରାମୀଣ ପରିବାରକୁ ପାଇପ୍ ଦ୍ୱାରା ଜଳଯୋଗାଣ କରାଯିବ। ଉପକୂଳବର୍ତ୍ତୀ ଜିଲ୍ଲାର ୬୯ଟି ଫ୍ଲୋରାଇଡ୍ ପ୍ରଭାବିତ ଗାଁ, ୩୩ଟି ଲୁଣାପ୍ରଭାବିତ ଗାଁ ଓ ୩୩୯୧ଟି ଗାଁ ଯେଉଁଠି ଲୌହଯୁକ୍ତ ଜଳର ସମସ୍ୟା ଅଛି ସେଠାରେ ହ୍ୟାଣ୍ଡପମ୍ପ ଓ ନଳକୂପରେ ଡି-ଫ୍ଲୋରାଇଡ୍ ପ୍ଲାଣ୍ଟ ପ୍ରତିଷ୍ଠା କରି ସାମୟିକ ଭାବେ ପାନୀୟ ଜଳ ଯୋଗାଇ ଦିଆଯିବ। ଏଥିପାଇଁ ଜଳଜୀବନ ମିଶନ ପାଇଁ ୯ହଜାର କୋଟି, ବସୁଧା ପାଇଁ ୮୫୦କୋଟି, ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି ପାଇଁ ୧୨୨୧.୪୬କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ଶ୍ରୀ ଜେନା କହିଛନ୍ତି । ତେବେ ବିଭାଗର ଖର୍ଚ୍ଚଦାବି ଆଲୋଚନାରେ ଅସନ୍ତୋଷ ବ୍ୟକ୍ତ କରି ବିରୋଧୀ ସଦସ୍ୟମାନେ କକ୍ଷତ୍ୟାଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story