ଡେଙ୍ଗୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି: ଫଗନ ସିଂ କୁଲସ୍ତେ  

ପୁରୀ: ଡେଙ୍ଗୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ। ଓଡ଼ିଶା ଗସ୍ତରେ ଆସିଥିବା କୁଲସ୍ତେ ଆଜି ପୁରୀ ଆସି ଶ୍ରୀଜୀଉଙ୍କୁ ଦର୍ଶନ କରିବା ପରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏ କଥା କହିଥିଲେ। ଓଡ଼ିଶାରେ ଡେଙ୍ଗୁ ସ୍ଥିତି ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ସେ କହିଥିଲେ,“ଡେଙ୍ଗୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଡେଙ୍ଗୁ ସ୍ଥିତି ନେଇ ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ […]

puri

Rakesh Mallick
  • Published: Saturday, 16 July 2016
  • , Updated: 16 July 2016, 02:51 PM IST

ପୁରୀ: ଡେଙ୍ଗୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ। ଓଡ଼ିଶା ଗସ୍ତରେ ଆସିଥିବା କୁଲସ୍ତେ ଆଜି ପୁରୀ ଆସି ଶ୍ରୀଜୀଉଙ୍କୁ ଦର୍ଶନ କରିବା ପରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏ କଥା କହିଥିଲେ।

ଓଡ଼ିଶାରେ ଡେଙ୍ଗୁ ସ୍ଥିତି ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ସେ କହିଥିଲେ,“ଡେଙ୍ଗୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଡେଙ୍ଗୁ ସ୍ଥିତି ନେଇ ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିବି। ଡେଙ୍ଗୁ ପ୍ରଭାବିତ ଅଞ୍ଚଳକୁ ଖୁବଶୀଘ୍ର କେନ୍ଦ୍ରୀୟ ଏକ ଟିମ୍ ଗସ୍ତ କରିବ।  ଭାରତ ସରକାରଙ୍କ ତରଫରୁ ଯେତିକି ରିଲିଫ୍ ଦିଆଯାଇ ପାରିବ ସେହି ଅନୁସାରେ ସାହାଯ୍ୟ କରାଯିବ।”

କୁଲସ୍ତେଙ୍କ ମନ୍ତବ୍ୟ ନେଇ ବିଜେଡି ପ୍ରତିକ୍ରିୟା ରଖିଛି।  ଦଳର ମୁଖପାତ୍ର ଶଶିଭୂଷଣ ବେହେରା କହିଛନ୍ତି,“ଡେଙ୍ଗୁ ଭଳି ଏକ ସଂକ୍ରମିତ ଜନିତ ରୋଗକୁ ନିୟନ୍ତ୍ରଣ କରିବା ନିଶ୍ଚିତ ଭାବେ କଷ୍ଟକର ବ୍ୟାପାର। କିନ୍ତୁ ରାଜ୍ୟ ସରକାର ଡେଙ୍ଗୁ ନିୟନ୍ତ୍ରଣ କରିବାରେ କୌଣସି ତ୍ରୁଟି ରଖି ନାହାନ୍ତି। ସବୁ ସ୍ତରରେ ଡେଙ୍ଗୁକୁ ନିୟନ୍ତ୍ରଣ କରିବାକୁ ସତର୍କତା ଅବଲମ୍ୱନ କରାଯାଇଛି।   ସ୍ୱାସ୍ଥ୍ୟମନ୍ତ୍ରୀ ଡେଙ୍ଗୁ ଅବସ୍ଥା ଅନୁଧ୍ୟାନ କରିବାକୁ ଯିବା ସମୟରେ ବରଗଡ଼ ଘଟଣାକୁ ଆଳ କରି ଯେପରି ତାଙ୍କ ଦଳୀୟ କର୍ମୀମାନେ ବିକ୍ଷୋଭ ଓ କଳାପତାକା ପ୍ରଦର୍ଶନ କରୁଛନ୍ତି। ଏ ଦିଗରେ ନିବୃତ୍ତ ରହିବାକୁ ରାଷ୍ଟ୍ରମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦିଅନ୍ତୁ।”

Related story