ଡିସେମ୍ବର ସୁଦ୍ଧା ଶ୍ରୀମନ୍ଦିର ଜଗମୋହନ ମରାମତି କାମ ଆରମ୍ଭ ହେବ

ଭୁବନେଶ୍ୱର: କାର୍ତ୍ତିକ ମାସ ପରେ ଆସନ୍ତା ଡିସେମ୍ୱର ସୁଦ୍ଧା ଶ୍ରୀମନ୍ଦିର ଜଗମୋହନ ମରାମତି କାର୍ଯ୍ୟ ଆରମ୍ଭ ହେବ। ଏହା ପୂର୍ବରୁ ମରାମତି ଓ ଖର୍ଚ୍ଚ ନେଇ ବୈଷୟିକ କମିଟି ଏକ ରିପୋର୍ଟ ଦେବ। ରିପୋର୍ଟ ମିଳିବା ପରେ ଶ୍ରୀଜିଉଙ୍କୁ ସ୍ଥାନାନ୍ତର ନେଇ ଛତିଶା ନିଯୋଗ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ପ୍ରତ୍ନତତ୍ତ୍ୱ ବିଭାଗ ବୈଷୟିକ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ମାସରେ ଜଗମୋହନ ମରାମତି ପ୍ରସଙ୍ଗ ନେଇ ଅନୁଧ୍ୟାନ ପାଇଁ ଏଏସ୍ଆଇର ମହାନିଦ୍ଦେର୍ଶକ […]

puri

Rakesh Mallick
  • Published: Friday, 21 August 2015
  • , Updated: 21 August 2015, 09:35 AM IST

ଭୁବନେଶ୍ୱର: କାର୍ତ୍ତିକ ମାସ ପରେ ଆସନ୍ତା ଡିସେମ୍ୱର ସୁଦ୍ଧା ଶ୍ରୀମନ୍ଦିର ଜଗମୋହନ ମରାମତି କାର୍ଯ୍ୟ ଆରମ୍ଭ ହେବ। ଏହା ପୂର୍ବରୁ ମରାମତି ଓ ଖର୍ଚ୍ଚ ନେଇ ବୈଷୟିକ କମିଟି ଏକ ରିପୋର୍ଟ ଦେବ। ରିପୋର୍ଟ ମିଳିବା ପରେ ଶ୍ରୀଜିଉଙ୍କୁ ସ୍ଥାନାନ୍ତର ନେଇ ଛତିଶା ନିଯୋଗ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ପ୍ରତ୍ନତତ୍ତ୍ୱ ବିଭାଗ ବୈଷୟିକ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ମାସରେ ଜଗମୋହନ ମରାମତି ପ୍ରସଙ୍ଗ ନେଇ ଅନୁଧ୍ୟାନ ପାଇଁ ଏଏସ୍ଆଇର ମହାନିଦ୍ଦେର୍ଶକ ଆସିବେ ବୋଲି ବୈଠକରେ ସୂଚନା ଦିଆଯାଇଛି। ଆଜି ରାଜ୍ୟ ସଚିବାଳୟରେ ଅନୁଷ୍ଠିତ ଏହି ବୈଠକରେ ସାଇଣ୍ଟିଫିକ ଟିମ୍ ସଦସ୍ୟ ଉପସ୍ଥିତ ଥିଲେ।

Related story