ଦେବଗଡ଼: ପୋଲ ତଳକୁ ଖସିଲା କାର, ୨ ମହିଳା ମୃତ

ଦେବଗଡ଼: ଜାତୀୟ ରାଜପଥ-୪୯ର ଚନ୍ଦନଖୁଣ୍ଟି ଠାରେ ଏକ ଇଣ୍ଡିକା କାର୍ ପୋଲ ତଳକୁ ଖସି ପଡ଼ିବାରୁ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଆଉ ତିନି ଜଣ ଆହତ ହୋଇଛନ୍ତି। ମୃତ ମହିଳା ମାନେ ହେଲେ ସ୍ମିତାଞ୍ଜଳି ଓ କୁନିରାଣୀ। ଆହତମାନଙ୍କୁ ଦେବଗଡ଼ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚକଡିହି ଗାଁର ବୈରାଗୀ ମହାକୁଳ ସ୍ତ୍ରୀ ସ୍ମିତାଞ୍ଜଳିଙ୍କ ସହିତ ଯାଇଥିଲେ ମାସେ ତଳେ ବିବାହ କରିଥିବା ତାଙ୍କ ଭଉଣୀ କୁନିରାଣୀ ଘରକୁ। କୁନିରାଣୀଙ୍କୁ ନେଇ ଫେରୁଥିବା ବେଳେ […]

accident

Rakesh Mallick
  • Published: Friday, 05 June 2015
  • , Updated: 05 June 2015, 01:41 PM IST

ଦେବଗଡ଼: ଜାତୀୟ ରାଜପଥ-୪୯ର ଚନ୍ଦନଖୁଣ୍ଟି ଠାରେ ଏକ ଇଣ୍ଡିକା କାର୍ ପୋଲ ତଳକୁ ଖସି ପଡ଼ିବାରୁ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଆଉ ତିନି ଜଣ ଆହତ ହୋଇଛନ୍ତି। ମୃତ ମହିଳା ମାନେ ହେଲେ ସ୍ମିତାଞ୍ଜଳି ଓ କୁନିରାଣୀ। ଆହତମାନଙ୍କୁ ଦେବଗଡ଼ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଚକଡିହି ଗାଁର ବୈରାଗୀ ମହାକୁଳ ସ୍ତ୍ରୀ ସ୍ମିତାଞ୍ଜଳିଙ୍କ ସହିତ ଯାଇଥିଲେ ମାସେ ତଳେ ବିବାହ କରିଥିବା ତାଙ୍କ ଭଉଣୀ କୁନିରାଣୀ ଘରକୁ। କୁନିରାଣୀଙ୍କୁ ନେଇ ଫେରୁଥିବା ବେଳେ ଚନ୍ଦନଖୁଣ୍ଟି ନିକଟରେ ତାଙ୍କ କାରକୁ ପଛପଟୁ ଏକ ଗାଡ଼ି ଧକ୍କା ଦେଇଥିଲା। ଫଳରେ କାରଟି ଭାରସାମ୍ୟ ହରାଇ ଏକ ପୋଲ ତଳକୁ ପଡ଼ି ଯାଇଥିଲା। ଖବର ପାଇଁ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଗୁଡ଼ିକୁ ଜବତ କରିଥିଲା ଓ ଆହତମାନଙ୍କୁ ଉଦ୍ଧାର କରିଥିଲା।

Related story