ସରସତିଆ ପ୍ରେମରେ ଦେବଗଡ଼ ରାଣୀ

ସମ୍ବଲପୁର(ସଞ୍ଜୟ ଯେନା): ସମ୍ବଲପୁରର  ଲୋକପ୍ରିୟ ତଥା ନିଆରା  ଫୁଡ ଆଇଟମ ସରସତିଆ। ଏହାକୁ ତିଆରି କରିବା ଯେତିକି କଷ୍ଟ, ତା’ଠାରୁ ଅଧିକ ଏହାର ସ୍ୱାଦ। ଓଡ଼ିଶାର କେବଳ ସମ୍ବଲପୁରରେ ଏହି ନିଆରା ଆଇଟମ ତିଆରି ହେଉଛି।  ସହରର କୁଞ୍ଜେଲ୍‌ପଡ଼ା ପାଖରେ ଥିବା  ଏକ ଦୋକାନରେ ୩ ପିଢି ଧରି  ତିଆରି ଚାଲିଛି ଏହି ସରସତିଆ। କେବଳ ସମ୍ବଲପୁର କି ଓଡିଶା ନୁହେଁ, ଦେଶ ବିଦେଶରେ ରହୁଥିବା ଲୋକେ ବି ଏବେ ସରସତିଆ ପ୍ରେମରେ ପଡ଼ିଛନ୍ତି।  ଥରେ ଯିଏ  […]

v-908

Tapas Behera
  • Published: Thursday, 07 November 2019
  • , Updated: 07 November 2019, 05:22 PM IST

ସମ୍ବଲପୁର(ସଞ୍ଜୟ ଯେନା): ସମ୍ବଲପୁରର  ଲୋକପ୍ରିୟ ତଥା ନିଆରା  ଫୁଡ ଆଇଟମ ସରସତିଆ। ଏହାକୁ ତିଆରି କରିବା ଯେତିକି କଷ୍ଟ, ତା’ଠାରୁ ଅଧିକ ଏହାର ସ୍ୱାଦ। ଓଡ଼ିଶାର କେବଳ ସମ୍ବଲପୁରରେ ଏହି ନିଆରା ଆଇଟମ ତିଆରି ହେଉଛି।  ସହରର କୁଞ୍ଜେଲ୍‌ପଡ଼ା ପାଖରେ ଥିବା  ଏକ ଦୋକାନରେ ୩ ପିଢି ଧରି  ତିଆରି ଚାଲିଛି ଏହି ସରସତିଆ। କେବଳ ସମ୍ବଲପୁର କି ଓଡିଶା ନୁହେଁ, ଦେଶ ବିଦେଶରେ ରହୁଥିବା ଲୋକେ ବି ଏବେ ସରସତିଆ ପ୍ରେମରେ ପଡ଼ିଛନ୍ତି।  ଥରେ ଯିଏ  ସରସତିଆ ଖାଇଛି, ବାରମ୍ବାର ଇଚ୍ଛା କରିବ ଖାଇବା ପାଇଁ ।

ରୋଜକେକ ଭଳି ଦିଶୁଥିବା ଏହି ଆଇଟମର ପ୍ରସ୍ତୁତି ପ୍ରଣାଳୀ ଖୁବ ନିଆରା  ଓ   କଠିନ। ସମ୍ବଲପୁର  ସହରର କୁଂଜେଲପଡା   ଛକ ପାଖରେ ପ୍ରଭୁଲାଲ ଗୁପ୍ତାଙ୍କ ନୁଆଣିଆ ଦୋକାନ ଏହି ଆଇଟମ୍‌ ତିଆରି ହୁଏ।

ସକାଳୁ ସକାଳୁ ଏଠି , ସରସତିଆ ତିଆରି ରେ ଲାଗି ଯାଆନ୍ତି ପରିବାର  ଲୋକେ।  ପରିବାର କହିଲେ, ପ୍ରଭୁଲାଲ , ତାଙ୍କ ପତ୍ନୀ ଓ ପୁଅ  ସମସ୍ତେ ମିଶି ସରସତିଆ ତିଆରି ରେ ଲାଗିପଡ଼ନ୍ତି। ଏବେ ନୁହେଁ ୩ ପିଢ଼ି ଧରି, ଏମାନେ ସରସତିଆ ତିଆରି କରୁଛନ୍ତି।  ସକାଳୁ ସରସତିଆ ଛାଣିବା ପୁର୍ବରୁ ଗ୍ରାହକମାନେ ଏଠି ଅପେକ୍ଷା କରିଥାନ୍ତି।

