ଘନ କୁହୁଡ଼ି ଯୋଗୁ ସିରିଜ୍ ଦୁର୍ଘଟଣା, ଜଣେ ମୃତ

ସୁନ୍ଦରଗଡ଼(ବିଜୟ ବରୁଆ) ଘନ କୁହୁଡ଼ି ଯୋଗୁଁ ସିରିଜ୍ ଦୁର୍ଘଟଣା। ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଗଡ଼ପୋଷ ଛକରେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛିା କୁହୁଡି ଯୋଗୁଁ ରାସ୍ତା ଦିଶୁନଥିବାରୁ ପ୍ରଥମେ ଦୁଇଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ଘଟଣାସ୍ଥଳରେ ଜଣେ ଡ୍ରାଇଭରଙ୍କର ମୃତ୍ୟ ହୋଇଥିବା ବେଳେ ୨ ଜଣ ଆହତ ହୋଇଥିଲେ। ଏହାପରେ ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌କୁ ଆଉ ଏକ ହାଇଓ୍ୱା ଧକ୍କା ଦେଇଥିଲା। ପରେ ହାଇଓ୍ୱାକୁ ପୁଣିଥରେ ଏକ ଡାଲା ଅଟୋ ଧକ୍କା ଦେଇଥିଲା। […]

78

Tapas Behera
  • Published: Saturday, 09 February 2019
  • , Updated: 10 February 2019, 07:54 AM IST

ସୁନ୍ଦରଗଡ଼(ବିଜୟ ବରୁଆ) ଘନ କୁହୁଡ଼ି ଯୋଗୁଁ ସିରିଜ୍ ଦୁର୍ଘଟଣା। ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଗଡ଼ପୋଷ ଛକରେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛିା କୁହୁଡି ଯୋଗୁଁ ରାସ୍ତା ଦିଶୁନଥିବାରୁ ପ୍ରଥମେ ଦୁଇଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ଘଟଣାସ୍ଥଳରେ ଜଣେ ଡ୍ରାଇଭରଙ୍କର ମୃତ୍ୟ ହୋଇଥିବା ବେଳେ ୨ ଜଣ ଆହତ ହୋଇଥିଲେ। ଏହାପରେ ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌କୁ ଆଉ ଏକ ହାଇଓ୍ୱା ଧକ୍କା ଦେଇଥିଲା। ପରେ ହାଇଓ୍ୱାକୁ ପୁଣିଥରେ ଏକ ଡାଲା ଅଟୋ ଧକ୍କା ଦେଇଥିଲା। ଫଳରେ ଜଣେ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ କୁତ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Related story