ଯେହେତୁ ଏହା ଅନ୍ୟ କୌଣସି ମିଷ୍ଟାନ୍ନ ଦୋକାନ ରେ ମିଳେନାହିଁ  ଓ ସିମିତ ପରିମାଣ ରେ ତିଆରି କରାଯାଏ। ତେଣୁ  ଶିଘ୍ର ଶିଘ୍ର ସରିଯାଏ ।  ସରସତିଆ ଛାଣିବା ପରେ, ପ୍ରଭୁଲାଲ , ସେସବୁକୁ ବଡ ବଡ ପ୍ଲାଷ୍ଟିକ ଜାରରେ ରଖିଥାନ୍ତି। ଏହାର ପ୍ରସ୍ତୁତି ପ୍ରଣାଳୀ ସେତେଟା ସହଜ ନୁହେଁ। ଅନ୍ୟ ମିଷ୍ଟାନ୍ନ ପ୍ରସ୍ତୁତି ଭଳି।  ଏହାର ମୁଖ୍ୟ ଉପାଦାନ ହେଲା ଗଂଜେର ଗଛର ଲାଳଯୁକ୍ତ ରସ।  ଗଂଜେର ଗଛର ଛାଲିରୁ ଏହି ଲାଳଯୁକ୍ତ ରସ କୁ ବାହାର କରାଯାଇ , ଚାଉଳ ଚୁନା ରେ ମିଶାଯାଏ । ଖୁବ କମ ପରିମାଣର ଚିନି ଦିଆଯାଏ।  ତା’ପରେ ହାତ ପାପୁଲି ଓ ହାତର ୫ ଟି ଆଙ୍ଗୁଳି ଜରିଆ ରେ ଛଣାଯାଏ।  ଜାଲିଜାଲି ଅର୍ଥାତ  ଅନେକ ପରସ୍ତ ବିଶିଷ୍ଟ ଏକ ନେଟ ଭଳି ଆକୃତି ନେଇଥାଏ ସରସତିଆ।  ପରେ  ତାକୁ ତିନି କୋଣିଆ ସାଇଜ କରି ବାହାର କରାଯାଏ।  ତେବେ ଏହା ତିଆରି କରିବା ପାଇଁ କୌଣସି ଉପକରଣ ବ୍ୟବହାର ନ କରି, କେବଳ ହାତରେ ହିଁ ଛଣାଯାଇଥାଏ । ତେବେ ଜଙ୍ଗଲରୁ  ଗଂଜେର ଗଛର ଡାଳ ସଂଗ୍ରହ କରିବା, ସେଥିରୁ ରସ ବାହାର କରିବା ଏକ ସମୟ ସାପେକ୍ଷ  ଓ କଷ୍ଟକର କାମ ହୋଇଥିବାରୁ ପୁରା ପରିବାର ମିଶି ଏହି କାମ କରିଥାନ୍ତି।  ପୁର୍ବ ପିଢି ଠାରୁ ଉତ୍ତର ପିଢି କାମଶିଖିଛନ୍ତି । ଏହାର ଆଦୃତି ବଢୁଥିବାରୁ ଗୁପ୍ତା ପରିବାର ଖୁବ ଖୁସି।

ଏହା ର ପ୍ରସ୍ତୁତି ପ୍ରଣାଳୀ ଜଟିଳ ହୋଇଥିଲେ ମଧ୍ୟ  ସରସତିଆ ଖାଇବା ପରେ , ଏହାର ପ୍ରେମରେ ପଡଛନ୍ତି ଦେବଗଡ ର ରାଣୀ ତଥା ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ ଙ୍କ ପତ୍ନୀ ଅରୁନ୍ଧତୀ ଦେବୀ ।  ସେ ମଧ୍ୟ  ସରସତିଆ ଦୋକାନକୁ ଯାଇ ଗୁପ୍ତା ପରିବାର ଠାରୁ ଶିଖିଛନ୍ତି ସରସତିଆ ତିଆରି କରିବା କୌଶଳ।

https://youtu.be/oJrNG5BQPCE

Related story